କୁଇଶିରା, ଜାମପାଲିରେ ଭିନ୍ନ ଏକ ବାହୁଡା଼ଯାତ୍ରା: ଆଷାଢ଼ ବଦଳରେ ହୁଏ ଶ୍ରାବଣରେ

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ):ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସାଧାରଣତଃ ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ପାଳିତ ହୋଇଥାଏ । ମହାପ୍ରଭୁ ଅଣସରରୁ ଫେରି ନବଯୌବନ ବେଶ ହେବା ପରେ ଜନ୍ମବେଦୀକୁ ନିଜ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥିରେ ନେଇ ଯାତ୍ରା କରନ୍ତି । ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ, ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କୁଇଶିରା ଓ ଜାମପାଲି ଗ୍ରାମରେ। ଏହି ଗ୍ରାମରେ ଆଷାଢ଼ ବଦଳରେ ଶ୍ରାବଣ ମାସ ଦ୍ୱିତୀୟା ତିଥିରେ ରଥଯାତ୍ରା ଆଡ଼ମ୍ବର ସହକାରେ ପାଳିତ ହୋଇଥିବାବେଳେ ରବିବାର ବାହୁଡ଼ା଼ ଯାତ୍ରା ସମାପନ ହୋଇଛି। ନୀତି ନିୟମରେ ପାଳିତ ହେଉଥିବା ଏହି ଅଦିନିଆ ରଥଯାତ୍ରା ଦେଖିବା ପାଇଁ ବହୁ ଦୂର ଦୂରାନ୍ତରରୁ ଭକ୍ତ ରଥାଋଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ରୁଣ୍ଡ ହୋଇଥାନ୍ତି।
କୁଇଶିରା ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ରଥଯାତ୍ରା ବିଗତ ପ୍ରାୟ ୮୧ ବର୍ଷ ଧରି ପାଳିତ ହୋଇଆସୁଛି। ଅଞ୍ଚଳରେ ଲୋକଙ୍କ ବିଶ୍ୱାସ ରହିଛି, ଏହି ରଥାଋଢ଼ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ। ଲୋକବାଣୀ କହେ, ଗ୍ରାମର ଉଭୟ ପଟେ ଦୁଇଟି ନଦୀ ବହିଯାଇଛି। ତେବେ ଗିରିସୂଲ ନଦୀ କୂଳରେ ଥିବା ଗୁଆଲ ଡୁଙ୍ଗୁରୀକୁ ଗ୍ରାମର ପୂର୍ବଜମାନେ ଗୋଚାରଣ ପାଇଁ ଯାଉଥିଲେ। ତେବେ ଏହି ଗ୍ରାମବାସୀଙ୍କ ଗୋଚାରଣ ପ୍ରୀତି ଦେଖି ମହାପ୍ରଭୁ ଶ୍ରୀକୃଷ୍ଣ ଗାଈଆଳ ଟୋକା ରୂପରେ ସେଠାରେ ପଦାର୍ପଣ କରିଥିଲେ। ତେବେ ତାଙ୍କ କଥାରେ ଗ୍ରାମର ଅନ୍ୟ ଗାଈଆଳ ଟୋକାମାନେ ପ୍ରୀତ ହେବା ସହିତ ପ୍ରତିଦିନ ଏହି ଡୁଙ୍ଗୁରୀକୁ ଗୋ ଚାରଣ ପାଇଁ ଆସିବାକୁ କହିଥିଲେ। ତେବେ ଗାଈଆଳ ଟୋକା ରୂପି ମହାପ୍ରଭୁ ମନା କରିବା ସହିତ କିଛି ଦୂରକୁ ଯାଇ ଅନ୍ତର୍ଦ୍ଧ୍ୟାନ ହୋଇଯାଇଥିଲେ। ପରେ ସେଠାକୁ ଯାଇଥିବା ଗାଈଆଳ ଟୋକାମାନେ ଡୁଙ୍ଗୁରୀ ଉପରେ ଥିବା ଏକ ଗଛରେ ମହାପ୍ରଭୁଙ୍କ ଛାୟାଚିତ୍ର ଦେଖିବାକୁ ପାଇଥିଲେ। ପରେ ଏହି ଘଟଣା ଗ୍ରାମରେ ପ୍ରଘଟ ହେବା ପରେ ଗ୍ରାମବାସୀ ଉକ୍ତ ସ୍ଥାନକୁ ଯାଇ ଭଗବାନକୁ ଆଣି ଗ୍ରାମରେ ପୂଜା କରିବା ସହିତ ମନ୍ଦିର ତୋଳି ପୂଜା କରିଥିଲେ। ତେବେ ସେହିଦିନ ଶ୍ରାବଣ ଦ୍ୱିତୀୟା ତିଥି ହୋଇଥିବାରୁ ସେହିଦିନକୁ ମନେ ପକାଇବା ସହିତ ମହାପ୍ରଭୁଙ୍କ ଜନ୍ମଦିନ ପାଳନ ସ୍ବରୂପ ରଥଯାତ୍ରା ପାଳନ କରିଆସୁଛନ୍ତି। ସେହିପରି ଉର୍ଦ୍ଦୁନା ପଞ୍ଚାୟତର ଜାମପାଲି ଗ୍ରାମରେ ବହୁ ପୁରାତନ କାଳରୁ ଏହି ରଥଯାତ୍ରା ଅନୁଷ୍ଠିତ ହେଉଥିବା ଗ୍ରାମବାସୀ ପ୍ରକାଶ କରନ୍ତି। କେତେ ବର୍ଷରୁ ଏହା ପାଳିତ ହୋଇ ଆସୁଛି ତାହାର ସଠିକ ପ୍ରମାଣ କାହା ପାଖରେ ନାହିଁ। ଗତ ୨୬ ତାରିଖ ମହାପ୍ରଭୁଙ୍କ ରଥଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ରବିବାର ବାହୁଡ଼ା଼ ରଥଯାତ୍ରା ପାଳିତ ହୋଇଥିଲା। ମନ୍ଦିର ପାଖରେ ରଥ ପହଞ୍ଚିବା ପରେ ଘଣ୍ଟ, ଶଙ୍ଖ ହୁଳହୁଳି ଓ ହରିବୋଲ ଧ୍ୱନୀରେ ମହାପ୍ରଭୁଙ୍କୁ ନେଇ ପାରମ୍ପାରିକ ରିତି ନିତୀ ରେ ରତ୍ନ ସିଂହାସନରେ ବିଜେ କରାଯାଇଥିଲା। ଏହି ବାହୁଡା଼ ରଥଯାତ୍ରା ଦେଖିବା ପାଇଁ ପଡ଼ୋଶୀ ଛତିଶଗଡ଼ ସମେତ ଅଞ୍ଚଳବାସୀଙ୍କ ବହୁଳ ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri