ଲାଖିଲା ବଡ଼ ଗାଡ଼ି, ଭାଙ୍ଗିଲା ରେଳ ସୁରକ୍ଷା ଫାଟକ

କୋରାପୁଟ,୧୭ା୧୦(ଅମିତାଭ ବେହେରା): କୋରାପୁଟ ସହର ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥରେ ଏକ ବଡ଼ ମାଲବାହୀ ଗାଡ଼ି ଲାଗି ରେଳ ସୁରକ୍ଷା ଫାଟକ ଭାଙ୍ଗିଯାଇଛି। ଶୁକ୍ରବାର ଭୋର୍‌ ସମୟରେ ଏହି ଘଟଣା ଘଟିଛି। ଫଳରେ ୫ ଘଣ୍ଟା ଧରି କୋରାପୁଟ ବିଶାଖାପାଟଣା ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇପଡ଼ିଛି। କୋରାପୁଟ ସହରର ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ସମ୍ମୁଖ ୨୬ ନଂ ଜାତୀୟ ରାଜପଥରେ ଏହି ଘଟଣା ଘଟିଛି। ରେଳ ବିଭାଗ ଓ ପୋଲିସ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଅବରୋଧ ହଟାଇବା ନେଇ କାର୍ଯ୍ୟ ଜାରି ରଖିଛନ୍ତି।

 

Dharitri – The Largest & Most Trusted Odia Daily

 

Share