ପାଟଣା,୭।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାର ପଡ଼ା ବ୍ଲକ ମୁଖ୍ୟାଳୟରୁ ମାଟିଆ ଗୁନିକୁ ସଂଲଗ୍ନ କରୁଥିବା ରାସ୍ତାର ସାହାର ପଡ଼ା କଲେଜ ସମ୍ମୁଖ ରାସ୍ତା କଡ ବିଲରୁ ଜଣେ ବ୍ୟକ୍ତଙ୍କ ମୃତଦେହ ମିଳିଛି। ସେ ହେଲେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଜଡ଼ିବିଲ ଗ୍ରାମର ଜଗନ୍ନାଥ ମହାନ୍ତଙ୍କ ପୁଅ ବିରଞ୍ଚି ନାରାୟଣ (୪୦) । ଘଟଣାଟି ଗତ ୨୯ ତାରିଖରେ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାର ୮ଦିନ ପରେ ମଙ୍ଗଳବାର ଏହି ଘଟଣାର ତଦନ୍ତ ପରେ ପୋଲିସ ମଙ୍ଗଳବାର ଥାନାରେ ଏକ ପ୍ରେସ କନଫରେନ୍ସ କରି ଖୁଲାସା କରିଛି। ଘଟଗାଁ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର ହତ୍ୟାକାଣ୍ଡ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଗିରଫ ସ୍ତ୍ରୀ ହେଉଛନ୍ତି ବିରଞ୍ଚିଙ୍କ ସ୍ତ୍ରୀ ବର୍ଷା ରାଣୀ ମହାନ୍ତ ଓ ତାଙ୍କ ପ୍ରେମିକ ପାଟଣା ଥାନା କମାର ମରା ଗ୍ରାମର ପୁରେନ୍ଦ୍ର ମହାକୁଡ଼।
ସୂଚନା ଯେ, ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଜଡ଼ି ବିଲ ଗ୍ରାମର ବିରଞ୍ଚି ମହାନ୍ତ ନିଜ ସ୍ତ୍ରୀ ବର୍ଷା ରାଣୀ ମହାନ୍ତଙ୍କ ସହିତ ଏକ ମାସ ତଳେ ଭୁବନେଶ୍ୱରର ଏକ ହୋଟେଲରେ କାମ କରିବାକୁ ଯାଇଥିଲେ। ବର୍ଷା ହୋଟେଲର ବଗିଚାରେ କାମ କରୁଥିବା ବେଳେ ତାଙ୍କ ସ୍ବାମୀ ବିରଞ୍ଚି ହୋଟେଲର ବାହାର କାମ କରୁଥିଲେ।
ଦୁର୍ଗା ପୂଜାରେ ସେପ୍ଟେମ୍ବର ୨୯ ରାତିରେ ଘରକୁ ଫେରିବା ସମୟରେ କରଞ୍ଜିଆ ବସ ଷ୍ଟାଣ୍ଡରେ ସ୍ବାମୀ, ସ୍ତ୍ରୀ ଓ ପ୍ରେମିକ ମିଶି ଭୁବନେଶ୍ୱରରୁ କରଞ୍ଜିଆରେ ଓହ୍ଲାଇବା ପରେ ବିରଞ୍ଚି ଓ ବର୍ଷାଙ୍କ ମଧ୍ୟରେ ପରକ୍ରିୟା ପ୍ରୀତିକୁ ନେଇ ଝଗଡା ହୋଇଥିଲା । ବର୍ଷା ରାଣୀର କିଛି ବର୍ଷ ପୂର୍ବରୁ ପୂର୍ବରୁ ପୁରେନ୍ଦ୍ର ମହାକୁଡ଼ଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପୁରେନ୍ଦ୍ର ଏକ ପ୍ରାଇଭେଟ ଫାଇନାନ୍ସ କମ୍ପାନୀରେ ଚାକିରି କରୁଥିଲେ। ଗତ ୨୯ତାରିଖ ପୁରେନ୍ଦ୍ର ମଧ୍ୟ ନିଜ ପ୍ରେମିକା ନିକଟକୁ ଭୁବନେଶ୍ୱର ଯାଇଥିଲେ। ୩ଜଣ ମିଶି କରଞ୍ଜିଆ ବସ ଷ୍ଟାଣ୍ଡରେ ଓହ୍ଲାଇ ଥିଲେ। ଚାଲି ଚାଲି ମାଟିଆଗୁନିକୁ ଯାଉଥିବା ବେଳେ ପୂର୍ବ ଯୋଜନା ମୁତାବକ ପୁରେନ୍ଦ୍ର ବିରଞ୍ଚିଙ୍କ ତଣ୍ଟି ଚିପିଥିବା ବେଳେ ପ୍ରେମିକା ବର୍ଷା ବିରଞ୍ଚିଙ୍କ ୨ ହାତ ଭିଡ଼ି ଧରିବା ସହ ପାଟିରେ ଲୁଗା ବିଣ୍ଡା ପୁରାଇ ହତ୍ୟା କରିଥିଲେ। ଖବରଦାତା ସମ୍ମିଳନୀରେ ଏସଡିପିଓ, ତଦନ୍ତକାରୀ ଅଧିକାରୀ ପାତ୍ରୋ ଓରାମ, ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼, ଏସ ଆଇ ଲକ୍ଷ୍ମଣ ମାଝି ପ୍ରମୁଖ ଉପସ୍ଥିତ ଥିଲେ।
Dharitri — Odisha’s Most Trusted Odia Newspaper