ଝାରସୁଗୁଡା,୧୩।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ମୁଖ୍ୟ ରେଲୱେ ଷ୍ଟେଶନରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍ ଶର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
ସୂଚନାନୁସାରେ, ମଙ୍ଗଳବାର ସକାଳୁ ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେଶନ ପ୍ଲାଟଫର୍ମ ନମ୍ବର ୧ରେ ବିଦ୍ୟୁତ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଏକ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ଯାହାଫଳରେ ଶର୍ଟସର୍କିଟ ହୋଇ ପ୍ଲାଟଫର୍ମ ମଧ୍ୟରେ ଏବଂ ପ୍ଲାଟଫର୍ମ ବାହାରେ ବହୁ ଧୂଆଁ ବାହାରିଥିଲା। ପରେ ରେଲୱେ ବିଭାଗର ବିଦ୍ୟୁତ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ।
Dharitri – Odisha’s No.1 Odia Daily