ବ୍ଲିଙ୍କେନ୍‌ଙ୍କ ବେଜିଂ ଗସ୍ତ ଉପରେ ନଜର

ବେଜିଂ,୧୯ା୬: ଓ୍ବାଶିଂଟନ୍‌ ଓ ବେଜିଂ ମଧ୍ୟରେ ବଢ଼ୁଥିବା ତିକ୍ତତା ଦୂର କରିବା ମିଶନରେ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ରବିବାର ଚାଇନା ଗସ୍ତ କରିଛନ୍ତି। ସେ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କ୍ୱିନ୍‌ ଗାଙ୍ଗ୍‌ଙ୍କ ସହ ତାଇଓ୍ବାନ୍‌ ପ୍ରସଙ୍ଗ ଓ ୟୁକ୍ରେନ୍‌ ଯୁଦ୍ଧ ସମେତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍‌ ୨୨ରେ ଓ୍ବାଶିଂଟନ୍‌ ଯାଇ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଆଲୋଚନା କରିବାକୁ ଥିବାବେଳେ ଆମେରିକାର ଶୀର୍ଷ କୂଟନୀତିଜ୍ଞ ବ୍ଲିଙ୍କେନ୍‌ ଦୁଇଦିନିଆ ବେଜିଂ ଗସ୍ତ କରିଛନ୍ତି। ପ୍ରତିରକ୍ଷା ସହଯୋଗ ବୃଦ୍ଧି, ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନର କ୍ୱାଡ୍‌ ମେଣ୍ଟକୁ ସୁଦୃଢ଼ କରିବା ଉପରେ ମୋଦି-ବାଇଡେନ୍‌ଙ୍କ ମଧ୍ୟରେ ଆଲୋଚନା ହୋଇପାରେ। ଚାଇନାକୁ ଘେରିବା ଏହି ମେଣ୍ଟର ଉଦ୍ଦେଶ୍ୟ ବୋଲି ଚାଇନା ପକ୍ଷରୁ ଅଭିଯୋଗ ହୋଇଆସୁଛି। ତେଣୁ ବ୍ଲିଙ୍କେନ୍‌ଙ୍କ ଗସ୍ତକୁ କୂଟନୈତିକ ଦୃଷ୍ଟିରୁ ଗୁରୁତ୍ୱ ଦିଆଯାଉଛି।

ଚାଇନା ଓ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବା ପାଇଁ ଆଗ୍ରହୀ ଥିବା ବ୍ଲିଙ୍କେନ୍‌ଙ୍କ ଗସ୍ତରୁ ମନେକରାଯାଉଛି। ସେ ସୋମବାର ଚାଇନାର ଶୀର୍ଷ କୂଟନୀତିଜ୍ଞ ଓ୍ବାଙ୍ଗ୍‌ ୟି ଏବଂ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ସହ ଆଲୋଚନା କରିପାରନ୍ତି। ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ଜଣେ ଉଚ୍ଚସ୍ତରୀୟ ଆମେରିକୀୟ ଅଧିକାରୀଙ୍କ ପ୍ରଥମ ଚାଇନା ଗସ୍ତ। ସେହିପରି ଗତ ୫ ବର୍ଷ ମଧ୍ୟରେ ଏହା ହେଉଛି ଜଣେ ପରରାଷ୍ଟ୍ର ସଚିବଙ୍କ ପ୍ରଥମ ଚାଇନା ଗସ୍ତ। ବ୍ଲିଙ୍କେନ୍‌ ଗତ ଫେବୃୟାରୀରେ ବେଜିଂ ଗସ୍ତ କରିବାର ଥିଲା। କିନ୍ତୁ ଆମେରିକା ଆକାଶରେ ଚାଇନାର ଗୁପ୍ତଚର ବେଲୁନ୍‌ ଉଡ଼ିବା ପରେ ସେ ଗସ୍ତକୁ ବାତିଲ କରିଥିଲେ। ତେଣୁ ଏହି ଗସ୍ତ ଉପରେ ଅନ୍ତର୍ଜାତୀୟ ସମୁଦାୟର ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ବିବାହ ଏକ ସାମାଜିକ କର୍ତ୍ତବ୍ୟ, କେବଳ ଶାରୀରିକ ସମ୍ପର୍କ ନୁହେଁ: ମୋହନ ଭାଗବତ

ନାଗପୁର,୮।୨: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ରବିବାର ଦେଶର ଜନସଂଖ୍ୟା, ଅର୍ଥନୀତି ଏବଂ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

RSS ମୁଖ୍ୟ ପଦ ଛାଡ଼ିବା ନେଇ ମୋହନ ଭାଗବତଙ୍କ ବଡ଼ ବୟାନ, କହୁ କହୁ କହିଦେଲେ…

ମୁମ୍ବାଇ,୮।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ରବିବାର ମୁମ୍ବାଇରେ ଆୟୋଜିତ ସଂଘର ଶତବାର୍ଷିକୀ ଉତ୍ସବରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବୟସ ବଢ଼ିବା…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ପୁରୁଷୋତ୍ତମପୁର,୮।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି…

୩ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି ରକ୍ତଭଣ୍ଡାର, ରୋଗୀସେବା ବ୍ୟାହତ

ବଲାଙ୍ଗୀର/କଣ୍ଟାବାଞ୍ଜି,୮ା୨(ସୁନିଲ କୁମାର ମହାନ୍ତି/ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦୦୯ରେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ସ୍ଥାପିତ ହୋଇଥିଲା। ଏହି ରକ୍ତଭଣ୍ଡାରକୁ ତତ୍କାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri