ବନ୍ଧାହେଲେ ଜୁନିୟର ଆକାଉଣ୍ଟାଣ୍ଟ, ୪ ଦାମୀ ପ୍ଲଟ୍‌ ସହ ରହିଛି…

ସୁନ୍ଦରଗଡ଼,୨୩ା୧୨: ସୁନ୍ଦରଗଡ଼ OSCSC ଲିମିଟେଡ୍‌ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ
ହୋଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ଠାବ ହୋଇଛି ବିପୁଳ ଟଙ୍କାର ସମ୍ପତ୍ତି। ବାଲେଶ୍ବରରେ ଗୋଟିଏ ବଡ଼ ଅଟ୍ଟାଳିକା ରହିଥିବାବେଳେ ମାର୍କେଟ କମ୍ପ୍ଲେକ୍ସ ଓ ଜିମ୍‌ ଠାବ ହୋଇଛି। କଲ୍ୟାଣ ମଣ୍ଡପ ସହ ବାଲେଶ୍ବର ସହର ଆଖପାଖରେ ଅଛି ୪ ଦାମୀ ପ୍ଲଟ୍‌। ୧୭୫ ଗ୍ରାମ ସୁନା ଜବତ ଓ ୪୩ ଲକ୍ଷ ୮୧ ହଜାର ଟଙ୍କାର ଜମା ରାଶି ଠାବ ହୋଇଛି। ୧୯୯୫ରେ ଜୁନିୟର ଆକାଉଣ୍ଟାଣ୍ଟ ଭାବେ ଚାକିରିରେ ଯୋଗ ଦେଇଥିଲେ ରବୀନ୍ଦ୍ର। ଭଦ୍ରକ ସିଭିଲ ସପ୍ଲାଏଜ୍‌ ଅଫିସରେ ମାସିକ ବେତନ ୫୪୦୦ ଟଙ୍କା ପାଉଥିଲେ।

Dharitri – Odisha’s No.1 Odia Daily