Posted inଜାତୀୟ

ଯାହାପାଇଁ ବ୍ୟାକୁଳ ଥିଲା ପାକିସ୍ତାନ, ତାହା ଘଟିବା ପୂର୍ବରୁ ଭାରତ ପାଇଁ ଆସିଲା ଭଲ ସଙ୍କେତ

ଶ୍ରୀନଗର,୫।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ଭୟରେ ବଞ୍ଚୁଛି। ପାକିସ୍ତାନ ଭୟ କରୁଛି ଯେ, ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ। ଏହି କାରଣରୁ ଭୟଭୀତ ପାକିସ୍ତାନ ଜାତିସଂଘର ଦ୍ୱାରସ୍ଥ ହୋଇଛି। ଭାରତ ସହିତ ଉତ୍ତେଜନାକୁ ଦୃଷ୍ଟିରେ ରଖି, ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ଜରୁରୀକାଳୀନ ଅଧିବେଶନ ଦାବି କରିଥିଲା। ଯାହା ଆଜି ଅର୍ଥାତ୍‌ ସୋମବାର ଏକ ବୈଠକ କରିବ। ଏହି ବୈଠକ ଏକ ବନ୍ଦ କୋଠରୀରେ ହେବାକୁ ଯାଉଛି। UNSCର ଅଧ୍ୟକ୍ଷତା କରୁଥିବା ଗ୍ରୀସ ଏହି ବୈଠକ ସ୍ଥିର କରିଛି। ବୈଠକରେ ଆଞ୍ଚଳିକ ଶାନ୍ତି ଏବଂ ସୁରକ୍ଷା ଉପରେ ଆଲୋଚନା କରାଯିବ। ବୈଠକ ପୂର୍ବରୁ ମଧ୍ୟ ଗ୍ରୀସର ସ୍ଥାୟୀ ପ୍ରତିନିଧି ଭାରତ ବିଷୟରେ କହିଥିଲେ ଯେ, ଭାରତ ନିଶ୍ଚିତ ଭାବରେ ପାକିସ୍ତାନ ଅପେକ୍ଷା ବହୁ ଗୁଣ ବଡ଼।

ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଉଭୟ ପକ୍ଷକୁ ସୀମାପାର ଉତ୍ତେଜନା ଉପରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ସମ୍ମୁଖରେ ସେମାନଙ୍କର ମତାମତ ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରିବ। ଜାତିସଂଘରେ ଗ୍ରୀସର ସ୍ଥାୟୀ ପ୍ରତିନିଧି ଏବଂ ମେ ମାସ ପାଇଁ ସୁରକ୍ଷା ପରିଷଦର ଅଧ୍ୟକ୍ଷ, ରାଷ୍ଟ୍ରଦୂତ ଇଭାଞ୍ଜେଲୋସ ସେକେରିସ କହିଛନ୍ତି,ଏହା ନୀତିଗତ ଭାବରେ ଏକ ସ୍ଥିତି। ଆମେ ସମସ୍ତ ପ୍ରକାରର ଆତଙ୍କବାଦକୁ ନିନ୍ଦା କରୁ, ତାହା ଯେଉଁଠାରେ ଘଟୁନାଳ କାହିଁକି। ଅନ୍ୟପକ୍ଷରେ, ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ନେଇ ଆମେ ଚିନ୍ତିତ। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ ନିନ୍ଦା କରୁଛୁ। ଆମେ ଭାରତ ସରକାର ଏବଂ ପୀଡିତଙ୍କ ପରିବାର ପ୍ରତି ଆମର ସମବେଦନା ପ୍ରକାଶ କରୁଛୁ।

UNSCରେ ଅନ୍ତର୍ଭୁକ୍ତ ଅଧିକାଂଶ ଦେଶ ଭାରତ ସହିତ ଅଛନ୍ତି ଏବଂ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଚାଇନା ବ୍ୟତୀତ ପ୍ରାୟ ସମସ୍ତ ଦେଶ ଭାରତ ସହିତ ଅଛନ୍ତି। ଏହି କାରଣରୁ ପାକିସ୍ତାନ ଉତ୍ତେଜିତ ହେଉଛି। ବୈଠକ ପୂର୍ବରୁ ମଧ୍ୟ, ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ପ୍ରାୟ ସମସ୍ତ ଦେଶର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ପାକିସ୍ତାନ ଯାହା କହୁଛି, ତାର ବାସ୍ତବତା ସମସ୍ତଙ୍କ ସାମ୍ନାରେ ଆସିସାରିଛି।

ପାଞ୍ଚଟି ଭିଟୋ କ୍ଷମତାସମ୍ପନ୍ନ ସ୍ଥାୟୀ ସଦସ୍ୟ -ଚାଇନା, ଫ୍ରାନ୍ସ, ରୁଷିଆ, ବ୍ରିଟେନ ଏବଂ ଆମେରିକା ବ୍ୟତୀତ – ପରିଷଦରେ ୧୦ଟି ଅସ୍ଥାୟୀ ସଦସ୍ୟ ଅଛନ୍ତି – ଆଲଜେରିଆ, ଡେନମାର୍କ, ଗ୍ରୀସ, ଗୟାନା, ପାକିସ୍ତାନ, ପାନାମା, ଦକ୍ଷିଣ କୋରିଆ, ସିଏରା ଲିଓନ, ସ୍ଲୋଭେନିଆ ଏବଂ ସୋମାଲିଆ।

 


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri