ପ୍ରତି ୫ ସେକେଣ୍ଡରେ ଫୁଟ୍‌ବଲ ପିଚ୍‌ ଆକାର ଜଙ୍ଗଲ କ୍ଷୟ

ପ୍ୟାରିସ,୨୮।୬: ବିଶ୍ୱ ପାଇଁ ଜଙ୍ଗଲ କ୍ଷୟ ଏକ ବଡ଼ ବିପଦ। ୨୦୨୨ରେ ନ୍ୟୁଜିଲାଣ୍ଡ ଆକାରର ଚିରହରିତ୍‌ ଅରଣ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଚାରଣ ଭୂମି ଓ କୃଷି କାର୍ଯ୍ୟ ଯୋଗୁ ଜଙ୍ଗଲର ଆୟତନ କ୍ରମଶଃ କମିବାରେ ଲାଗିଛି। ସାଟେଲାଇଟ୍‌ ଡେଟା ଅନୁସାରେ ଗଛ କାଟିବା ଏବଂ ବନାଗ୍ନି ଦ୍ୱାରା ପ୍ରତି ୫ ସେକେଣ୍ଟରେ ଫୁଟ୍‌ବଲ୍‌ ପିଚ୍‌ ଆକାରର ଜଙ୍ଗଲ କ୍ଷୟ ହୋଇଯାଉଛି। ପୂର୍ବ ଦିନ ତୁଳନାରେ ବର୍ତ୍ତମାନ ୧୦ ଗୁଣା ଜଙ୍ଗଲ ନଷ୍ଟ ହେଉଥିବା ଓ୍ବାଲର୍‌ଡ ରିସୋର୍ସ ଇନ୍‌ଷ୍ଟିଚ୍ୟୁଟ (ଡବ୍ଲ୍ୟୁଆର୍‌ଆଇ) ପକ୍ଷରୁ କୁହାଯାଇଛି।
ଯେଉଁ ପରିମାଣର ଚିରହରିତ୍‌ ଅରଣ୍ୟ କ୍ଷୟ ହୋଇଥିଲା ସେଥିରୁ ୨.୭ ବିଲିୟନ୍‌ ଟନ୍‌ ପରିମାଣର ଅଙ୍ଗାରକାମ୍ଳ ନିର୍ଗତ ହୋଇଥିଲା। ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ଭାରତରେ ପ୍ରତିବର୍ଷ ଜୀବାଶ୍ମ ଇନ୍ଧନରୁ ସମାନ ପରିମାଣର ଅଙ୍ଗାରକାମ୍ନ ବାୟୁମଣ୍ଡଳରେ ମିଶୁଥିବା ଡବ୍ଲ୍ୟୁଆର୍‌ଆଇ ସୂଚନା ଦେଇଛି। ବ୍ରାଜିଲରେ ପ୍ରତିବର୍ଷ ୪୩% ଚିରହରିତ୍‌ ଅରଣ୍ୟ କ୍ଷୟ ହେଉଥିବାବେଳେ ରିପବ୍ଲିକ୍‌ ଅଫ୍‌ କଙ୍ଗୋରେ ୧୩% ଏବଂ ବୋଲିଭିଆରେ ୯% ଜଙ୍ଗଲ କ୍ଷୟ ହେଉଛି।
ବିଶ୍ୱ ଜଳବାୟୁ ପରିବର୍ତ୍ତନ ବିରୋଧରେ ସଂଗ୍ରାମ ଜାରି ରଖିଥିବାବେଳେ ଜଙ୍ଗଲ କ୍ଷୟ ଏକ ବଡ଼ ସମସ୍ୟା ବୋଲି ଡବ୍ଲ୍ୟୁଆର୍‌ଆଇର ଗ୍ଲୋବାଲ ଫରେଷ୍ଟ ଓ୍ବାଚ୍‌ ନିର୍ଦ୍ଦେଶକ ମିକାଇଲା ଓ୍ବେଇସେ କହିଛନ୍ତି। ୧୯୬୦ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ବାୟୁ ମଣ୍ଡଳରେ ଥିବା ମୋଟ ଅଙ୍ଗାରକାମ୍ଳର ୩୦% ବୃକ୍ଷ ଓ ମାଟି ଗ୍ରହଣ କରିଥାନ୍ତି। ବିଶ୍ୱର ମୋଟ ଜନସଂଖ୍ୟାର ଅଧା ଭାଗ ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଙ୍ଗଲ ଉପରେ ନିର୍ଭରଶୀଳ। ଜଙ୍ଗଲ କ୍ଷୟ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ଆମାଜନ ଜଙ୍ଗଲ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହେଉଥିବାବେଳେ ଏଥିଯୋଗୁ ଖାଲି ଦକ୍ଷିଣ ଆମେରିକା ନୁହେଁ ବରଂ ସାରା ବିଶ୍ୱକୁ କୁପରିଣାମ ଭୋଗିବାକୁ ପଡ଼ିବ। କୋକୋଆ ଉତ୍ପାଦନ ଓ ସୁନା ଖଣି ବଲିଭିଆରେ ଜଙ୍ଗଲ କ୍ଷୟର ମୁଖ୍ୟ କାରଣ। ସେହିପରି ପେରୁ (୩.୯%), ମୋଲୋମ୍ବିଆ (୩୧.%କ), ଲାଓସ୍‌ (୨.୩%), କାମେରୁନ(୧.୯%)ପପୁଆ ନ୍ୟୁ ଗିନିଆ(୧,୮%) ଏବଂ ମାଲେସିଆରେ (୧.୭%) ଆଦି ଚିରହରିତ୍‌ ଅରଣ୍ୟ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri