ନିର୍ମାଣ ହେବ ମିନି ଷ୍ଟାଡିୟମ

ବାଲେଶ୍ୱର ଅଫିସ,୪।୬ ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ଶ୍ରୀଜଙ୍ଗ ପଡ଼ିଆରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ମିନି ଷ୍ଟାଡ଼ିୟମ୍‌ ହେବାର ଏକ ପ୍ରକଳ୍ପ ସୁପାରିଶ ହୋଇଥିଲା। ଏଥିପାଇଁ ରାଜ୍ୟ ସରକାର ପ୍ରକଳ୍ପ ବାବଦରେ ୩୦ଲକ୍ଷ ଟଙ୍କା ଅର୍ଥରାଶି ଧାର୍ଯ୍ୟ କରିଥିଲେ। ଏହି ମିନି ଷ୍ଟାଡ଼ିୟମ୍‌ ୬ଏକର ସରକାରୀ ଜମି ଉପରେ ହେବାର ନିଷ୍ପତ୍ତି ନିଆଯାଇଥିଲା। କାର୍ଯ୍ୟ ଆରମ୍ଭ କରାଯିବା ସମୟରେ ପ୍ରକୃତରେ ଅଧାରୁ ଅଧିକ ଜମି ଜବରଦଖଲରେ ଥିବାରୁ ଏହାକୁ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ରେମୁଣା ତହସିଲ ଅଫିସ୍‌ରେ ଅଭିଯୋଗ ହୋଇଥିଲା। ଜବରଦଖଲ ଉଚ୍ଛେଦ କରା ନ ଗଲେ ମିନି ଷ୍ଟାଡ଼ିୟମ୍‌ କାର୍ଯ୍ୟ ଠିକ୍‌ ଭାବେ ହୋଇପାରିବ ନାହଁି ବୋଲି କହି କାର୍ଯ୍ୟ ବନ୍ଦ କରାଯାଇଥିଲା। ସ୍ଥାନୀୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗହଣ ନ କରିବାରୁ ଅଭିଯୋଗକାରୀମାନେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏହାକୁ ବିଚାର କରି ହାଇକୋର୍ଟ ୨୦୨୧ ଜୁନ୍‌ ସୁଦ୍ଧା ଜବରଦଖଲ ଉଚ୍ଛେଦ ନିମନ୍ତେ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ମଧ୍ୟ ପ୍ରଶାସନ ଠିକ୍‌ ଭାବେ ତୁଲାଇ ପାରି ନ ଥିଲେ। ଫଳରେ ମିନି ଷ୍ଟାଡ଼ିୟମ୍‌ର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ପଡ଼ିରହିଥିଲା। ଗତ କିଛିଦିନ ପୂର୍ବରୁ ପୁଣି ଗ୍ରାମବାସୀ ଅଭିଯୋଗପତ୍ର ସହ ହାଇକୋଟର୍ର୍ଙ୍କ ନିର୍ଦ୍ଦେଶର ସମସ୍ତ କାଗଜପତ୍ର ଧରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚତ୍ ଅଭିଯୋଗ କରିଥିଲେ। ତାଙ୍କ ନିର୍ଦ୍ଦେଶକ୍ରମେ ରେମୁଣା ତହସିଲଦାର ସୀତାଂଶୁ ଶେଖର ଦାସ ପୋଲିସ ସହଯୋଗରେ ଉକ୍ତ ଜବରଦଖଲକୁ ଉଚ୍ଛେଦ କରିଛନ୍ତି। ଅବିଳମ୍ବେ ମିନିଷ୍ଟାଡ଼ିୟମ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ନେଇ ଗ୍ରାମବାସୀ ଖୁସି ପ୍ରକଟ କରିଛନ୍ତି।