ବୌଦ୍ଧ,୨୭ା୨(ଅଜିତ କୁମାର ବାରିକ): ବୌଦ୍ଧ ସହରର ଖାଲିଆ ବଗିଚାଠାରେ ଏକ ବିୟୁଟିପାର୍ଲରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି।
ସୂଚନା ମୁତାବକ ଖାଲିଆ ବଗିଚାଠାରେ ଥିବା ରୂପଶକ୍ତି ବିଉଟିପାର୍ଲର ବନ୍ଦଥିଲା । ପାର୍ଲର ମାଲିକ ନ ଥିବା ବେଳେ ପାର୍ଲର ରୁ ପ୍ରଥମେ ଧୁଆ ବାହାରି ଥିଲା । ଧୁଆ ଦେଖି ଲୋକମାନେ ଦମକଳକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ନିଆଁ ଯୋଗୁଁ ଲକ୍ଷାଧିକ ସମ୍ପତ୍ତି ପୋଡ଼ି ଯାଇଛି । ବିଦୁତ ସର୍ଟ ସର୍କଟି ଯୋଗୁ ହୋଇଥିବା ଅନୁମାନ କରାଯାଉଛି ।

