Posted inଫୁରସତ

ଅନନ୍ୟ ପ୍ରତିଭାର ଅଧିକାରୀ ବାମହାତୀ

ଅନ୍ତର୍ଜାତୀୟ ବାମହାତୀ ଦିବସ ପ୍ରତିବର୍ଷ ଅଗଷ୍ଟ ୧୩ରେ ସାରା ବିଶ୍ୱରେ ପାଳନ କରାଯାଏ। ବାମ ହାତର ଅର୍ଥ ହେଉଛି, ଯେଉଁମାନେ ନିଜ କାମକୁ ବାମ ହାତରେ ଅର୍ଥାତ୍‌ ବିପରୀତ ହାତରେ କରନ୍ତି। କୁହାଯାଏ, ଯେଉଁମାନେ ବାମ ହାତରେ କାମ କରନ୍ତି କିମ୍ବା ଲେଖନ୍ତି, ସେମାନଙ୍କଠାରେ ଅନନ୍ୟ ପ୍ରତିଭା ରହିଥାଏ। ସେମାନଙ୍କର ଏମିତି କିଛି ଗୁଣ ରହିଥାଏ, ଯାହା ସେମାନଙ୍କୁ ଅନ୍ୟ ଲୋକଙ୍କଠାରୁ ସ୍ବତନ୍ତ୍ର କରିଥାଏ। ରିପୋର୍ଟ ଅନୁଯାୟୀ, ବିଶ୍ୱର ୭ରୁ ୧୦ ପ୍ରତିଶତ ଲୋକ ବାମ ହାତରେ ସବୁ କାମ କରିଥାନ୍ତି।

ଆମ ସାମ୍ନାରେ ନିଜର ପରିଚୟ ସୃଷ୍ଟି କରୁଥିବା ଅନେକ ବାମହାତୀଙ୍କ ଜ୍ୱଳନ୍ତ ଉଦାହରଣ ରହିଛି। ଆମ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସହ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ସାରା ବିଶ୍ୱରେ ସ୍ବୀକୃତି ଲାଭ କରିଛନ୍ତି ଏବଂ ଭାରତରତ୍ନ ପୁରସ୍କାର ପାଇଛନ୍ତି। ଯଦିଓ ସଚିନ ତେନ୍ଦୁଲକର ତାଙ୍କ ଡାହାଣ ହାତରେ ବ୍ୟାଟିଂ କରନ୍ତି ତଥାପି ସେ ଲେଖାଲେଖି ପାଇଁ ବାମ ହାତକୁ ବ୍ୟବହାର କରିଥାନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାମ ହାତରେ ଲେଖିଥାନ୍ତି।

ସେହିପରି ଯେଉଁମାନେ ସାରା ବିଶ୍ୱରେ ବାମହାତୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି ସେମାନଙ୍କ ମଧ୍ୟରେ ରତନ ଟାଟା, ମାର୍କ ଜୁକରବର୍ଗ, ମଦର ଟେର୍‌ସା, ଆଲବର୍ଟ ଆଇନ୍‌ଷ୍ଟାଇନ୍‌, ମ୍ୟାରି କ୍ୟୁରି, ବିଲ୍‌ ଗେଟ୍ସ ବାମ ହାତ ବ୍ୟବହାର କରିଥାନ୍ତି। ଏହା ବ୍ୟତୀତ ଚାର୍ଲି ଚାପ୍‌ଲିନ, ଯୁବରାଜ ସିଂ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା, ବିଲ୍‌ କ୍ଲିଣ୍ଟନ, ରୋନାଲ୍ଡ ରେଗାନ, ଟେନିସ ତାରକା ରାଫେଲ ନାଡାଲ ମଧ୍ୟ ବାମହାତୀ ତାଲିକାରେ ଅଛନ୍ତି।

ଇଣ୍ଟରନ୍ୟାଶନାଲ ଲେଫ୍ଟ ହ୍ୟାଣ୍ଡ୍‌ର ପ୍ରତିଷ୍ଠାତା ଡିନ୍‌ ଆର କ୍ୟାମ୍ପବେଲ ୧୯୭୬ରେ ବାମହାତୀ ଲୋକମାନଙ୍କର ସୁବିଧା ଏବଂ ଅସୁବିଧା ବିଷୟରେ ବର୍ଣ୍ଣନା କରିଥିଲେ। ଏହା ପରେ ୧୩ ଅଗଷ୍ଟ ୧୯୯୨ରେ ‘ଲେଫ୍ଟ ହ୍ୟାର୍ଣ୍ଡ୍‌ସ ଡେ’ କ୍ଲବ ଦ୍ୱାରା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା। ବିଶେଷକରି କ୍ରୀଡ଼ାରେ ବାମହାତୀଙ୍କର ବେଶ୍‌ ଗୁରୁତ୍ୱ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri