ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ ହଠାତ୍ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିକାଣ୍ଡରେ କାହାର ଜୀବନହାନି ହୋଇ ନ ଥିବାବେଳେ ଘରେ ଥିବା ସାମଗ୍ରୀ ନିଆଁରେ ପୋଡ଼ି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ସୂଚନା ପାଇ ଗୁଣପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତକୁ ଆଣିଥିଲେ। ଫଳରେ ସମୟୋପଯୋଗୀ ପଦକ୍ଷେପ ଯୋଗୁ ଏକ ବଡ଼ ଅଘଟଣକୁ ଟାଳି ଦିଆଯାଇଛି। ନିଆଁ ଲାଗିବାର ସଠିକ୍ କାରଣ ଜଣାପଡ଼ି ନ ଥିବାବେଳେ ତଦନ୍ତ ଚାଲିଥିବା ସୂଚନା ମିଳିଛି।

