ଗଲ୍ଫ ଖେଳାଳିରୁ ନାୟିକା

ମୁମ୍ବାଇ: ଅଭିନେତ୍ରୀ ରକୁଲ ପ୍ରୀତ ସିଂ ସାଉଥରୁ ବଲିଉଡ ପର୍ଯ୍ୟନ୍ତ ନିଜର ଜଲଓ୍ବା କାୟମ କରିଛନ୍ତି। ଅଭିନୟ, ଗ୍ଲାମରଠାରୁ ଆରମ୍ଭ କରି କଥା କହିବା ପର୍ଯ୍ୟନ୍ତ ସେ ସବୁକିଛି ଆଗରେ ଅଛନ୍ତି । ଖୁବ କମ ସମୟ ମଧ୍ୟରେ ପ୍ରଶଂସକଙ୍କ ହୃଦୟରେ ରକୁଲ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ହେଲେ ଏହି ସଫଳତା ପାଇଁ ତାଙ୍କୁ ଆରମ୍ଭରେ ବହୁତ ସଂଘର୍ଷ କରିବାକୁ ପଡିଥିଲା। କୌଣସି ଗଡଫାଦର ବିନା ରକୁଲ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ହାଇଏଷ୍ଟ ପେଡ ଆକ୍ଟ୍ରେସମାନଙ୍କ ମଧ୍ୟରେ ସାମିଲ ଅଛନ୍ତି। ଏହା ବ୍ୟତୀତ ତାଙ୍କର ଅଭିନୟ ଦକ୍ଷତା ପାଇଁ ମଧ୍ୟ ସେ ପ୍ରଶଂସିତ। ଅକ୍ଟୋବର ୧୦ରେ ରାକୁଲ ତାଙ୍କର ୩୩ ତମ ଜନ୍ମଦିନ ପାଳନ କରୁଛନ୍ତି ନାୟିକା।
ରକୁଲ ଦିଲ୍ଲୀର ବାସିନ୍ଦା। ସେ ଏକ ପଞ୍ଜାବୀ ପରିବାରରେ ଜନ୍ମ ନେଇଥିଲେ। ପିଲାଦିନରୁ ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିଥିଲେ। ସେଥିପାଇଁ ସେ ଇଣ୍ଡଷ୍ଟ୍ରି ବିଷୟରେ ସବୁକଥା ଜାଣିବ ବି ମନୋରଞ୍ଜନ ଦୁନିଆରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ମଡେଲିଂରୁ ସେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ସେ ମିସ ଇଣ୍ଡିଆ ୨୦୧୧ ରେ ପଞ୍ଚମ ରନର୍‌ ଅପ ହୋଇଥିଲେ। ମୁମ୍ବାଇ ଆସି ଅନେକ ଘଣ୍ଟା ଧରି ଅଡିସନ ଲାଇନରେ ଠିଆ ହେବାର ଯନ୍ତ୍ରଣା ସହିଛନ୍ତି। ଆହୁରି ମଧ୍ୟ, ତାଙ୍କୁ ଆରମ୍ଭରେ ଅନେକ ରିଜେକଶନର ସମ୍ମୁଖୀନ ହେବାକୁ ପଡିଥିଲା।
କଠିନ ସଂଘର୍ଷ ପରେ ସେ ୨୦୦୯ରେ କନ୍ନଡ ଚଳଚ୍ଚିତ୍ର ‘ଗିଲି’ରେ ଡେବ୍ୟୁ କରିଥିଲେ। ଦକ୍ଷିଣ ପରେ ରକୁଲ ୨୦୧୪ରେ ୟାରିୟାଂ’ ସହିତ ବଲିଉଡରେ ଏକ ଧମାକାଦାର ଏଣ୍ଟ୍ରି କରିଥିଲେ। ଏହି ଫିଲ୍ମଟି ଭଲ ବିଜନେସ କରି ନ ଥିଲା କିନ୍ତୁ ରକୁଲଙ୍କ ବିୟୁଟି, ମଦହୋସ ଭରା ଆଖି ଏବଂ ଗ୍ଲାମର ସମସ୍ତଙ୍କୁ ଆକର୍ଷିତ କରିଥିଲା।
ଅଭିନୟ ବ୍ୟତୀତ ସେ ମଧ୍ୟ ବହୁତ ଟ୍ୟାଲେଣ୍ଟେଡ। ସେ ଜଣେ ତାଲିମପ୍ରାପ୍ତ ଭାରତନାଟ୍ୟମ ନୃତ୍ୟଶିଳ୍ପୀ। ଆହୁରି ମଧ୍ୟ, ଖୁବ କମ ଲୋକ ଜାଣନ୍ତି ଯେ ରକୁଲ ପ୍ରୀତ ମଧ୍ୟ ଜଣେ ସାହସୀ ଗଲ୍ଫ ଖେଳାଳି। ତେବେ ସେ ଗଲ୍ଫ ଛାଡି ଅଭିନୟରେ ଧ୍ୟାନ ଦେଇଥିଲେ।
ଆଜି ଅଭିନେତ୍ରୀ କୋଟି କୋଟି ମାଲିକ। ସେ ଗୋଟିଏ ମୁଭି ପାଇଁ ପାଖାପାଖି ୩ କୋଟି ଟଙ୍କା ଫିଜ ନିଅନ୍ତି। ରକୁଲଙ୍କ ମାସିକ ଆୟ ପ୍ରାୟ ୫୦ ଲକ୍ଷ ଟଙ୍କା। ତାଙ୍କର ମୋଟ ନିଟ ମୂଲ୍ୟ ୪୯କୋଟି ଟଙ୍କା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri