ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି: ସାମିଲ ହେଲେ ଏସବୁ ନେତା…

ଭୁବନେଶ୍ୱର,୨୦।୧: ବିଜେଡିରେ ହେବ କି ବଡ଼ ପରିବର୍ତ୍ତନ? ବିଜେଡି ନେତାଙ୍କ ବୈଠକ ପରେ ବୈଠକ ବସୁଛି। ଇତି ମଧ୍ୟରେ ମଙ୍ଗଳବାର ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ବାସଭବନରେ ଯାଜପୁର ନେତାଙ୍କ ବୈଠକ ବସିଥିଲା। ବୈଠକରେ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରୀତିରଞ୍ଜନ ଘଡାଇ, ରାଜନାରାୟଣ ମହାପାତ୍ର, ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ଏବଂ ସୁଜାତା ସାହୁ ସାମିଲ ରହିଥିଲେ। ତେବେ ବୈଠକ ପରେ ଅଚାନକ ନବୀନ ନିବାସରୁ ବରିଷ୍ଠ ନେତାଙ୍କୁ ଡାକରା ଆସିଛି। ପ୍ରମିଳା, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା ନବୀନ ନିବାସରେ ଯାଇ ପହଞ୍ଚିଥିବା ସୂଚନା ମିଳିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

Dharitri – The Largest & Most Trusted Odia Daily