ପେନ୍‌ସିଲ୍‌ରେ କଣା ହୋଇଗଲା ୧.୫ କୋଟିର ଫ୍ଲାଟ

ନୂଆଦିଲ୍ଲୀ:ନଏଡ଼ାସ୍ଥିତ ଏକ ଆପାର୍ଟମେଣ୍ଟର ଜଣେ ବାସିନ୍ଦା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜର ୧.୫ କୋଟି ଟଙ୍କା ମୂଲ୍ୟର ଫ୍ଲାଟ କାନ୍ଥରେ ଏକ କାଠ ପେନ୍‌ସିଲରେ ଗାତ କରୁଥିବା ଦେଖାଯାଉଛି। ଭିଡିଓରେ ସେ ଦର୍ଶାଇଛନ୍ତି ଯେ, କିପରି ଏକ ସାଧାରଣ ହାତୁଡ଼ି ସାହାଯ୍ୟରେ ପେନ୍‌ସିଲ୍‌ଟି ସିଧା କାନ୍ଥ ଭିତରକୁ ପଶିଯାଉଛି। ଭିଡିଓରେ ବ୍ୟକ୍ତି ଜଣକ କହୁଛନ୍ତି, ”ଏହି ଗାତଟି ଏକ ପେନ୍‌ସିଲ ଦ୍ୱାରା ହିଁ କରାଯାଇଛି। ପ୍ରଥମେ ଡ୍ରିଲରେ ଚେଷ୍ଟା କଲି, ତା’ପରେ ପେନ୍‌ସିଲ ଲଗାଇଲି ଏବଂ ତାହା ସିଧା ଭିତରକୁ ଚାଲିଗଲା। ଏହି କାନ୍ଥ ଏତେ ଦୁର୍ବଳ ଯେ, ଡ୍ରିଲ୍‌ ଆବଶ୍ୟକତା ନାହିଁ।“ ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ବିଲ୍ଡିଂର ନିର୍ମାଣ ମାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଭିଡିଓ ଭାଇରାଲ ହେବା ପରେ ଅନେକ ୟୁଜର୍ସ ଏହାକୁ ‘ଧୋକା’ ବୋଲି କହିଥିବା ବେଳେ ଅନ୍ୟ କିଛି ୟୁଜର୍ସ ଏହାକୁ ବୈଷୟିକ ଦୃଷ୍ଟିରୁ ସଠିକ ବୋଲି ଯୁକ୍ତି ବାଢ଼ିଛନ୍ତି। ସେମାନେ କହିଛନ୍ତି ଯେ, ଏହି କାନ୍ଥଗୁଡ଼ିକ ଏଏସି(ଅଟୋକ୍ଲାଭ୍‌ଡ ଏରେଟେଡ୍‌ କଂକ୍ରିଟ୍‌)ବ୍ଲକ୍ସରେ ତିଆରି, ଯାହା ଓଜନ ନ ଧରୁଥିବା କାନ୍ଥ ଅଟେ। ଏହାର ବ୍ୟବହାର କୋଠାର ମୋଟ ଓଜନ ହ୍ରାସ କରିବା ଏବଂ ଭୂକମ୍ପ ସମୟରେ ସ୍ଥିରତା ବଢ଼ାଇବା ପାଇଁ କରାଯାଏ। ଏକ ୟୁଜର୍‌ ଲେଖିଛନ୍ତି, ”ଭାଇ, ଏଗୁଡ଼ିକ ଏଏସି ବ୍ଲକ୍ସ, ଯେଉଁଥିରେ ଏୟାର୍‌ ପକେଟ୍ସ ଥାଏ। ଏଗୁଡ଼ିକ ହାଲୁକା ହୋଇଥିବାରୁ ଡ୍ରିଲ କିମ୍ବା ପେନ୍‌ସିଲରେ ସହଜରେ ଗାତ ହୋଇଯାଏ।“ ତେବେ ଅନେକଙ୍କ କହିବା କଥା ଯେ ବୈଷୟିକ କାରଣ ଯାହା ବି ହେଉ, ଏତେ ଦାମୀ ଫ୍ଲାଟ୍‌ଟେ ‘ମଜବୁତିର ଅନୁଭବ’ ରହିବା ଜରୁରୀ। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓର ସତ୍ୟତା କିମ୍ବା କାନ୍ଥର ପ୍ରକୃତ ଗୁଣବତ୍ତା ସ୍ବାଧୀନ ଭାବରେ ଯାଞ୍ଚ କରାଯାଇ ନାହିଁ। ତଥାପି, ଏହି କ୍ଲିପ୍‌ ଏକ ବଡ଼ ବିତର୍କ ସୃଷ୍ଟି କରିଛି ଯେ ଆମର ‘ପ୍ରିମିୟମ’ ଆପାର୍ଟମେଣ୍ଟଗୁଡ଼ିକ ପ୍ରକୃତରେ ସେମାନଙ୍କ ଦାମ ଅନୁସାରେ ମଜଭୁତ କି ନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

ଯୁଦ୍ଧ ସଙ୍କଟକୁ ନେଇ ରାଜ୍ୟ ସଭାରେ ଏମିତି କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତର ରଣନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ପଶ୍ଚିମ…

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ବୁଢ଼ାଢିଅ ଗାଁ ରେ ଥିବା କିଛି ଘରେ ଥିଲା ଗଞ୍ଜେଇ: ଚଢ଼ାଉପରେ ୭ ଲକ୍ଷ ଟଙ୍କାର …

ମୋହନା,୨୪।୩(ମନ୍ମଥ ମିଶ୍ର): ଗଜପତି ଅଡବା ଥାନା ଅଞ୍ଚଳ ଗତ କିଛି ଦିନ ହେବ ଗଞ୍ଜେଇ ବେପାରୀଙ୍କ ନିଦ ହଜାଇ ଦେଇଛି ପୋଲିସ। ଆର୍‌ ଉଦୟଗିରୀ ଏସଡିପିଓ ରାକେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri