ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ…

ନୂଆଦିଲ୍ଲୀ,୧।୧୧: ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ଋଷିଆ ପକ୍ଷରୁ ଗୁଗଲ ଉପରେ ଏହି ତାଜୁବ କରିଦେବା ପରି ଏତେ ବଡ଼ ପରିମାଣର ଜରିମାନା ଲଗାଯାଇଛି।

ଜରିମାନା ରାଶି ୨ରେ ୩୪ଟି ଶୂନ ଡଲାରର ଅର୍ଥ ଏହାର ପରିମାଣ ବିଶ୍ୱର ମୋଟ ଜିଡିପି ଠାରୁ ୬୨୦ ଗୁଣ ଅଧିକ। ସରଳ ଭାଷାରେ କହିଲେ, ବିଶ୍ୱରେ ଯେତିକି ସମ୍ପତ୍ତି ନାହିଁ, ତା’ଠାରୁ ଅଧିକ ପରିମାଣର ଜରିମାନା ଋଷିଆର ଗୋଟିଏ କୋର୍ଟ ଗୁଗଲ ଉପରେ ଲାଗୁ କରିଛନ୍ତି। ଏହାକୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ମାଲିକାନାରେ ଥିବା ୟୁଟ୍ୟୁବ ଉପରେ ଏହି ଜରିିମାନା ଲାଗୁ କରାଯାଇଛି। ୟୁକ୍ରେନ ଉପରେ ଋଷିଆ କରୁଥିବା ଆକ୍ରମଣ ସମ୍ପର୍କିତ ଖବରକୁ ନେଇ ଗୁଗୁଲ ଓ ମସ୍କୋ ମୁହାଁମୁହିଁ ହୋଇଥିଲେ। ଯୁଦ୍ଧ ସମ୍ପର୍କରେ ଋଷିଆ ସରକାରଙ୍କ ଦ୍ୱାରା ପରିଚାଳିତ ଟିଭି ଚ୍ୟାନେଲ ଯେଉଁ ଖବର ପ୍ରସାରଣ କରୁଥିଲା, ତା’କୁ ୟୁଟ୍ୟୁବ ସ୍ଥାନ ଦେଉ ନଥିଲା।

କହିବାକୁ ଗଲେ ୟୁଟ୍ୟୁବରେ ଋଷିଆ ସରକାରଙ୍କ ଚ୍ୟାନେଲକୁ ବ୍ୟାନ କରି ଦିଆଯାଇଥିଲା। ଏହା ବିରୋଧରେ ଋଷିଆ କୋର୍ଟରେ ଗୋଟିଏ ମାମଲା ହୋଇଥିଲା। ଏହାର ଶୁଣାଣି କରି କୋର୍ଟ ଗୁଗଲ ଉପରେ ୨୦ ଡିଲିୟନ ଡଲାର ଆର୍ଥିକ ଦଣ୍ଡ ଲାଗୁ କରିଛନ୍ତି।

କୋର୍ଟ କହିଛନ୍ତି ଯେ, ୟୁଟ୍ୟୁବରେ ଋଷିଆ ସରକାରଙ୍କ ଚ୍ୟାନେଲଗୁଡ଼ିକୁ ବ୍ୟାନ କରି ଗୁଗୁଲ ଜାତୀୟ ପ୍ରସାରଣ ନିୟମକୁ ଉଲ୍ଲଂଘନ କରିଛି। ତେଣୁ ସଂସ୍ଥାକୁ ଦଣ୍ଡିତ କରାଯାଉଛି। ଏହା ବ୍ୟତୀତ ଗୁଗୁଲକୁ ଏହି ଚ୍ୟାନେଲଗୁ ପୁନଃ ପ୍ରସାରଣ କରିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ପ୍ଲାଟଫର୍ମ ନଅ ମାସ ମଧ୍ୟରେ ଏହି ଆଦେଶ ପାଳନ ନକରେ, ଜରିମାନା ରାଶିକୁ ପ୍ରତିଦିନ ବଢାଯିବ। ପ୍ରତିଦିନ ଗୁଗଲ ଉପରେ ୧୨୦୦ ଡଲାର ଲେଖାଏ ଜରିମାନା ଲାଗି ଚାଲିଥିବ।

ଗୁଗଲ ବିରୋଧରେ ଏହି ମାମଲା ୨୦୨୨ ମାର୍ଚ୍ଚ ମାସରେ ହୋଇଥିଲା। ୟୁଟ୍ୟୁବ ପକ୍ଷରୁ ଆରଟି ଓ ସ୍ପୁଟ୍ନିକ ସମେତ ଋଷିଆର ଅନେକ ରାଷ୍ଟ୍ରାୟତ୍ତ ଚ୍ୟାନେଲ ଉପରେ ବିଶ୍ୱବ୍ୟାପୀ ନିଷେଧାଦେଶ ଘୋଷଣା କରାଯିବା ପରେ ଋଷିଆ ମାମଲା ରୁଜୁ କରିଥିଲା। ଏବେ ଏହାର ରାୟ ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ସଂସଦରେ ଅଦ୍ଭୁତ ଦୃଶ୍ୟ, ମୋଦିଙ୍କ ଭାଷଣ ବିନା…

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରିବା ପରେ, ଆଲୋଚନା ହୁଏ ଏବଂ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଅଭିଭାଷଣ ରଖାଯାଏ। କିନ୍ତୁ, ଲୋକ ସଭାରେ ହଟ୍ଟଗୋଳ ଯୋଗୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri