ଅସହାୟଙ୍କ ବନ୍ଧୁ

ସୁନ୍ଦରଗଡ଼,୧ା୪(ଡି.ଏନ.ଏ.): ଗୁରୁବାର ଥିଲା ପବିତ୍ର ରାମନବମୀ । ଏହି ଉପଲକ୍ଷେ ସହର ଠାରୁ ଗ୍ରାମାଞ୍ଚଳ ହୋଇ ଉଠିଥିଲା ଉତ୍ସବମୁଖର । ବିଭିନ୍ନ ରାମମନ୍ଦିର, ହନୁମାନ ମନ୍ଦିର ଓ ଘରେ ଘରେ ପୂଜା ପାର୍ବଣର ମାହୋଲ ା କିନ୍ତୁ ଏସବୁକୁ ପଛ କରି ସୁନ୍ଦରଗଡ ଇବ୍‌ନଦୀ ସ୍ବର୍ଗଦ୍ବାର ଶ୍ମଶାନରେ ଜଣେ ଅପରିଚିତ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଟିମ୍‌ ଶ୍ମଶାନ ବନ୍ଧୁର ସଦସ୍ୟମାନେ ଆଗେଇ ଆସିଥିବା ଦେଖିବାକୁ ମିଳିଥିଲା। ଏହାକୁ ମିଶାଇ ଲଗାତାର ୩୧ ମାସ ଭିତରେ ୮୦୦ ମୃତକଙ୍କ ଅନ୍ତିମସଂସ୍କାର କରି ରେକର୍ଡ ସ୍ଥାପନ କରିଛି ସୁନ୍ଦରଗଡର ଟିମ୍‌ ଶ୍ମଶାନ ବନ୍ଧୁ। ଟିମ୍‌ ଶ୍ମଶାନ ବନ୍ଧୁର ମନୋବଳ ବଢାଇବା ଓ ଉତ୍ସାହିତ କରିବାକୁ ସ୍ବର୍ଗଦ୍ବାର ଶ୍ମଶାନଘାଟକୁ ଜିଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ, ଅତିରିକ୍ତ ଜିଲାପାଳ ଅଭିମନ୍ୟୁ ବେହେରା, ଉପଖଣ୍ଡ ପୋଲିସ ଅଧିକାରୀ ହିମାଂଶୁ ଶେଖର ବେହେରାଙ୍କ ସମେତ ଟାଉନ ଥାନା ଅଧିକାରୀ ସୁଶାନ୍ତ ପରିଡା ଉପସ୍ଥିତ ରହି ମୃତକଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସହିତ ଟିମ୍‌ ଶ୍ମଶାନ ବନ୍ଧୁଙ୍କ ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ଟିମ୍‌ କୋଭିଡର ତିନୋଟି ଯାକ ଲହରରେ ମୋଟ ୪୩୫ ଜଣ କୋଭିଡ ସଂକ୍ରମିତ ମୃତକଙ୍କ ନିଃଶୁଳ୍କ ଶବସଂସ୍କାର କରିଥିବା ଜଣାଯାଇଛି ା ଏଥିସହିତ ଜିଲାର ବିଭିନ୍ନ ବୃଦ୍ଧାଶ୍ରମରେ ରହି ଆସୁଥିବା ଅନ୍ତେବାସୀଙ୍କ ସହିତ ଆସ୍ଥାଗୃହରେ ରହୁଥିବା ମାନସିକ ଅନଗ୍ରସର ମହିଳାମାନଙ୍କର ପରଲୋକ ଘଟିଲେ ତଥା ପୋଲିସ ଜବତ କରୁଥିବା ଅପରିଚିତ ମୃତ ବ୍ୟକ୍ତି, ଜିଆରପି ଟ୍ରେନ ଲାଇନରୁ ଉଦ୍ଧାର କରୁଥିବା ମୃତକ କିମ୍ବା ହସ୍ପିଟାଲରେ କେହି ଛାଡି ଚାଲି ଯାଇଥିବା ଅସହାୟ ମୃତବ୍ୟକ୍ତିମାନଙ୍କର ସମ୍ମାନର ସହିତ ଶେଷକୃତ୍ୟ କାର୍ଯ୍ୟ ଟିମ୍‌ ଶ୍ମଶାନ ବନ୍ଧୁ ବର୍ଷ ବର୍ଷ ଧରି କରି ଆସୁଛନ୍ତି। ଟିମ୍‌ ଶ୍ମଶାନ ବନ୍ଧୁ ରାଜଗାଙ୍ଗପୁର ରେଲବାଇ ପୋଲିସ ଦ୍ବାରା ଗତ ୫ ଦିନ ପୂର୍ବରୁ କାଂଶବାହାଲ ରାଜଗାଙ୍ଗପୁର ରେଳ ଲାଇନ ପାର୍ଶ୍ୱରୁ ଉଦ୍ଧାର କରାଯାଇଥିବା ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର ଗୁରୁବାର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଏହି ବ୍ୟକ୍ତିଙ୍କର କେହି ଦାବିଦାର ନ ଆସିବାରୁ ନିୟମ ଅନୁଯାୟୀ ମୃତଦେହ ବ୍ୟବଚ୍ଛେଦ ପରେ ୯୬ ଘଣ୍ଟା ସଂରକ୍ଷିତ ରଖାଯାଇଥିଲା। ପରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ୍‌ ଶ୍ମଶାନ ବନ୍ଧୁଙ୍କୁ ଶବସଂସ୍କାର କରିବା ସକାଶେ ରେଳବାଇ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଥିଲା ା ସଦସ୍ୟମାନେ ମହାପ୍ରୟାଣ ଗାଡି ଯୋଗେ ସୁନ୍ଦରଗଡ ସ୍ବର୍ଗଦ୍ବାରକୁ ଆଣି ଶେଷକୃତ ସମ୍ପନ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri