Posted inଖେଳ

ଭାରତର ବ୍ୟାଟିଂ ଆଭିମୁଖ୍ୟ ଉପରେ ନଜର

ହାମିଲଟନ୍‌,୨୭।୧୧(ପି.ଟି.): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ପରାଜିତ ହେବା ପରେ ରବିବାର ହାମିଲଟନରେ ଭାରତ ଖେଳିବ ଦ୍ୱିତୀୟ ମ୍ୟାଚ୍‌। ଏହି ମ୍ୟାଚରେ ଭାରତର ବ୍ୟାଟିଂ ଲାଇନଅପ୍‌ ଓ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିବ। ପ୍ରଥମ ମ୍ୟାଚରେ ଭାରତୀୟ ଦଳ ୩୦୬ ରନ୍‌ କରିଥିଲେ ହେଁ ଦଳ ପରାଜିତ ହୋଇଥିଲା। ବ୍ୟାଟିଂ ଅନୁକୂଳ ପିଚ୍‌ରେ ଭାରତୀୟ ଖେଳାଳି ଦ୍ରୁତ ରନ୍‌ ସଂଗ୍ରହରେ ବିଫଳ ହୋଇଥିଲେ। ପ୍ରଥମ ମ୍ୟାଚରେ ଭାରତର ଦୁଇ ଓପନର ଶତକୀୟ ଭାଗୀଦାରି କରିଥିଲେ ହେଁ ଉଭୟଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୦୦ରୁ କମ୍‌ ରହିଥିଲା। ଶେଷ ଆଡକୁ ଓ୍ବାଶିଂଟନ୍‌ ସୁନ୍ଦରଙ୍କ ବିସ୍ଫୋରକ ବ୍ୟାଟିଂ ଭାରତକୁ ଏକ ଭଲ ସ୍କୋର ପ୍ରଦାନ କରିଥିଲା। ତେବେ ଭାରତ ନିକଟରେ ମାତ୍ର ୫ ଜଣ ବୋଲର ରହିଥିବା ବେଳେ ଏହା ଭାରତକୁ କ୍ଷତି ପହଞ୍ଚାଇଥିଲା। ଅର୍ଶଦୀପ ସିଂ ଓ ୟୁଜବେନ୍ଦ୍ର ଚହଲ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ କୋଟା ପୂରଣ କରିବା ବ୍ୟତୀତ ଧାଓ୍ବନଙ୍କ ପାଖରେ ଆଉ କିଛି ବିକଳ୍ପ ନ ଥିଲା। ପାଓ୍ବାର ପ୍ଲେରେ ଭାରତୀୟ ଦଳର ଆପ୍ରୋଚ୍‌ ଅତ୍ୟନ୍ତ ଧିମା ରହିଥିଲା। ଅନେକ ପୂର୍ବତନ ଖେଳାଳି ଭାରତର ଏହି ଆଭିମୁଖ୍ୟକୁ ସମାଲୋଚନା କରିଥିଲେ। ଭାରତୀୟ ବ୍ୟାଟରମାନେ ବାଉଣ୍ଡ୍ରି ମାରିବାରେ ସମର୍ଥ ହେଉଥିଲେ ମଧ୍ୟ ଅନେକ ଡଟ୍‌ ବଲ ଖେଳିଥିଲେ। ସେହିପରି ଶ୍ରେୟାସ ଆୟର ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ପୁନର୍ବାର ଶର୍ଟ ବଲ୍‌ର ଶିକାର ହୋଇଥିଲେ। ରିଷଭ ପନ୍ତଙ୍କ ବ୍ୟାଟିଂ ମଧ୍ୟ ଭାରତୀୟ ଦଳ ପାଇଁ ଆଉ ଏକ ଚିନ୍ତାର କାରଣ ପାଲଟିଛି। ଟି୨୦ ଅପେକ୍ଷା ଦିନିକିଆରେ ତାଙ୍କର ଷ୍ଟ୍ରାଇକ ରେଟ୍‌ ଓ ଆଭରେଜ୍‌ ଭଲ ରହିଥାଏ । ମାତ୍ର ଚଳିତ ନ୍ୟୁଜିଲାଣ୍ଡ ଗସ୍ତରେ ତାଙ୍କ ଫର୍ମ ସେମିତି ରହିନାହିଁ। ସେହିପରି ଷଷ୍ଠ ବୋଲିଂ ବିକଳ୍ପ ପାଇଁ ଭାରତ ସାମସନ୍‌ କିମ୍ବା ପନ୍ତଙ୍କ ସ୍ଥାନରେ ଦୀପକ ହୁଦାଙ୍କୁ ଖେଳାଇପାରେ। ସେହିପରି ଅର୍ଶଦୀପ ସିଂଙ୍କ ସ୍ଥାନରେ ଦୀପକ ଚହରଙ୍କୁ ସାମିଲ କରିପାରେ। ଚହଲଙ୍କ ସ୍ଥାନରେ କୁଲଦୀପ୍‌ ଯାଦବଙ୍କୁ ଗୋଟିଏ ସୁଯୋଗ ପ୍ରଦାନ କରିପାରେ। ସେଡନ୍‌ ପାର୍କରେ ପରିବେଶ ବ୍ୟାଟିଂ ଅନୁକୂଳ ରହୁଥିବା ବେଳେ ଏଠାରେ ଚେଜ୍‌ କରିବା ହିଁ ସହଜ ରହିଥାଏ। ଟସ୍‌ ଜିତିବା ଦଳ ନିଶ୍ଚିତ ଭାବରେ ବୋଲିଂ କରିବାକୁ ପସନ୍ଦ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri