୩ ଅଭିଯୁକ୍ତଙ୍କଠାରୁ ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ମୋବାଇଲ୍‌ ଓଟିପି ଶେୟାରିଂ ମାମଲାରେ ଜେରା ହେଉଥିବା ୩ ଅଭିଯୁକ୍ତଙ୍କ ମଙ୍ଗଳବାର ୩ ଦିନିଆ ରିମାଣ୍ଡ ଅବଧି ସରିଛି। ତେଣୁ ଅଭିଯୁକ୍ତ ପଠାଣିସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ସୌମ୍ୟ ପଟ୍ଟନାୟକଙ୍କୁ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ପୁଣି ଜେଲରେ ହାଜର କରିଛି। ତେବେ ଏହି ରିମାଣ୍ଡ ଅବଧି ସମୟରେ ଏସ୍‌ଟିଏଫ୍‌କୁ ମାମଲା ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଥିବା ସୋସିଆଲ୍‌ ମିଡିଆ ଗ୍ରୁପ୍‌ରେ ମୋବାଇଲ୍‌ ସିମ୍‌ର ଓଟିପି ନିଲାମ ହୁଏ। ଯିଏ ଅଧିକ ଟଙ୍କା ଦିଏ, ତାଙ୍କୁ ଓଟିପି ପଠାଯାଇଥାଏ। ଏହି ଓଟିପି ବାବଦକୁ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ବିଭିନ୍ନ ପର୍ଯ୍ୟାୟରେ ଦିଲ୍ଲୀ, ରାଜସ୍ଥାନ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ବିପୁଳ ଟଙ୍କା ଆସିଥିବା ଏନ୍‌ପିସିଆଇ (ନ୍ୟାଶନାଲ୍‌ ପେମେଣ୍ଟ୍‌ସ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ)ରୁ ତଥ୍ୟ ମିଳିଛି। ତେଣୁ ଟଙ୍କା ପଠାଇଥିବା ଲୋକଙ୍କୁ ଏସ୍‌ଟିଏଫ୍‌ ଧରିବାକୁ ପ୍ରୟାସ ଆରମ୍ଭ କରିଛି। ସମ୍ପୃକ୍ତ ଲୋକମାନେ ଆଇଏସ୍‌ଆଇ ଏଜେଣ୍ଟଙ୍କ ଲିଙ୍କ୍‌ରେ ଥିବା ମଧ୍ୟ ଏସ୍‌ଟିଏଫ୍‌ ସନ୍ଦେହ କରୁଛି। ଏସ୍‌ଟିଏଫ୍‌ ଏନେଇ ତଦନ୍ତ ଜାରି ରଖିଛି। ଏପରିକି ଏସ୍‌ଟିଏଫ୍‌ ଅନ୍ୟ ରାଜ୍ୟକୁ ଯାଇ ଟଙ୍କା ପଠାଇଥିବା ଲୋକଙ୍କୁ ଧରିବ ବୋଲି ସୂଚନା ମିଳିଛି।
ଅଭିଯୁକ୍ତମାନେ ଅନ୍ୟ ନଁାରେ ମୋବାଇଲ ସିମ୍‌ ଆଣି ବିଭିନ୍ନ ସୋସିଆଲ ମିଡିଆ ଗ୍ରୁପ୍‌ ଦ୍ୱାରା ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଓଟିପି ଶେୟାର କରି ବିପୁଳ ଟଙ୍କା ପାଉଥିଲେ। ଆଇଏସ୍‌ଆଇ ଏଜେଣ୍ଟମାନେ ଉକ୍ତ ଓଟିପିକୁ ବ୍ୟବହାର କରି ହ୍ବାଟ୍‌ସଆପ୍‌, ଟେଲିଗ୍ରାମ, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ଟୁଇଟର୍‌ ଆଦି ସୋସିଆଲ ମିଡିଆ ଏବଂ ଆମାଜନ୍‌, ଫ୍ଲିପ୍‌କାର୍ଟ ଭଳି ଶପିଂ ଆପ୍‌ରେ ଆକାଉଣ୍ଟ ଅପରେଟ୍‌ କରୁଥିବା ଜଣାପଡ଼ିଛି। କିଛିଦିନ ତଳେ ଏଭଳି ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ର ସନ୍ଧାନ ଏସ୍‌ଟିଏଫ୍‌ ପାଇଥିଲା। ସେଥିରେ ବହୁ ସଦସ୍ୟ ଥିବାବେଳେ ଏସ୍‌ଟିଏଫ୍‌ ଉପରୋକ୍ତ ୩ ଅଭିଯୁକ୍ତଙ୍କ ପରିଚୟ ପାଇବା ପରେ ସେମାନଙ୍କୁ ଗିରଫ କରି ଗତ ମେ ୧୪ରେ କୋର୍ଟଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri