ପ୍ରେମିକଙ୍କ ଫଟୋ ଧରି ଆତ୍ମହତ୍ୟା କରିଥିଲେ ନାବାଳିକା, ବାପା ଆଣିଲେ ଏମିତି ସାଂଘାତିକ ଅଭିଯୋଗ ଜାଣିଲେ…

କେନ୍ଦୁଝର,୧୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ଉଦୟ ବଲ୍ଲଭ ବାରିକଙ୍କ ଝିଅ ରୂପଶ୍ରୀ (୧୬) ଗତ ୧୩ ତାରିଖ ରାତିରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରି ତଦନ୍ତ କରୁଥିଲା। ରୂପଶ୍ରୀ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ବିଜ୍ଞାନ ପ୍ରଥମ ବର୍ଷରେ ପାଠ ପଢୁଥିଲେ। ତେବେ ଏଭଳି ଆତ୍ମହତ୍ୟା ପଛରେ ପ୍ରେମିକ ସଂପୃକ୍ତ ଥିବା ତାଙ୍କ ପିତା ଶନିବାର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ମୃତ୍ୟୁ ସମୟରେ ଝିଅ  ପ୍ରେମିକ ସୁଦର୍ଶନ ବାରିକଙ୍କ ଫଟୋ ଧରି ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ଉକ୍ତ ଯୁବକ ନରଣପୁର ଗ୍ରାମରେ ମାମୁ ସଂଜୟ କୁମାର ପଲେଇଙ୍କ ଘରେ ରହୁଥିବାବେଳେ ତାଙ୍କ ନାମ ସୁଦର୍ଶନ ବାରିକ ଓ ସେ ଉକ୍ତ ନାବାଳିକାଙ୍କୁ ୨ ବର୍ଷ ହେଲା ଭଲ ପାଇ ଆସୁଥିଲେ। ମୃତ୍ୟୁ ପୂର୍ବରୁ ଏକ ମୋବାଇଲ ମେସେଜ ପାଇବା ପରେ ନାବାଳିକା ବିଚଳିତ ହୋଇ ଏଭଳି ଆତ୍ମହତ୍ୟା କରିଥିବା ତାଙ୍କ ପିତା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ମେସେଜରେ ସୁଦର୍ଶନ ଏବଂ ରୂପାଲି ଲଭ୍‌ ଷ୍ଟୋରୀ ଇଜ ଏଣ୍ଡିଂ, ହମାରୀ ଅଧୁରୀ କାହାଣୀ ଏଭଳି ଅନେକ ମେସେଜ ଝିଅର ମୋବାଇଲରୁ ମିଳିଥିବା ତାଙ୍କ ବାପା ସୂଚନା ଦେଇଛନ୍ତି। ଝିଅକୁ ୨ ବର୍ଷ ହେବ ଭଲ ପାଇ ଆସୁଥିବାବେଳେ ଭବିଷ୍ୟତରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ଏହାକୁ ନେଇ ଅଭିଯୁକ୍ତ ଯୁବକଙ୍କୁ ପଚାରିବାରୁ ଧମକ ଦେଇ ବାହା ହେବାର ନାହିଁ କିମ୍ବା କିଛି ଆବଶ୍ୟକତା ନାହିଁ ବୋଲି ବିବାହକୁ ଏଡ଼ାଉଥିଲେ। ୨ ମାସ ପୂର୍ବରୁ ସେ ନିଜ ଘର ବଡହଳ ଗ୍ରାମକୁ ଚାଲି ଯାଇଥିଲେ। ପୂର୍ବରୁ ମଧ୍ୟ ହାତକାଟି ଉକ୍ତ ଯୁବକଙ୍କୁ ଭଲ ପାଏ ବୋଲି ରକ୍ତରେ ନାବାଳିକା ଜଣକ ରକ୍ତରେ ଲେଖିଥିଲେ। ଏହା ବ୍ୟତୀତ ସେ ବାରମ୍ବାର ଝିଅକୁ ବିଭିନ୍ନ ପ୍ରକାର ବ୍ଲାକ୍‌ମେଲିଂ କରି ଆସୁଥିଲେ ବୋଲି ତାଙ୍କ ପିତା ଅଭିଯୋଗ କରିଛନ୍ତି। ଏଣୁ ତାଙ୍କ ଠାରୁ ବିଭିନ୍ନ ପ୍ରକାର ମାନସିକ ଯନ୍ତ୍ରଣା ଓ ନିର୍ଯାତନା ପାଇ ଝିଅ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଟାଉନ ଥାନାରେ ଆଜି ଅଭିଯୋଗ କରିଛନ୍ତି। ଝିଅର ମୃତ୍ୟୁ ପାଇଁ ଉକ୍ତ ଯୁବକଙ୍କୁ ଦାୟୀ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୋଲିସ ନିକଟରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri