ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…

ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ ପୋଲିସ ଝୁଲନ୍ତା ଅବସ୍ଥାରେ ଜବତ କରିଛି। ମୃତକ ହେଲେ କଟକ ଜିଲା ସାଲେପୁର ଥାନା ଗଙ୍ଗେଶ୍ୱର ଦେଉଳି ଗ୍ରାମର ମନୋଜ ଦାସଙ୍କ ପୁଅ ଅଶୋକ(୧୭) ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ଅଶୋକଙ୍କ ମା’ ବେବିନା ତାଙ୍କ ପୁଅକୁ ପ୍ରେମିକା ଘର ଲୋକେ ହତ୍ୟା କରି ଟାଙ୍ଗି ଦେଇଥିବା ବିଞ୍ଚାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ବିଞ୍ଝାରପୁର ଥାନା ଅଞ୍ଚଳର ଜଣେ ଝିଅଙ୍କ ଗତବର୍ଷ କଟକ ଜିଲା ସାଲେପୁର ଥାନା ଅଞ୍ଚଳରେ ବାହାଘର ହୋଇଥିଲା। ବାହାଘର ପରେ ସେଠାରେ ବୋହୂଙ୍କ ସହ ସେହି ଗ୍ରାମର ଅଶୋକ (୧୭)ଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହି ଅନୈତିକ ପ୍ରେମ ସମ୍ପର୍କ ଯୋଗୁ ଶାଶୁଘର ସହ ବୋହୂଙ୍କ ମନାନ୍ତର ହେବାରୁ ସେ ଆସି ବାପ ଘରେ ରହୁଥିଲେ। ଅଶୋକ ପ୍ରେମିକାଙ୍କ ଘରକୁ ଗୁରୁବାର ଆସିଥିଲେ। ବିଳମ୍ବିତ ରାତିରେ ଅଶୋକ ନିଜ ଘରକୁ ଫୋନ ମାଧ୍ୟମରେ ପ୍ରେମିକାଙ୍କ ଘରକୁ ବୁଲି ଆସିଥିଲାବେଳେ ତାକୁ ବାନ୍ଧି ଅଟକ ରଖିଥିବା କଥା ଜଣାଇଥିଲେ। ଖବରପାଇ ଅଶୋକଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପ୍ରେମିକାଙ୍କ ଘରେ ପହଞ୍ଚତ୍ ଥିଲେ। ସେଠାରେ ପୁଅର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅଶୋକଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୃତ ଅଶୋକଙ୍କ ମା’ ବେବିନାଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ନଂ. ୫୯୩/୨୫ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।

Dharitri – The Largest & Most Trusted Odia Daily