ବିଳାସପୂର୍ଣ୍ଣ କାର ନିର୍ମାତାଙ୍କ ପାର୍ବଣ ଉପହାର

ଭୁବନେଶ୍ୱର,୩୦।୯: ଚଳିତ ପାର୍ବଣ ପୂର୍ବରୁ ବିଳାସପୂର୍ଣ୍ଣ କାର ର୍ନିମାତାଗୁଡିକଙ୍କ ପକ୍ଷରୁ ଫେଷ୍ଟିଭ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ପାର୍ବଣ ଋତୁରେ ଗାଡି ବ୍ରିକି ବୃଦ୍ଧି ପାଇଁ ଆକର୍ଷଣୀୟ ଅଫର ଓ ଆଖିଦୃଶିଆ ଇଏମଆଇ ଭଳି ସୁବିଧା ଗ୍ରାହକଙ୍କୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ବ୍ୟାପକ ପାର୍ବଣ ଉପହାର ମଧ୍ୟ ପ୍ରଦାନ ପାଇଁ ଯୋଜନା କରିଛନ୍ତି। ଅପରପକ୍ଷରେ ବିଳାସପୂର୍ଣ୍ଣ କାର ବ୍ରାଣ୍ଡ ଗୁଡିକର ବିକ୍ରି ମାନ୍ଦା ପଡିଯାଇଥିଲାବେଳେ ବ୍ରିକି ଅଭିବୃଦ୍ଧିରେ ସୁଧାର ଆଣିବା ପାଇଁ ଏଭଳି ଏକ ଆକର୍ଷଣୀୟ ଅଫର ଆଶାୟୀ ଗ୍ରାହକମାନଙ୍କୁ ଯୋଗାଇ ଦେବାକୁ ବିଳାସପୂର୍ଣ୍ଣ କାର କମ୍ପାନୀଗୁଡିକ ପକ୍ଷରୁ ଯୋଜନା କରାଯାଇଥିତ୍ବା ଅଟୋ ଶିଳ୍ପ ପକ୍ଷରୁ ଆକଳନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଅଡି, ମର୍ସିଡିଜ, ବିଏମଡବ୍ଲ୍ୟୁ ଭଳି ଭାରତର ବିଳାସପୂର୍ଣ୍ଣ କାର ବଜାରର ପ୍ରମୁଖ ଲିଡରମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଉପରୋକ୍ତା ଯୋଜାନା କରିଛନ୍ତି।
ସେହିଭଳି ଅଡି ଇଣ୍ଡିଆର ମୁଖ୍ୟ ବଲବୀର ସିଂହ ଧୀଲନ କହିଥିଲେ, ଆମେ ଏହି ପାର୍ବଣରେ ଆକର୍ଷଣୀୟ ଅଫର ସାଙ୍ଗକୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛୁ। ଏପରିକି ୧୦୦ ଦିନିଆ ଅଭିଯାନରେ ଏକ ଲକ୍ଷ ଗାଡି ବିକ୍ରି କରିବାକୁ ଆକଳନ କରିଛୁ। ଏପରିକି ବ୍ରାଣ୍ଡର ଲୋକପ୍ରିୟ ମଡେଲଗୁଡିକ ଉପରେ ଆକର୍ଷଣୀୟ ଅଫର, ରିହାତି ଓ ଉପହାର ଭଳି ଅନେକ ସୁବିଧା ଯୋଗାଇ ଦିଆଯିବ।
ସେହିପରି ମର୍ସିଡିଜ ବେଞ୍ଚ ଇଣ୍ଡିଆର ଏମଡି ତଥା ସିଇଓ ସନ୍ତୋଷ ଆୟାର କହିଥିଲେ, ଆମେ ଆମର ସ୍ବତନ୍ତ୍ର ଅଭିଯାନ ‘ଡିଡିସି’ ଜରିଆରେ ଆଶାୟୀ ଗ୍ରାହକଙ୍କୁ ଆକର୍ଷଣୀୟ ଉପହାର ଓ ସୁବିଧା ପ୍ରଦାନ କରୁଛୁ।

ଭାରତରେ କଲିନାନ୍‌ ସିରିଜ୍‌-୨ର ଶୁଭାରମ୍ଭ

ବିଶ୍ୱର ପ୍ରିମିୟମ କାର୍‌ ବ୍ରାଣ୍ଡ୍‌ ରୋଲ୍‌ସ-ରୟସ୍‌ ମୋଟର କାର୍‌ସ (ଆର୍‌ଆର୍‌ଏମ୍‌ସି)ର ବହୁ ପ୍ରତୀକ୍ଷିତ ମଡେଲ ତଥା କଲିନାନ୍‌ ସିରିଜ ୨ର ଅନାବରଣ ହୋଇଥିଲାବେଳେ ଭାରତରେ ଏହାର ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏପରିକି ଭାରତର କଲିନାନ୍‌ ସିରିଜ୨ର ଶୁଭାରମ୍ଭ ଏସିଆ-ପାସିଫିକ ଅଞ୍ଚଳରେ ବ୍ରାଣ୍ଡ୍‌ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାର ପ୍ରତିନିଧିତ୍ୱ କରୁଛି ବୋଲି ଆର୍‌ଆର୍‌ଏମ୍‌ସିର ଏସିଆ-ପାସିଫିକ୍‌ ରିଜିଓନାଲ ଡାଇରେକ୍ଟର ଇରେନ ନିକ୍କିନ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ୨୦୧୮ରେ ଏହାର ପ୍ରଥମ ଶୁଭାରମ୍ଭ ପରଠାରୁ ଏହି ଉଲ୍ଲେଖନୀୟ ମୋଟର କାର୍‌ ଯୁବପିଢ଼ି ଓ ଗ୍ରାହକଙ୍କ ଅଧିକ ବିବିଧ ଗୋଷ୍ଠୀକୁ ଆକର୍ଷିତ କରିଛି ଏବଂ ଆଜି କଲିନାନ ହେଉଛି ଏହି ସିରିଜର ପୋର୍ଟଫୋଲିଓରେ ସର୍ବାଧିକ ଚାହିଦା ଥିବା ରୋଲ୍‌ସ-ରୟସ୍‌ କାର୍‌ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୭ ପୂର୍ବରୁ CSKକୁ ଲାଗିଲା ଜୋରଦାର ଝଟ୍‌କା: ୮ ବର୍ଷ ପରେ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ,୧୦।୧୦: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଟିମ୍‌ରେ ବଡ଼ ପରିବର୍ତ୍ତନ ଜାରି ରହିଛି। ଦୀର୍ଘ ୮ ବର୍ଷ ଧରି ଦଳର ବ୍ୟାଟିଂ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

ସଫେଇ କଲେ ଧର୍ମେନ୍ଦ୍ର: ସମ୍ବଲପୁର ସହରକୁ ପରିଷ୍କାର ରଖିବା ଲକ୍ଷ୍ୟ

ସମ୍ବଲପୁର,୧୦।୧୦ (ପ୍ରମୋଦ ବହିଦାର):ସ୍ବଚ୍ଛତା ହିଁ ସେବା ଏବଂ ଏହା ସମାଜର ମୂଳମନ୍ତ୍ର ହେବା ଉଚିତ। ସୁସ୍ଥ ଜୀବନ ପାଇଁ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି କହିଛନ୍ତି ସମ୍ବଲପୁର ଏମ୍‌ପି…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?