ମମତାଙ୍କ ଉପରେ ରାଗିକି ପ୍ରଚଣ୍ଡ ପ୍ରଭାତୀ: କହିଲେ ପୁରୀରେ ବୟ କଟ୍‌ ନାଲି ଆଖି…

ଭୁବନେଶ୍ୱର,୬।୫: ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଉଠିଛି। ଏ ନେଇ ମୁହଁ ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଯିଏ ଯିଏ ବୟକଟ ପୁରୀ କଥା କହିଛନ୍ତି ତା ଦ୍ୱାରା ପୁରୀ ଆଉଥରେ ଫୋକସକୁ ଆସିଛି । ପୁରୀ ପର୍ଯ୍ୟଟନ ଏହା ଦ୍ୱାରା ବିଲକୁଲ ବି ପ୍ରଭାବିତ ହେବ ନାହିଁ। ପୁରୀ ପାଇଁ ପ୍ରଚାରର ଆବଶ୍ୟକତା ନାହିଁ କି କାହା ବୟ କଟ୍‌ ନାଲି ଆଖି ପୁରୀରେ କାମ ଦେବନି । ବାର ବାର ଜଗନ୍ନାଥ ସଂସ୍କୃତି ଉପରେ କୁଠାରଘାତ କରିବା ଟା ମମତା ବାନାର୍ଜୀଙ୍କ ପ୍ରତି ଶୋଭନୀୟ ଆଚରଣ ନୁହେଁ ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ, ଏପ୍ରିଲ ୩୦ରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରଙ୍କ ପକ୍ଷରୁ ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଉଠିଛି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ଯୋଗଦେଇଥିବାବେଳେ ସମ୍ପୃକ୍ତ ସ୍ଥାନକୁ ‘ଜଗନ୍ନାଥ ଧାମ’ ରୂପେ ନାମକରଣ କରାଯାଇଛି। ଏପରି କି ନବକଳେବର ଦାରୁରେ ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ବ୍ରହ୍ମସ୍ଥାପନ ହୋଇଥିବା ଚର୍ଚ୍ଚା ହେଉଛି। ଶ୍ରୀମନ୍ଦିର ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେବା ଦ୍ୱାରା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେବ। ତେବେ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପୁରୀରୁ ୭ରୁ ୮ଜଣ ଦଇତାପତି ସେବାୟତ ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇଥିଲେ। ସେମାନଙ୍କର ପୂଜାବିଧି କର୍ତ୍ତବ୍ୟ କିଛି ନ ଥିଲା। ବ୍ରହ୍ମ ସ୍ଥାପନ କେବଳ ଗୋଟିଏ ସ୍ଥାନରେ ଅର୍ଥାତ ଶ୍ରୀମନ୍ଦିରରେ ହୁଏ, ଯାହା ନବକଳେବର ସମୟରେ ପରିବର୍ତ୍ତନ କରାଯାଇଥାଏ। ଅନ୍ୟ କୌଣସି ସ୍ଥାନରେ ବ୍ରହ୍ମ ଆସିପାରିବ ନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ବରିଷ୍ଠ ସେବାୟତ ମାଧବ ମହାପାତ୍ର କହିଛନ୍ତି, ଏହା ହେଉଛି ଓଡ଼ିଆ ଜାତି ଓ ମହାପ୍ରଭୁଙ୍କ ସ୍ବାଭିମାନର ପ୍ରଶ୍ନ। ଏହି ସ୍ବାଭିମାନକୁ ସର୍ବଦା ଚ୍ୟାଲେଞ୍ଜ କରିବା ଭଳି କାର୍ଯ୍ୟ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଅତୀତରେ ରସଗୋଲା ଘଟଣା ହେଉ କି ବର୍ତ୍ତମାନର ଜଗନ୍ନାଥ ଧାମ ପ୍ରସଙ୍ଗ ହେଉ, ସବୁକ୍ଷେତ୍ରରେ ଓଡ଼ିଶାର ମାନ ଅଭିମାନ କ୍ଷୁଣ୍ଣ ହେବା ନେଇ ଅପଚେଷ୍ଟା କରାଯାଉଛି। ଭାରତର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ମନ୍ଦିର ରହିଛି ଏବଂ ଆହୁରି ମନ୍ଦିର ହେବାର ଆବଶ୍ୟକତା ଅଛି। ମାତ୍ର ପଶ୍ଚିମବଙ୍ଗରେ ଓଡ଼ିଆ ଜାତିକୁ ତଳକୁ ନେବା ପାଇଁ ପ୍ରତ୍ୟେକ ପର୍ବକୁ ତାଙ୍କର କରିବାକୁ ଅପଚେଷ୍ଟା କରାଯାଉଛି। ପୁରୀ ଗସ୍ତ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ବିରୋଧ କରାଯାଇଥିଲା। ତେଣୁ ସେ ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇଛନ୍ତି। ତାଙ୍କର ଏହି ଗର୍ବ ଓ ଅହଂକାରର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ। ସେହିପରି ପୁରୀ ସେବାୟତ ସେହି କାର୍ଯ୍ୟରେ ଯୋଗଦେବା ନେଇ ନିଜକୁ ପ୍ରଶ୍ନ ପଚାରିବାର ଥିଲା।

ସେହିପରି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ଏଭଳି କାର୍ଯ୍ୟ ନିମନ୍ତେ ଜଗନ୍ନାଥ ସଂସ୍କୃତିର ହାନି ହେଉଛି। ନିଯୋଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା କି କୌଣସି ସ୍ଥାନରେ ସୂପକାର ରୋଷେଇ କରିବେ ନାହିଁ। ତେବେ ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରରେ ରୋଷେଇ ପାଇଁ କେତେଜଣ ସୂପକାର ଯାଉଥିବା ଖବର ମିଳିଥିଲା। ଫଳରେ ନିଯୋଗ ପକ୍ଷରୁ ବିରୋଧ କରାଯାଇ ନୋଟିସ୍‌ କରାଯାଇଥିଲା। ତେଣୁ କୌଣସି ସୂପକାର ବା କର୍ମଚାରୀ ସେଥିରେ ଯୋଗଦାନ କରିନାହାନ୍ତି। ତେଣୁ ସମସ୍ତଙ୍କୁ ଧନ୍ୟବାଦ। ଶ୍ରୀକ୍ଷେତ୍ର ଛଡ଼ା ଅନ୍ୟ କେଉଁଠୁ ବହ୍ମ ଆସିଲା ବୋଲି ମହାସୁଆର ପ୍ରଶ୍ନ କରିଛନ୍ତି। ସେହିପରି ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି, ଦୀଘା କେବେ ଧାମ ହୋଇପାରିବ ନାହିଁ, ଦୀଘା ଗୋଟିଏ ମନ୍ଦିର ଓ ପର୍ଯ୍ୟଟନସ୍ଥଳନୀ। ଯେଉଁମାନେ ସେଠାକୁ ଯାଇଥିଲେ, ସେମାନେ ତାଙ୍କର ବଡ଼ିମା ଦେଖାଇବା ପାଇଁ ଯାଇଥିଲେ। ବେପାର ଉଦେଶ୍ୟରେ ଯାଇଛନ୍ତି। ମମତା ବାନାର୍ଜୀ ବ୍ୟବସାୟ କରିବା ପାଇଁ ମନ୍ଦିର ନିର୍ମାଣ କରିଛନ୍ତି। ବ୍ରହ୍ମ ସଂସ୍ଥାପନ ଓ ଘଟ ପରିବର୍ତ୍ତନ ଆଦି କେବଳ ଶ୍ରୀମନ୍ଦିରରେ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri