ଭଉଣୀ ବାହାଘରରେ ଲକ୍ଷାଧିକ ଟଙ୍କା ଋଣ କରିଥିଲେ ଭାଇ, ଶୁଝିବା ପାଇଁ ଦାଦନ ସାଜି ବିଦେଶରେ ଗଲା ଜୀବନ

ଗଞ୍ଜାମ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତେନ୍ତୁଳିଆପଲ୍ଲୀ ପଞ୍ଚାୟତ ବାଗଲପୁର ଗ୍ରାମର କାର୍ତ୍ତିକ ପ୍ରଧାନ ଓ ତାଙ୍କ ପୁଅ ସାଗର ପ୍ରଧାନ ଦୀର୍ଘ ୧୦ ମାସ ହେଲା ରୋଜଗାର ଆଶାରେ ଭିଟାମାଟି ଛାଡ଼ି ଦେଶ ବାହାରକୁ ଯାଇଥିଲେ। ବାପା କାର୍ତ୍ତିକ ମାଳଦ୍ୱୀପରେ ଥିବା ବେଳେ ପୁଅ ସାଗର ବେହେରିନର ନାସା କମ୍ପାନୀରେ ଦୀର୍ଘ ୧୦ ମାସ ହେଲା ମିସ୍ତ୍ରୀ ଭାବେ କାମ କରି ଆସୁଥିଲେ। ଗତ ଶନିବାର ପୁଅ ସାଗର ଘରକୁ ଫୋନ କରି କଥା ହୋଇଥିବା ବେଳେ ରବିବାର ସାଗରଙ୍କ ମୃତ୍ୟୁ ହୋଇଥିବା ଖବର ସେଠାରେ ଥିବା ଗାଁ ପାଖର ଲୋକ ପରିବାରକୁ ଜଣାଇଥିଲେ। ଏହି ଖବର ଶୁଣିବା ପରେ ପରିବାରର ପାଦତଳୁ ମାଟି ଖସି ଯାଇଛି। ମା’ କାନ୍ଦି କାନ୍ଦି ବେହୋସ ହେଉଥିବା ବେଳେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇବା ପରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ସାଗର ବେହେରିନ ଯିବା ପାଇଁ ୧ ଲକ୍ଷ ଟଙ୍କା ଋଣ ଆଣି ଯାଇଥିବା ବେଳେ ଭଉଣୀ ବାହାଘରରେ ଋଣ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। ସେହି ଋଣକୁ ପରିଶୋଧ କରିବା ପାଇଁ ଭିଟାମାଟି ଛାଡ଼ିଥିଲେ ବାପା-ପୁଅ। କିନ୍ତୁ ପୁଅର ମୃତ୍ୟୁ ପରେ ପରିବାରରେ ୫ଦିନ ହେଲା ଖିଆପିଆ ନାହିଁ। ସେପଟେ ପୁଅର ମୃତଦେହ ଘରକୁ ଆଣିବା ସହ କ୍ଷତିପୂରଣ ଓ ସଠିକ୍‌ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି ପରିବାର ଲୋକେ। ଖଲ୍ଲିକୋଟ ଅଞ୍ଚଳରେ ରୋଜଗାର ଆଶାରେ ଭିଟାମାଟି ଛାଡ଼ି ବହୁ ଲୋକ ବିଦେଶ ଯାଉଛନ୍ତି। କିନ୍ତୁ ଫେରିବା ବେଳକୁ କିଏ ଶବ ହେଇ ଫେରୁଛି ତ କିଏ ଦିବ୍ୟାଙ୍ଗ ହୋଇ ଫେରୁଛି। ପ୍ରଶାସନ ସାଗରଙ୍କ ମୃତଦେହ ଶୀଘ୍ର ଗ୍ରାମକୁ ଫେରାଇ ଆଣିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଜିଲା କଂଗ୍ରେସ; ଏମିଜିଏନଇଆରଇଜିଏସ ଯୋଜନାର ନାଁ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଦାରିଙ୍ଗବାଡି,୨୯।୧(ଅରୁଣ ସାହୁ): ଏମିଜିଏନଇଆରଇଜିଏସ ଯୋଜନାର ନାମ ପରିବର୍ତ୍ତନକୁ କଂଗ୍ରେସର ବିରୋଧ। ଗୁରୁବାର କଂଗ୍ରେସ ପକ୍ଷରୁ ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ…

ଯୁକ୍ତ ୨ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା, ୬ ଜଣ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍

ବ୍ରହ୍ମପୁର,୨୯।୧(ସୁବାସ ଚନ୍ଦ୍ର ପାଢ଼ୀ): ସ୍ୱତନ୍ତ୍ର ପୋକସ ଜଜ ପ୍ରଣତି ପଟ୍ଟନାୟକ ଏକ ଗଣବଳାତ୍କାର ମାମଲାର ଗୁରୁତ୍ୱପୂର୍ଣ ରାୟ ପ୍ରକାଶ କରିଛନ୍ତି । ଉପଯୁକ୍ତ ପ୍ରମାଣ ଆଧାରରେ ସେ…

କଲେଜ ଯାଉଥିବାବେଳେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଆକ୍ରମଣ କରି ୨ ବାଇକ ଆରୋହୀ ଫେରାର୍‌, ଚେତାଶୂନ୍ୟ ଅବସ୍ଥାରେ…

ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ବିଜ୍ଞାନ କଲେଜର ଯୁକ୍ତ ୨ କଳା ବିଭାଗ ପ୍ରଥମବର୍ଷ ଛାତ୍ରୀଙ୍କୁ ଗୁରୁବାର ବାଇକରେ ଆସିଥିବା ୨ଜଣ…

ବ୍ଲାକ ବକ୍ସ ଉଦ୍ଧାର! ବାରାମତୀ ବିମାନ ଦୁର୍ଘଟଣାକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଲା ବଡ଼ ଅପଡେଟ

ମୁମ୍ବାଇ,୨୯।୧: ବାରାମତୀ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି। ମନ୍ତ୍ରଣାଳୟ କହିଛି ଯେ ସରକାର…

ପ୍ରେମରେ ଅନ୍ଧ! ବିବାହକୁ ବିରୋଧ କଲେ ବାପା-ମାଆ, ବିଷ ଇଞ୍ଜେକ୍ସନ ଦେଇଦେଲେ ଝିଅ

ହାଇଦ୍ରାବାଦ,୨୯।୧: ତେଲେଙ୍ଗାନାର ଭିକାରାବାଦ ଜିଲାର ବାନ୍ଥରାମ ମଣ୍ଡଳରେ ଜଣେ ଯୁବତୀ ତାଙ୍କ ପିତାମାତାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରେମ ବିବାହକୁ…

T20 World Cup 2026ର ଫାଇନାଲିଷ୍ଟଙ୍କୁ ନେଇ ହେଲା ବଡ଼ ଭବିଷ୍ୟବାଣୀ, ଜାଣନ୍ତୁ କିଏ କାହାକୁ ବାଛିଲେ

ନୂଆଦିଲ୍ଲୀ,୨୯।୧: ଭାରତ କିମ୍ବା ଶ୍ରୀଲଙ୍କା ଜିତିଲେ ପୁରୁଷ T20 ବିଶ୍ୱକପ (T20 ବିଶ୍ୱକପ 2026) ର ୧୦ମ ସଂସ୍କରଣ ଐତିହାସିକ ହୋଇପାରେ। ଆଜି ପର୍ଯ୍ୟନ୍ତ, ଆୟୋଜକ ଦେଶ…

ନାବାଳିକାଙ୍କୁ ଅସଦାଚରଣ କରି ଥାନାରେ ଯୁବକ ଅଟକ

ଧର୍ମଶାଳା,୨୯ା୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚହଟା ଗ୍ରାମର ଜଣେ ଯୁବକ ୭ବର୍ଷର ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଧର୍ମଶାଳା ପୋଲିସ ଯୁବକଙ୍କୁ…

Budget 2026: ‘ମୋଦି ଦେଶକୁ କପଟରେ ପରିପୂର୍ଣ୍ଣ ବାର୍ତ୍ତା ଦେଉଛନ୍ତି,’ ଅର୍ଥନୈତିକ ସର୍ଭେକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ,୨୯।୧: ଗୁରୁବାର କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଜେଟ ଅଧିବେଶନ ଉପରେ ମନ୍ତବ୍ୟକୁ ନେଇ ଆକ୍ରମଣ କରିଛି। ସେମାନେ କହିଛନ୍ତି ଯେ ପ୍ରତ୍ୟେକ ଅଧିବେଶନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri