ପ୍ରତି ୫ ସେକେଣ୍ଡରେ ଫୁଟ୍‌ବଲ ପିଚ୍‌ ଆକାର ଜଙ୍ଗଲ କ୍ଷୟ

ପ୍ୟାରିସ,୨୮।୬: ବିଶ୍ୱ ପାଇଁ ଜଙ୍ଗଲ କ୍ଷୟ ଏକ ବଡ଼ ବିପଦ। ୨୦୨୨ରେ ନ୍ୟୁଜିଲାଣ୍ଡ ଆକାରର ଚିରହରିତ୍‌ ଅରଣ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଚାରଣ ଭୂମି ଓ କୃଷି କାର୍ଯ୍ୟ ଯୋଗୁ ଜଙ୍ଗଲର ଆୟତନ କ୍ରମଶଃ କମିବାରେ ଲାଗିଛି। ସାଟେଲାଇଟ୍‌ ଡେଟା ଅନୁସାରେ ଗଛ କାଟିବା ଏବଂ ବନାଗ୍ନି ଦ୍ୱାରା ପ୍ରତି ୫ ସେକେଣ୍ଟରେ ଫୁଟ୍‌ବଲ୍‌ ପିଚ୍‌ ଆକାରର ଜଙ୍ଗଲ କ୍ଷୟ ହୋଇଯାଉଛି। ପୂର୍ବ ଦିନ ତୁଳନାରେ ବର୍ତ୍ତମାନ ୧୦ ଗୁଣା ଜଙ୍ଗଲ ନଷ୍ଟ ହେଉଥିବା ଓ୍ବାଲର୍‌ଡ ରିସୋର୍ସ ଇନ୍‌ଷ୍ଟିଚ୍ୟୁଟ (ଡବ୍ଲ୍ୟୁଆର୍‌ଆଇ) ପକ୍ଷରୁ କୁହାଯାଇଛି।
ଯେଉଁ ପରିମାଣର ଚିରହରିତ୍‌ ଅରଣ୍ୟ କ୍ଷୟ ହୋଇଥିଲା ସେଥିରୁ ୨.୭ ବିଲିୟନ୍‌ ଟନ୍‌ ପରିମାଣର ଅଙ୍ଗାରକାମ୍ଳ ନିର୍ଗତ ହୋଇଥିଲା। ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ଭାରତରେ ପ୍ରତିବର୍ଷ ଜୀବାଶ୍ମ ଇନ୍ଧନରୁ ସମାନ ପରିମାଣର ଅଙ୍ଗାରକାମ୍ନ ବାୟୁମଣ୍ଡଳରେ ମିଶୁଥିବା ଡବ୍ଲ୍ୟୁଆର୍‌ଆଇ ସୂଚନା ଦେଇଛି। ବ୍ରାଜିଲରେ ପ୍ରତିବର୍ଷ ୪୩% ଚିରହରିତ୍‌ ଅରଣ୍ୟ କ୍ଷୟ ହେଉଥିବାବେଳେ ରିପବ୍ଲିକ୍‌ ଅଫ୍‌ କଙ୍ଗୋରେ ୧୩% ଏବଂ ବୋଲିଭିଆରେ ୯% ଜଙ୍ଗଲ କ୍ଷୟ ହେଉଛି।
ବିଶ୍ୱ ଜଳବାୟୁ ପରିବର୍ତ୍ତନ ବିରୋଧରେ ସଂଗ୍ରାମ ଜାରି ରଖିଥିବାବେଳେ ଜଙ୍ଗଲ କ୍ଷୟ ଏକ ବଡ଼ ସମସ୍ୟା ବୋଲି ଡବ୍ଲ୍ୟୁଆର୍‌ଆଇର ଗ୍ଲୋବାଲ ଫରେଷ୍ଟ ଓ୍ବାଚ୍‌ ନିର୍ଦ୍ଦେଶକ ମିକାଇଲା ଓ୍ବେଇସେ କହିଛନ୍ତି। ୧୯୬୦ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ବାୟୁ ମଣ୍ଡଳରେ ଥିବା ମୋଟ ଅଙ୍ଗାରକାମ୍ଳର ୩୦% ବୃକ୍ଷ ଓ ମାଟି ଗ୍ରହଣ କରିଥାନ୍ତି। ବିଶ୍ୱର ମୋଟ ଜନସଂଖ୍ୟାର ଅଧା ଭାଗ ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଙ୍ଗଲ ଉପରେ ନିର୍ଭରଶୀଳ। ଜଙ୍ଗଲ କ୍ଷୟ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ଆମାଜନ ଜଙ୍ଗଲ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହେଉଥିବାବେଳେ ଏଥିଯୋଗୁ ଖାଲି ଦକ୍ଷିଣ ଆମେରିକା ନୁହେଁ ବରଂ ସାରା ବିଶ୍ୱକୁ କୁପରିଣାମ ଭୋଗିବାକୁ ପଡ଼ିବ। କୋକୋଆ ଉତ୍ପାଦନ ଓ ସୁନା ଖଣି ବଲିଭିଆରେ ଜଙ୍ଗଲ କ୍ଷୟର ମୁଖ୍ୟ କାରଣ। ସେହିପରି ପେରୁ (୩.୯%), ମୋଲୋମ୍ବିଆ (୩୧.%କ), ଲାଓସ୍‌ (୨.୩%), କାମେରୁନ(୧.୯%)ପପୁଆ ନ୍ୟୁ ଗିନିଆ(୧,୮%) ଏବଂ ମାଲେସିଆରେ (୧.୭%) ଆଦି ଚିରହରିତ୍‌ ଅରଣ୍ୟ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri