ଲୋଡ଼ା ପଡ଼ିପାରେ ୧.୬ ଲକ୍ଷ କୋଟିର ଋଣ

ନୂଆଦିଲ୍ଲୀ:  କରୋନା ମହାମାରୀ ପାଇଁ କେନ୍ଦ୍ର ସରକାରଙ୍କ ରାଜସ୍ବ ସଂଗ୍ରହ ପ୍ରଭାବିତ ହୋଇ ରହିଛି। ଏଭଳି ସ୍ଥିତିରେ ରାଜ୍ୟଗୁଡ଼ିକର ରାଜସ୍ବ କ୍ଷତି ଭରଣା ନିମନ୍ତେ କେନ୍ଦ୍ର ସରକାର ଦ୍ୱିତୀୟ ବର୍ଷ ଲାଗି ଋଣ ଉପରେ ନିର୍ଭର କରିପାରନ୍ତି। ଏଥିଲାଗି ୧.୬ ଲକ୍ଷ କୋଟି ଟଙ୍କା ଋଣ କରିବାକୁ ପଡ଼ିପାରେ ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରସଙ୍ଗ ସହ ଅନ୍ୟ ପ୍ରମୁଖ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦ ବୈଠକ ଶୁକ୍ରବାର ବସୁଛି।
କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ୨.୭ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ କରିବା ନେଇ ଧାର୍ଯ୍ୟ ହୋଇଛି। ଏଥିଲାଗି ସରକାର ୧.୧ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ କରିପାରନ୍ତି। କରୋନା ମହାମାରୀ ଟିକସ ଆଦାୟ ଉପରେ ଗଭୀର ଭାବେ ପ୍ରଭାବ ପକାଇଥିବାରୁ ସରକାର ଅତିରିକ୍ତ ଋଣ କରିବାକୁ ବାଧ୍ୟ ହେବେ ବୋଲି ଅଧିକାରୀ ଜଣକ କହିଛନ୍ତି। ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରଣାଳୟର ମତାମତ ଲୋଡ଼ା ଯାଇଥିଲେ ମଧ୍ୟ ତାହା ମିଳିପାରିନାହିଁ। ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରେ ରାଜସ୍ବ କ୍ଷେତ୍ରରେ ରାଜ୍ୟ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା ଲାଗି ଏହି ପରୋକ୍ଷ ଟିକସ ବ୍ୟବସ୍ଥାରେ କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛଟେଇ କରିବନି ଓ୍ବିପ୍ରୋ

ବାଙ୍ଗାଲୁରୁ,୧୩।୭: ଦେଶର ପ୍ରମୁଖ ଆଇଟି ଫାର୍ମ ଓ୍ବିପ୍ରୋ ଲିମିଟେଡ କୋଭିଡ୍‌-୧୯ ସମୟରେ କର୍ମଚାରୀଙ୍କୁ ଛଟେଇ କରିବନି। ବର୍ତ୍ତମାନ କମ୍ପାନୀ ଏଭଳି କୌଣସି ଯୋଜନା ରଖିନାହିଁ ବୋଲି...

ଅର୍ଥନୀତି ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା ହେବ ବିଳମ୍ବ;ଆହୁରି ୮ ବୈଠକରେ ଯୋଗ ଦେବେ ସୀତାରାମନ୍‌

ନୂଆଦିଲ୍ଲୀ,୧୯-୮: ଅର୍ଥନୀତିକୁ ଦ୍ରୁତତର କରିବା ଲାଗି ଆର୍ଥିକ ପ୍ୟାକେଜ ଘୋଷଣା କରିବା ଆହୁରି ବିଳମ୍ବ ହେବ। କାରଣ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସାରା ଦେଶରେ...

ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ଉପରେ ୨୩୦ କୋଟି ଟଙ୍କାର ଜରିମାନା

ନୂଆଦିଲ୍ଲୀ,୨୬।୧୨: ଜନ୍‌ସନ ଆଣ୍ଡ ଜନ୍‌ସନ୍‌ କମ୍ପାନୀ ଉପରେ ନ୍ୟାଶନାଲ ଆଣ୍ଟି ପ୍ରଫିଟିୟରିଂ ଅଥରିଟି (ଏନ୍‌ଏଏ) ୨୩୦.୪୧ କୋଟି ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଏସ୍‌ଟି...

ବୀମା କ୍ଷେତ୍ରରୁ ସରକାର ସମ୍ପୂର୍ଣ୍ଣ ଓହରିବେନି

ନୂଆଦିଲ୍ଲୀ,୨୬।୮:  ସରକାର ବୀମା କ୍ଷେତ୍ରରୁ ସମ୍ପୂର୍ଣ୍ଣ ଭାବେ ଓହରିଯିବେନି ବୋଲି ଅର୍ଥମନ୍ତ୍ରୀ ସୀତାରାମନ ସ୍ପଷ୍ଟ କରିଛନ୍ତି। ମାତ୍ର ଏକ୍ଷେତ୍ରରେ ସରକାରଙ୍କ ଅଂଶଧନ ସାମାନ୍ୟ ରହିବ। ଷ୍ଟ୍ରାଟେଜିକ ଗୁରୁତ୍ୱକୁ...

ସିଏଜି ମାଗିଲେ ବ୍ୟାଙ୍କ ଅଡିଟ ରିପୋର୍ଟ

ନୂଆଦିଲ୍ଲୀ,୪।୧: ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ପୁଞ୍ଜି ଯୋଗାଣ ଧାରା ଜାରି ରଖିଛନ୍ତି। ବ୍ୟାଙ୍କଗୁଡ଼ିକର ପରଫରମାନ୍ସ ଅଡିଟ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଦେବାକୁ କମ୍ପଟ୍ରୋଲର ଆଣ୍ଡ ଅଡିଟର...

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲା;ରେଟିଂ ଏଜେନ୍ସି, ଅଡିଟର ସେବିର ଯାଞ୍ଚ ଘେରରେ

ନୂଆଦିଲ୍ଲୀ,୧୭-୬: ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ରେ ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ କମ୍ପାନୀର ମ୍ୟାନେଜମେଣ୍ଟ, ରେଟିଂ ଏଜେନ୍ସି, ଅଡିଟରଙ୍କ ସମ୍ପର୍କରେ ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ...

ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଲେ ଗୋୟଲ

ନୂଆଦିଲ୍ଲୀ,୧୩-୯: ମହାନ୍‌ ବୈଜ୍ଞାନିକ ସାର୍‌ ଆଇଜାକ୍‌ ନ୍ୟୁଟନ୍‌ ମାଧ୍ୟାକର୍ଷଣ ଶକ୍ତିକୁ ଖୋଜି ବାହାର କରିଥିଲେ ବୋଲି ସମସ୍ତେ ଜାଣନ୍ତି। ତେବେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ...

୨ ଦିନରେ ଉଡିଗଲା ୯.୭୪ ଲକ୍ଷ କୋଟି

ମୁମ୍ବାଇ,୧୮-୩: ଶେୟାର ବଜାରରେ କାରବାର ଖସିବା ଯୋଗୁ ୨ ଦିନରେ ନିବେଶକ ୯.୭୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ବଜାରର ସୁରକ୍ଷିତ ନିବେଶ ଏବେ...

Advertisement
Archives

Model This Week