ଭିନ୍ନକ୍ଷମ ଆଥ୍‌ଲେଟ ସ୍ବର୍ଣ୍ଣଲତାଙ୍କୁ ସରକାରୀ ସହାୟତା ମିଳୁନି

ରାଜକନିକା,୩୦ା୫(ଡି.ଏନ୍‌.ଏ.): ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ। ହେଲେ ଛାତିରେ ଛାତିଏ ବଳ। ମୁଁ ଭିନ୍ନକ୍ଷମ ସତ, ହେଲେ ଯେଉଁମାନେ ମୋ ପରି ଭିନ୍ନକ୍ଷମଙ୍କୁ ଖରାପ ନଜରରେ ଦେଖୁଛନ୍ତି ମୁଁ ସେମାନଙ୍କ ପାଇଁ ଉଦାହରଣ ସାଜିବାକୁ ଚାହୁଁଛି। ସରକାରୀ ସ୍ତରରେ ମୁଁ ଅଣଦେଖା। କିନ୍ତୁ ଯଦି ମୋତେ ଆଉଥରେ ସୁଯୋଗ ମିଳେ ତେବେ ମୁଁ ରାଜ୍ୟ ପାଇଁ ବା ଦେଶ ଲାଗି ନିଶ୍ଚିତ ଗୌରବ ଆଣିବି ବୋଲି ଆଖି ଛଳଛଳ କରି ଧୀର କଣ୍ଠରେ କହିଛନ୍ତି ରାଜ୍ୟ ତଥା ଜାତୀୟସ୍ତରରେ ବେଶ୍‌ ସୁନାମ ଅଜର୍ର୍ନ କରି ୨୦ରୁ ଊର୍ଦ୍ଧ୍ୱ ମେଡାଲ ସହ ପ୍ରମାଣପତ୍ର ପ୍ରାପ୍ତ କରିଥିବା ଭିନ୍ନକ୍ଷମ ଆଥ୍‌ଲେଟ ସ୍ବର୍ଣ୍ଣଲତା ବେହେରା। ଘର କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଜାଗୁଳାଇପଡ଼ା ପଞ୍ଚାୟତର ଗଞ୍ଜା ଗ୍ରାମରେ। ସ୍ବର୍ଣ୍ଣଲତା ୮ ବର୍ଷ ବୟସରୁ ବାପାଙ୍କୁ ହରାଇ ମା’ଙ୍କ ବୋଝ ହୋଇଥିବା ବେଳେ ଶାରୀରିକ ଯନ୍ତ୍ରଣା ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ। ଆଣ୍ଠେଇ ଆଣ୍ଠେଇ ଚାଲୁଥିବା ସ୍ବର୍ଣ୍ଣଲତା ଯନ୍ତ୍ରଣା ସହ୍ୟ କରି ନ ପାରି ମା’ ଲକ୍ଷ୍ମୀପ୍ରିୟାଙ୍କ ସହ ଓଲଟପୁର ନିର୍‌ତାର ହସ୍ପିଟାଲ ଯାଇ ଅସ୍ତ୍ରୋପଚାର କରାଇବା ପରେ ସେଠାରେ ଦେଖିବାକୁ ପାଆନ୍ତି ତାଙ୍କ ପରି ଅନେକ ଭିନ୍ନକ୍ଷମଙ୍କୁ। ବିଭିନ୍ନ ପ୍ରକାର ଖେଳ ସେମାନେ ଖେଳିପାରୁଛନ୍ତି। ସେଠାରୁ ହୁଇଲ ଚେୟାରରେ ବସି ଅନ୍ତର୍ନିହିତ ଶକ୍ତିକୁ ଜାଗରଣ କରି ଖେଳିବାକୁ ବାହାରି ପଡ଼ନ୍ତି। ଆଉ କେବେ ପଛକୁ ଚାହିଁନାହାନ୍ତି। ରାଜ୍ୟ ତଥା ଦେଶ ପାଇଁ ବିଭିନ୍ନ ସ୍ଥାନରେ ସେ ଶଟ୍‌ପୁଟ, ଜାଭେଲିନ୍‌, ଡିସ୍‌କସ୍‌, ମାରାଥନ ଆଦି ଖେଳି ୨୦ରୁ ଊର୍ଦ୍ଧ୍ୱ ମେଡାଲ ଓ ପ୍ରମାଣପତ୍ର ପାଇଛନ୍ତି। କିନ୍ତୁ ଆଜି ସେ ଅଲୋଡ଼ା ଓ ଅଖୋଜା।
ଯେତେବେଳେ ସେ ରାଜ୍ୟ ଓ ଦେଶ ପାଇଁ ମେଡାଲ ଆଣୁଥିଲେ, ସେତେବେଳେ ତାଙ୍କ ପାଇଁ ଗର୍ବ ଅନୁଭବ କରୁଥିବା ଲୋକମାନେ ଆଜି ତାଙ୍କ ସାଙ୍ଗରେ ନାହାନ୍ତି। ମା’ଙ୍କ ସହ ନୁଅଁାଣିଅଁା ନଡ଼ା ଛପର ଚାଳଘରେ ରହୁଥିବା ସ୍ବର୍ଣ୍ଣଲତାଙ୍କ ପାଇଁ ଭରସା କେବଳ ନିଜର ଭିନ୍ନକ୍ଷମ ଭତ୍ତା ସହ ମାସକୁ ମିଳୁଥିବା ୫ କିଗ୍ରା ଚାଉଳ। ସରକାରୀ ସହାୟତା ପାଇଁ ଯେତେବେଳେ ସେ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଗୁହାରି କରନ୍ତି, ସେତେବେଳେ ତାଙ୍କୁ ଉତ୍ତର ମିଳେ ନିଜ ନାମକୁ ଯଦି ତୁମ ରାଶନ କାର୍ଡରୁ ଅଲଗା କରିବ ତେବେ ସରକାରୀ ସାହାଯ୍ୟ ମିଳିବ ବୋଲି ସ୍ବର୍ଣ୍ଣଲତା କହିଛନ୍ତି। ବୃଦ୍ଧା ମା’ଙ୍କୁ ଛାଡି ସେ ଅଲଗା ହୋଇପାରୁନାହାନ୍ତି କି ସରକାରୀ ସାହାଯ୍ୟ ପାଇପାରୁନାହାନ୍ତି। ସ୍ବର୍ଣ୍ଣଲତାଙ୍କୁ ଆଜି ବି ସୁଯୋଗ ମିଳିଲେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ସେ କହିଛନ୍ତି। ସରକାରଙ୍କ କ୍ରୀଡ଼ା ବିଭାଗ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ସ୍ବର୍ଣ୍ଣଲତାଙ୍କୁ ରାଜ୍ୟ ତଥା କେନ୍ଦ୍ର ସରକାର ଜଣେ ସଫଳ ଆଥଲେଟ୍‌ ହିସାବରେ ବିବେଚିତ କରି ସମସ୍ତ ସରକାରୀ ସୁବିଧା ସୁଯୋଗ ସହ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri