ଭିନ୍ନକ୍ଷମ ଆଥ୍‌ଲେଟ ସ୍ବର୍ଣ୍ଣଲତାଙ୍କୁ ସରକାରୀ ସହାୟତା ମିଳୁନି

ରାଜକନିକା,୩୦ା୫(ଡି.ଏନ୍‌.ଏ.): ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ। ହେଲେ ଛାତିରେ ଛାତିଏ ବଳ। ମୁଁ ଭିନ୍ନକ୍ଷମ ସତ, ହେଲେ ଯେଉଁମାନେ ମୋ ପରି ଭିନ୍ନକ୍ଷମଙ୍କୁ ଖରାପ ନଜରରେ ଦେଖୁଛନ୍ତି ମୁଁ ସେମାନଙ୍କ ପାଇଁ ଉଦାହରଣ ସାଜିବାକୁ ଚାହୁଁଛି। ସରକାରୀ ସ୍ତରରେ ମୁଁ ଅଣଦେଖା। କିନ୍ତୁ ଯଦି ମୋତେ ଆଉଥରେ ସୁଯୋଗ ମିଳେ ତେବେ ମୁଁ ରାଜ୍ୟ ପାଇଁ ବା ଦେଶ ଲାଗି ନିଶ୍ଚିତ ଗୌରବ ଆଣିବି ବୋଲି ଆଖି ଛଳଛଳ କରି ଧୀର କଣ୍ଠରେ କହିଛନ୍ତି ରାଜ୍ୟ ତଥା ଜାତୀୟସ୍ତରରେ ବେଶ୍‌ ସୁନାମ ଅଜର୍ର୍ନ କରି ୨୦ରୁ ଊର୍ଦ୍ଧ୍ୱ ମେଡାଲ ସହ ପ୍ରମାଣପତ୍ର ପ୍ରାପ୍ତ କରିଥିବା ଭିନ୍ନକ୍ଷମ ଆଥ୍‌ଲେଟ ସ୍ବର୍ଣ୍ଣଲତା ବେହେରା। ଘର କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଜାଗୁଳାଇପଡ଼ା ପଞ୍ଚାୟତର ଗଞ୍ଜା ଗ୍ରାମରେ। ସ୍ବର୍ଣ୍ଣଲତା ୮ ବର୍ଷ ବୟସରୁ ବାପାଙ୍କୁ ହରାଇ ମା’ଙ୍କ ବୋଝ ହୋଇଥିବା ବେଳେ ଶାରୀରିକ ଯନ୍ତ୍ରଣା ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ। ଆଣ୍ଠେଇ ଆଣ୍ଠେଇ ଚାଲୁଥିବା ସ୍ବର୍ଣ୍ଣଲତା ଯନ୍ତ୍ରଣା ସହ୍ୟ କରି ନ ପାରି ମା’ ଲକ୍ଷ୍ମୀପ୍ରିୟାଙ୍କ ସହ ଓଲଟପୁର ନିର୍‌ତାର ହସ୍ପିଟାଲ ଯାଇ ଅସ୍ତ୍ରୋପଚାର କରାଇବା ପରେ ସେଠାରେ ଦେଖିବାକୁ ପାଆନ୍ତି ତାଙ୍କ ପରି ଅନେକ ଭିନ୍ନକ୍ଷମଙ୍କୁ। ବିଭିନ୍ନ ପ୍ରକାର ଖେଳ ସେମାନେ ଖେଳିପାରୁଛନ୍ତି। ସେଠାରୁ ହୁଇଲ ଚେୟାରରେ ବସି ଅନ୍ତର୍ନିହିତ ଶକ୍ତିକୁ ଜାଗରଣ କରି ଖେଳିବାକୁ ବାହାରି ପଡ଼ନ୍ତି। ଆଉ କେବେ ପଛକୁ ଚାହିଁନାହାନ୍ତି। ରାଜ୍ୟ ତଥା ଦେଶ ପାଇଁ ବିଭିନ୍ନ ସ୍ଥାନରେ ସେ ଶଟ୍‌ପୁଟ, ଜାଭେଲିନ୍‌, ଡିସ୍‌କସ୍‌, ମାରାଥନ ଆଦି ଖେଳି ୨୦ରୁ ଊର୍ଦ୍ଧ୍ୱ ମେଡାଲ ଓ ପ୍ରମାଣପତ୍ର ପାଇଛନ୍ତି। କିନ୍ତୁ ଆଜି ସେ ଅଲୋଡ଼ା ଓ ଅଖୋଜା।
ଯେତେବେଳେ ସେ ରାଜ୍ୟ ଓ ଦେଶ ପାଇଁ ମେଡାଲ ଆଣୁଥିଲେ, ସେତେବେଳେ ତାଙ୍କ ପାଇଁ ଗର୍ବ ଅନୁଭବ କରୁଥିବା ଲୋକମାନେ ଆଜି ତାଙ୍କ ସାଙ୍ଗରେ ନାହାନ୍ତି। ମା’ଙ୍କ ସହ ନୁଅଁାଣିଅଁା ନଡ଼ା ଛପର ଚାଳଘରେ ରହୁଥିବା ସ୍ବର୍ଣ୍ଣଲତାଙ୍କ ପାଇଁ ଭରସା କେବଳ ନିଜର ଭିନ୍ନକ୍ଷମ ଭତ୍ତା ସହ ମାସକୁ ମିଳୁଥିବା ୫ କିଗ୍ରା ଚାଉଳ। ସରକାରୀ ସହାୟତା ପାଇଁ ଯେତେବେଳେ ସେ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଗୁହାରି କରନ୍ତି, ସେତେବେଳେ ତାଙ୍କୁ ଉତ୍ତର ମିଳେ ନିଜ ନାମକୁ ଯଦି ତୁମ ରାଶନ କାର୍ଡରୁ ଅଲଗା କରିବ ତେବେ ସରକାରୀ ସାହାଯ୍ୟ ମିଳିବ ବୋଲି ସ୍ବର୍ଣ୍ଣଲତା କହିଛନ୍ତି। ବୃଦ୍ଧା ମା’ଙ୍କୁ ଛାଡି ସେ ଅଲଗା ହୋଇପାରୁନାହାନ୍ତି କି ସରକାରୀ ସାହାଯ୍ୟ ପାଇପାରୁନାହାନ୍ତି। ସ୍ବର୍ଣ୍ଣଲତାଙ୍କୁ ଆଜି ବି ସୁଯୋଗ ମିଳିଲେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ସେ କହିଛନ୍ତି। ସରକାରଙ୍କ କ୍ରୀଡ଼ା ବିଭାଗ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ସ୍ବର୍ଣ୍ଣଲତାଙ୍କୁ ରାଜ୍ୟ ତଥା କେନ୍ଦ୍ର ସରକାର ଜଣେ ସଫଳ ଆଥଲେଟ୍‌ ହିସାବରେ ବିବେଚିତ କରି ସମସ୍ତ ସରକାରୀ ସୁବିଧା ସୁଯୋଗ ସହ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ଆମେରିକା-ଇରାନ ମଧ୍ୟରେ କେବେ ଶେଷ ହେବ ଯୁଦ୍ଧ? ସମୟସୀମା ସ୍ଥିର କଲେ ଟ୍ରମ୍ପ! ଏହି ଦିନ…

ଓ୍ବାଶିଂଟନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ସୂଚିତ କରିଛି ଯେ ଇରାନ ବିରୁଦ୍ଧରେ ଏହାର ସାମରିକ ଅଭିଯାନ ଦୀର୍ଘ…

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

ଏହି ଦିନଠୁ ଆରମ୍ଭ ଐତିହାସିକ ଚନ୍ଦନ ଯାତ୍ରା: ଉଠିଲା ଶୁଭଖୁଣ୍ଟ

ଗଞ୍ଜାମ,୨୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ…

କାର ଉପରେ ପଡ଼ିଲା ଗଛ: ଆଉ ତା’ପରେ ଘଟିଲା…

ପାଟଣା,୨୮।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକଙ୍କ ଘର ବାହାରେ ଥିବା ଏକ କୋଳି ଗଛ କାର…

ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri