୧୬୨୨ ପାଇଁ ଜଣେ ଡାକ୍ତର

ସରକାରୀ ବ୍ୟବସ୍ଥା ଅନୁଯାୟୀ ପ୍ରତି ୧,୦୦୦ ଜନସଂଖ୍ୟାରେ ଜଣେ ଡାକ୍ତର ରହିବା କଥା। କିନ୍ତୁ ଓଡ଼ିଶାରେ ୧,୬୨୨ ଲୋକଙ୍କ ପାଇଁ ଜଣେ ଡାକ୍ତର ରହିଛନ୍ତି। ଅର୍ଥାତ୍‌ ଜଣେ ଡାକ୍ତରଙ୍କ ଉପରେ ଅତିରିକ୍ତ ୬୨୨ ଲୋକଙ୍କ ବୋଝ ରହିଛି। ଏଥିରୁ ସ୍ବାଭାବିକ ସ୍ବାସ୍ଥ୍ୟସେବା ମିଳିବା କଷ୍ଟକର ହୋଇପଡ଼ିଛି। ଏଭଳି ବିଷୟ ବିଧାନସଭାରେ ଶନିବାର ଉପସ୍ଥାପିତ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ(ସିଏଜି)ଙ୍କ ରିପୋର୍ଟରୁ ଜଣାପଡ଼ିଛି। ସେହିପରି ରାଜ୍ୟରେ ୪୯% ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ସହ ଜନସଂଖ୍ୟା ଓ ନର୍ସ ଅନୁପାତ ମଧ୍ୟ ଚିନ୍ତାଜନକ ରହିଥିବା ଏହି ରିପୋର୍ଟ ଦର୍ଶାଇଛି। ପ୍ରତି ୩୦୦ ଲୋକଙ୍କ ପାଇଁ ଜଣେ ନର୍ସ ରହିବାକୁ ଧାର୍ଯ୍ୟ ହୋଇଛି। ହେଲେ ଷ୍ଟାଫ୍‌ ନର୍ସ ନିଯୁକ୍ତି ଆବଶ୍ୟକତା ଅନୁଯାୟୀ ହୋଇ ନ ଥିବାରୁ ଜଣେ ନର୍ସଙ୍କ ଉପରେ ୩,୮୨୯ ଲୋକଙ୍କ ଚିକିତ୍ସା ବୋଝ ପଡ଼ୁଛି। ସିଏଜିଙ୍କ ଏହି ତଥ୍ୟ ସରକାରୀ ଚିକିତ୍ସା ବ୍ୟବସ୍ଥାର ଚିତ୍ରକୁ ପଦାରେ ପକାଇଛି।

ଭୁବନେଶ୍ୱର,୮ା୧୨ (ଅନିଲ ଦାସ): ରାଜ୍ୟ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ଡାକ୍ତର ଅଭାବ ସାଙ୍ଗକୁ ଦୁର୍ବଳ ଭିତ୍ତିଭୂମି ଜନସ୍ବାସ୍ଥ୍ୟ କ୍ଷେତ୍ରରେ ବିରାଟ ଅନ୍ତରାୟ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ଜରୁରିକାଳୀନ ସେବା ପାଇବାରୁ ମଧ୍ୟ ଲୋକେ ବଞ୍ଚିତ ହେଉଛନ୍ତି। ରାଜ୍ୟର ମେଡିକାଲ କଲେଜ ଗୁଡ଼ିକରେ ଭିତ୍ତିଭୂମି ଅଭାବ ଯୋଗୁ ଡାକ୍ତରୀ ପାଠପଢ଼ାରେ ମଧ୍ୟ ଘୋର ବ୍ୟାଘାତ ସୃଷ୍ଟି ହେଉଛି। ଷ୍ଟାଫ୍‌ ନର୍ସ ଓ ପାରାମେଡିକାଲ ଷ୍ଟାଫ୍‌, ହସ୍ପିଟାଲରେ ବେଡ୍‌, ଔଷଧ ଯୋଗାଣ ଏବଂ ଆନୁଷଙ୍ଗିକ ଯନ୍ତ୍ରପାତି ଅଭାବ ରାଜ୍ୟ ସ୍ବାସ୍ଥ୍ୟସେବାର ବିକଳ ଚିତ୍ରକୁ ଦର୍ଶାଉଛି। ଶନିବାର ବିଧାନସଭାରେ ଉପସ୍ଥାପିତ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି)ଙ୍କ ଅଡିଟ୍‌ ରିପୋର୍ଟରେ ରାଜ୍ୟ ସ୍ବାସ୍ଥ୍ୟସେବାର ଏଭଳି ପୁଳାପୁଳା ଅବ୍ୟବସ୍ଥାର ପର୍ଦ୍ଦାଫାଶ ହୋଇଛି।

ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ବିଶ୍ୱସ୍ବାସ୍ଥ୍ୟ ସଙ୍ଗଠନ ନିୟମ ଅନୁଯାୟୀ ପ୍ରତି ୧ ହଜାର ଜନସଂଖ୍ୟାରେ ଜଣେ ଡାକ୍ତର ରହିବାକୁ ଥିବା ବେଳେ ରାଜ୍ୟରେ ପ୍ରତି ୧୬୨୨ରେ ଜଣେ ଡାକ୍ତର ରହିଛନ୍ତି। ସେହିପରି ୩୦୦ ରୋଗୀଙ୍କ ପାଇଁ ଜଣେ ଷ୍ଟାଫ୍‌ନର୍ସ ରହିବା ନିୟମ ଥିବାବେଳେ ରାଜ୍ୟରେ ୩୮୨୯ରେ ଜଣେ ଷ୍ଟାଫ୍‌ନର୍ସ ଅଛନ୍ତି। ମଞ୍ଜୁରିପ୍ରାପ୍ତ ପଦବୀରୁ ରାଜ୍ୟରେ ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ୪୯ ପ୍ରତିଶତ କମ୍‌ ଥିବାବେଳେ ମେଡିକାଲ ଅଫିସର ୪୦ ଓ ଷ୍ଟାଫ୍‌ନର୍ସ/ନର୍ସିଂ ଅଫିସର ପଦବୀ ୩୦ ପ୍ରତିଶତ ଖାଲିପଡ଼ିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯଥାକ୍ରମେ ୪୦ ଓ ୫୮ ପ୍ରତିଶତ ଡାକ୍ତର ପଦବୀ ଖାଲି ରହିଛି। ସେହିପରି ଗ୍ରାମାଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ୧୬୨୨ ପାଇଁ ଜଣେ ୨୮ ପ୍ରତିଶତ ଡାକ୍ତରଙ୍କ ଅଭାବ ରହିଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ମେଡିକାଲ କଲେଜରେ ଶିକ୍ଷକ ଓ କର୍ମଚାରୀ ଅଭାବରୁ ସ୍ବାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ରାଜ୍ୟରେ ଥିବା ସ୍ବାସ୍ଥ୍ୟସେବା ଭାରତୀୟ ଜନସ୍ବାସ୍ଥ୍ୟ ଷ୍ଟାଣ୍ଡାର୍ଡ(ଆଇପିଏସ୍‌ଏସ୍‌)ଠାରୁ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ଏଥିଯୋଗୁ କେନ୍ଦ୍ର ସରକାର ରାଜ୍ୟର ୭୨ଟି ସ୍ବାସ୍ଥ୍ୟାନୁଷ୍ଠାନର ନିର୍ମାଣ ଓ ନବୀକରଣ ବାବଦ ଖର୍ଚ୍ଚ ଦେବାକୁ ମନାକରି ଦେଇଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ଓଡ଼ିଶାରେ ୧୬୫.୯୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଡାକ୍ତରଖାନା କୋଠା ଓ ଅନ୍ୟାନ୍ୟ ଭିତ୍ତିଭୂମି ଦୀର୍ଘ ୫ ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଷ୍ଟାଫ୍‌ କ୍ୱାର୍ଟର୍ସ ଅଭାବରୁ ମେଡିକାଲ କଲେଜଗୁଡ଼ିକରେ ଡାକ୍ତର, ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ କୋଠାରେ ରହିବାକୁ ବାଧ୍ୟ ହୋଇଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ପାଇଁ ବେଡ୍‌ର ଘୋର ସଙ୍କଟ ରହିଛି। ଜାତୀୟ ସ୍ବାସ୍ଥ୍ୟନୀତିି- ୨୦୧୭ ଅନୁଯାୟୀ ରାଜ୍ୟରେ ମୋଟ ୯୧ ହଜାର ୩୯୨ ବେଡ୍‌ ବ୍ୟବସ୍ଥା କରିବାକୁ ଥିବାବେଳେ ମାତ୍ର ୩୨,୭୬୭ ବେଡ୍‌ ରହିଛି; ଯାହା କି ୬୪ ପ୍ରତିଶତ କମ୍‌। ଏଥିଯୋଗୁ ରୋଗୀ ଆଡ୍‌ମିଶନ, ହସ୍ପିଟାଲର ଜରୁରିକାଳୀନ ସେବା ଓ ଅସ୍ତ୍ରୋପଚାର ବାତିଲ କରିବାକୁ ପଡ଼ିଛି। ଜିଲା ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯଥାକ୍ରମେ ୪୨ ଓ ୪୯ ପ୍ରତିଶତ ବେଡ୍‌ର ଅଭାବ ରହିଛି। ସେହିପରି ଅଧିକାଂଶ ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଜରୁରିକାଳୀନ ସେବାରେ ମୋବାଇଲ ଏକ୍ସ, ଓଟିର ଘୋର ଅଭାବ ରହିଛି।

ଜରୁରିକାଳୀନ ସେବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତ ସଂରକ୍ଷଣ ୟୁନିଟ୍‌ର ମଧ୍ୟ ଅଭାବ ରହିଛି। ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇ ପାରୁ ନ ଥିବାରୁ ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ଉଦ୍‌ବେଗଜନକ ରହିଛି। ଜାତୀୟସ୍ତରରେ ନବଜାତକ ଶିଶୁ ମୃତ୍ୟୁହାର ୨୪.୯ ଥିବାବେଳେ ରାଜ୍ୟରେ ୨୭ ପ୍ରତିଶତ ରହିଛି। କେବଳ ସେତିକି ନୁହେଁ, ରୋଗୀଙ୍କ ପାଇଁ ପ୍ରତିବର୍ଷ କ୍ରୟ କରାଯାଉଥିବା ଔଷଧକୁ ମଧ୍ୟ ଠିକ୍‌ ଢଙ୍ଗରେ ବଣ୍ଟନ ହେଉ ନ ଥିବାରୁ ବହୁ କୋଟି ଟଙ୍କାର ଔଷଧ ପାଣିରେ ପଡୁଛି। ୨୦୧୬-୧୭ ରୁ ୨୦୨୦-୨୧ ମଧ୍ୟରେ ୧୧.୬୮ କୋଟି ଟଙ୍କାର ଔଷଧ ରୋଗୀଙ୍କୁ ବଣ୍ଟନ କରା ନ ଯିବାରୁ ତାହା ନଷ୍ଟ ହୋଇଛି। ଡାକ୍ତରଖାନାରୁ ବାହାରୁଥିବା ବର୍ଜ୍ୟଗୁଡ଼ିକୁ ମଧ୍ୟ ପରିଚାଳନା କରିବାରେ ସ୍ବାସ୍ଥ୍ୟ ବିଭାଗ ବିଫଳ ହୋଇଛି। ରାଜ୍ୟର ୧୦ରୁ ୫୦ ପ୍ରତିଶତ ସ୍ବାସ୍ଥ୍ୟ ଅନୁଷ୍ଠାନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଅନୁମତି ନେଇ ନ ଥିଲେ। ଏପରି କି ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୫୨.୬୪ କୋଟି ଟଙ୍କାରେ କ୍ରୟ କରାଯାଇଥିବା ଯନ୍ତ୍ରପାତି ଭିତ୍ତିଭୂମି ଅଭାବରୁ ଖତ ଖାଉଛି। ବୟସ୍କ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଜାତୀୟ କାର୍ଯ୍ୟକ୍ରମରେ ଉପଲବ୍ଧ ଅର୍ଥରୁ ମାତ୍ର ୯ରୁ ୨୦ ପ୍ରତିଶତ ଖର୍ଚ୍ଚ କରାଯାଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri