ଚେକ୍‌ ବାଉନ୍ସ ହେଲାରୁ ୧୪ ଲକ୍ଷ ଜରିମାନା, ବର୍ଷେ ଜେଲ

ବୈଶିଙ୍ଗା, ୩।୩(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ଜେଏମ୍‌ଏଫସିରେ ଏକ ଚେକ ବାଉନ୍ସ ମାମଲାର ବିଚାର କରାଯାଇ ଅଭିଯୁକ୍ତଙ୍କୁ ୧୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବର୍ଷେ କାରାଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ତେବେ ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ୨୦୨୧ ମସିହାରେ ଏତଲାକାରୀ ବେତନଟୀର ଲକ୍ଷ୍ମୀନାରାୟଣ ସାହୁ ବହି ଓ ଅଫିସ ଷ୍ଟେସନାରୀ ହୋଲସେଲ ବ୍ୟବସାୟ କରୁଥିବା ଯୋଗୁ ବାଲେଶ୍ବର ଜିଲା ନୀଳଗିରି ଅଞ୍ଚଳର ରାଜେଶ କୁମାର ଆଚାର୍ଯ୍ୟଙ୍କୁ ଜିନିଷପତ୍ର ଯୋଗାଇ ଆସିଥାନ୍ତି। ପ୍ରତିବଦଳରେ ରାଜେଶ ଦେଇଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ୧୨ ଲକ୍ଷ ୨୭ ହଜାର ୮୦୦ ଟଙ୍କାର ଚେକ ବ୍ୟାଙ୍କରେ ଜମା କରିବା ପରେ ତାହା ବାଉନ୍ସ ହୋଇଯାଇଥିଲା। ଏହାକୁ ନେଇ ଲକ୍ଷ୍ମୀନାରାୟଣ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଏନେଇ ମାମଲା(ନଂ.୩୧/୨୦୨୧) ରୁଜୁ କରାଯାଇ ବିଚାର ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ବାବା ଖଣ୍ଡୁଆଳଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଯୋଗଦେଲେ ଲାଞ୍ଜିଗଡ ବିଧାୟକଙ୍କ ସହ…

ଥୁଆମୂଳ ରାମପୁର, ୨୮।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳ ଆମ୍ବପଦର ଗ୍ରାମପଞ୍ଚାୟତ ସ୍ଥିତ ଚୁଲବାଡି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ଅଫିସକୁ ଚାଲି ଚାଲି ଆସିଲେ ସିଡିଓ, ବନ୍ଦ ଡାକରା ଯୋଗୁ…

କୋରାପୁଟ,୨୮।୧(ଅମିତାଭ ବେହେରା ): କୋରାପୁଟରେ ବନ୍ଦ ଡାକରାର ପଡ଼ିଛି ପ୍ରଭାବ। ଏଥିଯୋଗୁ ଗାଡି ମୋଟର ବନ୍ଦ ରହିଥିଲା। ଫଳରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ବେଣୁଧର ଶବର…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri