ବଘିଆପଡ଼ା,୯ା୩(ଶ୍ରୀକାନ୍ତ ସାହୁ): ବୌଦ୍ଧ ଜିଲା ହରିପୁର ଛକରେ ଏକ ହତ୍ୟାକାଣ୍ଡ ହୋଇଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟା ହୋଇଥିବା ଜଣାପଡ଼ିଛି।
ସୂଚନା ମୁତାବକ, ବୌଦ୍ଧ ଥାନାର ମୁଣ୍ଡାପଡ଼ା ଗ୍ରାମର ଶାନ୍ତନୁ ଝାଙ୍କର ( ୩୪) ଓ ବାସୁଦେବ ଝାଙ୍କର (୨୮) କୌଣସି କାମରେ କାଶଲପୁର ଗ୍ରାମକୁ ଯାଇଥିବା ବେଳେ ରବିବାର ରାତିରେ ଘରକୁ ଫେରୁଥିବା ପୂର୍ବଶତ୍ରୁତାକୁ ନେଇ କାସଲପୁର ଗ୍ରାମର ହରିପୁର ଛକରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଆକ୍ରମଣ ଫଳରେ ଘଟଣାସ୍ଥଳରେ ବାସୁଦେବ ଝାଙ୍କରଙ୍କ ମୃତ୍ୟୁ ହୋଇଥିବା ବେଳେ ଶାନ୍ତନୁ ଗୁରୁତର ହୋଇଛନ୍ତି। ଖବର ପାଇ ବୌଦ୍ଧ ପୋଲିସ ପହଞ୍ଚି ଗୁରୁତର ଶାନ୍ତନୁଙ୍କୁ ବୌଦ୍ଧ ମେଡିକାଲକୁ ନେଇଥିଲା। ସେଠାରୁ ଗୁରୁତର ହେବାରୁ ବୁର୍ଲା ପଠାଯାଇଛି। ଏନେଇ ଶାନ୍ତନୁଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି।

