ରାଇକିଆ,୨୨।୫-(ପ୍ରଦୀପ ବେହେରା): ଜଙ୍ଗଲରୁ ପାଣି ସନ୍ଧାନରେ ଗାଁ ନିକଟକୁ ଚାଲିଆସିଥିବା ଏକ କୁଟ୍ରାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ରାଇକିଆ ବନବିଭାଗ। ପାଟଳୀ ସାହି ନିକଟ ଏକ ଚୁଆକୁ ଆସି ପାଣି ପିଉଥିବାବେଳେ କୁକୁରମାନଙ୍କ ଆକ୍ରମଣରେ କୁଟରାଟି ରକ୍ତାକ୍ତ ହୋଇଥିଲା। ସ୍ଥାନୀୟ ବାସିନ୍ଦା ଙ୍କ ତରଫରୁ ଖବର ପାଇ ବନ ବିଭାଗ କର୍ମଚାରୀ ମାନେ କୁଟ୍ରାକୁ ଉଦ୍ଧାର କରି ରାଇକିଆ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ। କୁଟ୍ରାଟି ସୁସ୍ଥ ହେଲା ପରେ ତାକୁ ପୁଣି ଥରେ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି ।
Dharitri – Odisha’s No.1 Odia Daily

