ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ ଚେତାବନୀ ଦିଆଯାଇଛି। ଧର୍ମଶାଳା ଉପ ବିଭାଗୀୟ ଅଧିକାରୀଙ୍କ ଜରିଆରେ ବାଲେଶ୍ୱର ଟାଟା ପାୱାର ସଭାପତିଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କମିଟିର ନିଷ୍ପତ୍ତି କ୍ରମେ ଟାଟା ପାୱାରର ଅତିରିକ୍ତ ଦେୟ ଆଦାୟକୁ ପ୍ରତିବାଦ କରିବା ସହିତ ଗ୍ରହକମାନଙ୍କର ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କ ଉପରେ ଲଦି ଦେଉଥୁବା ଆର୍ଥିକ ବୋଝକୁ ଯଥାଶୀଘ୍ର ପ୍ରତ୍ୟାହାର କରିବାକୁ ଅନୁରୋଧ କରାଯାଇଛି। ଅତିରିକ୍ତ ଦେୟ ଆଦାୟ ବନ୍ଦ କରିବା, ସ୍ମାର୍ଟ ମିଟର ପାଇଁ ଆଦାୟ କରାଯାଉଥିବା ଅର୍ଥ ବନ୍ଦକରିବା, ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇଦେବା
କୃଷି ଭିତ୍ତିକ ଶିଳ୍ପ, କୁଟୀର ଶିଳ୍ପ ଓ ଶୀତଳଭଣ୍ଡାରକୁ ବିନା ମୂଲ୍ୟରେ ବିଦ୍ୟୁତ୍ ଯୋଗାଇ ଦେବା, ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ଦାବି ଖାଯାଇଛିି। ନଚେତ୍ ସାରା ରାଜ୍ୟ ତଥା ଧର୍ମଶାଳାର ସମସ୍ତ ବିଦ୍ୟୁତ୍ ବିଭାଗ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସୂଚନା ମିଳିଛି।