ଖଣ୍ଡଗିରିରୁ ବିଶ୍ୱଶାନ୍ତିର ବାର୍ତ୍ତା

ଭୁବନେଶ୍ୱର, ୯।୨(ବ୍ୟୁରୋ):  ମନ୍ତ୍ରଧ୍ୱନି, ଘଣ୍ଟଘଣ୍ଟା ତାଳେ ତାଳେ ଗୁଞ୍ଜରିତ ହେଉଛି ଐତିହ୍ୟସ୍ଥଳୀ ଖଣ୍ଡଗିରି-ଉଦୟଗିରି। ଏଠାରେ କାଶୀ, ହରିଦ୍ୱାର, ବନାରସ, ନାସିକ ପ୍ରଭୃତି ସ୍ଥାନରୁ ଶତାଧିକ ସାଧୁ ସନ୍ନ୍ୟାସୀଙ୍କ ସମାଗମ ହୋଇଛି। ଐତିହ୍ୟସ୍ଥଳୀରେ ଥିବା ପବିତ୍ର ଜଳାଶୟ ରାଧାକୁଣ୍ଡରୁ ଜଳ ଆଣି କଳସ ବସାଯିବା ସହ ଧୂନି ସ୍ଥାପନ କରାଯାଇଛି। ପବିତ୍ର ମାଘସପ୍ତମୀ ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଅଙ୍କୁରାରୋପଣ କରାଯାଇଥିବାବେଳେ ଅଷ୍ଟମୀରେ କଳସ ଯାତ୍ରା ଓ ମହାଯଜ୍ଞ ଆରମ୍ଭ ହୋଇଛି। ବିଶ୍ୱରେ ଶାନ୍ତି, ମୈତ୍ରୀ ବଜାୟ ରହିବା ପାଇଁ ଯଜ୍ଞ ମାଧ୍ୟମରେ ଏହିଠାରୁ ବାର୍ତ୍ତା ଦିଆଯାଇଛି।
ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟା ବେଳେ ଘଟଯାତ୍ରା ଆରମ୍ଭ ହୋଇଥିଲା। ଜାଗମରା ଗ୍ରାମ ଶିବମନ୍ଦିର ନିକଟସ୍ଥ ବଡ଼ ପୋଖରୀର ଜଳ ଆଣି ମୁଣ୍ଡିଆ ଉପରେ ସ୍ଥାପନ କରାଯାଇଥିଲା। ପରେ ବିଧି ମୁତାବକ ଯଜ୍ଞବିଧି ଆରମ୍ଭ ହୋଇଥିଲା। ପୂର୍ଣ୍ଣମୀ ପର୍ଯ୍ୟନ୍ତ ଖଣ୍ଡଗିରିରେ ଏହିପରି ଭକ୍ତିମୟ ପରିବେଶ ରହିବ। ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସାଧୁ ସମ୍ମିଳନୀ ଏବଂ ଧର୍ମସଭାକୁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି। ୧୬ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ସହ ଅଗ୍ନି ଉତ୍ସବ ପାଳନ ହେବ। ମଙ୍ଗଳବାର ୪ଶହରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ମା’ ବାରଭୁଜା ପୀଠରେ ପଂକ୍ତି ଭୋଜନରେ ସାମିଲ ହୋଇଥିବା ବାରଭୁଜା ମ୍ୟାନେଜିଂ ଟ୍ରଷ୍ଟ କୋଷାଧ୍ୟକ୍ଷ ଦୀନବନ୍ଧୁ ଜେନା ସୂଚନା ଦେଇଛନ୍ତି। ସେହିପରି ମା’ ବାରଭୁଜା ପୀଠରେ ହନୁମାନ ମନ୍ଦିର ସମ୍ମୁଖରେ ୪୦ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ରାମଚରିତ ମାନସ ପାଠ ଜାରି ରହିଛି। ମେଳାକୁ ବହୁ ଦୂରଦୂରାନ୍ତରୁ ସାଧୁ ସନ୍ଥ ଆସିଥିବାରୁ ସେମାନଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ଖଣ୍ଡଗିରି-ଉଦୟଗିରିରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ସାଧୁ ସନ୍ନ୍ୟାସୀଙ୍କ ନିକଟକୁ ଯାଇ ସେମାନଙ୍କର ପାରିବାରିକ, ଆର୍ଥତ୍କ, ସ୍ବାସ୍ଥ୍ୟ ଆଦି ବିଭିନ୍ନ ସମସ୍ୟା ସମାଧାନର ପନ୍ଥା ପଚାରି ବୁଝୁଛନ୍ତି। ପ୍ରଥମ ଦିନରେ ଶତାଧିକ ସାଧୁ ହୋମ ଯଜ୍ଞ ଆରମ୍ଭ କରିଥିବାବେଳେ ଦ୍ୱିତୀୟ ଦିନରେ ଆଉ କେତେଜଣ ସାଧୁ ଆସି ମେଳାରେ ପହଞ୍ଚତ୍ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri