ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ପଥରଖମ୍ବ ଗାଁର ଛକଡ଼ି ସାହୁ। ଛକଡ଼ି ଗ୍ରାମଠାରୁ କିଛି ଦୂର ନିଜ ଧାନ ବିଲରେ ଧାନ କାଟୁଥିବା ବେଳେ ସାପକାମୁଡ଼ାର ଶିକାର ହୋଇଥିଲେ। ପାଖ ଧାନ କ୍ଷେତରେ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ତୁରନ୍ତ ଘରକୁ ଅସୁସ୍ଥ ଅବସ୍ଥାରେ ନେଇ ଆସିଥିଲେ। ପରିବାର ଲୋକେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଛକଡ଼ିଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
Dharitri – Odisha’s No.1 Odia Daily

