ବୈଦେଶିକ ମୁଦ୍ରାଭଣ୍ଡାରରେ ୧.୭୧ ବିଲିୟନ ଡଲାର ହ୍ରାସ

ଭୁବନେଶ୍ୱର,୬।୭(ଅନୁରାଧା ମହାରଣା): ଦେଶରେ ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ ଘଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ତଥ୍ୟ ପ୍ରକାଶକରି କହିଛି, ଚଳିତବର୍ଷ ଜୁନ୍‌ ଶେଷ ସପ୍ତାହରେ ୧.୭୧୩ ବିଲିୟନ ଡଲାର ହ୍ରାସ ସହିତ ବୈଦେଶିକ ବିନିମୟ ସଂରକ୍ଷଣ ୬୫୧.୯୯୭ ବିଲିୟନ ଡଲାର ଥିଲା। ଗତ ସପ୍ତାହରେ ମୋଟ ମୁଦ୍ରା ଭଣ୍ଡାର ୨.୯୨ ବିଲିୟନ ଡଲାରରୁ ୬୫୨.୮୯ ବିଲିୟନ ଡଲାରରେ ପହଞ୍ଚିଛି। ପ୍ରଥମ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୬୫୩.୭୧୧ ବିଲିୟନ ଡଲାର ଥିଲା। ଆର୍‌ବିଆଇର ଏହି ତଥ୍ୟ ଅନୁଯାୟୀ, ମୋଟ ଭଣ୍ଡାର ୧.୭୧୩ ବିଲିୟନ ଡଲାରକୁ ହ୍ରାସ ପାଇ ୬୫୧.୯୯୭ ବିଲିୟନ ଡଲାରରେ ପହଞ୍ଚିଛି। ଏହି ଅବଧି ମଧ୍ୟରେ ବୈଦେଶିକ ମୁଦ୍ରା ସମ୍ପତ୍ତି ମଧ୍ୟ ହ୍ରାସ ପାଇଛି ଏବଂ ଏହା ୧.୨୫୨ ବିଲିୟନ ଡଲାରରୁ ୫୭୨.୮୮୧ ବିଲିୟନ ଡଲାରକୁ ଖସି ଆସିଛି। ଆର୍‌ବିଆଇର ସୁନା ସଂରକ୍ଷଣ(ଗୋଲ୍ଡ ରିଜର୍ଭ)ରେ ମଧ୍ୟ ହ୍ରାସ ଘଟିଛି ଏବଂ ଏହା ୪୨୭ ନିୟୁତ ଡଲାରରୁ ୫୬.୫୨ ବିଲିୟନ ଡଲାରରେ ପହଞ୍ଚିଛି। ଏସ୍‌ଡିଆର୍‌ରେ ୩୫ ନିୟୁତ ଡଲାର ହ୍ରାସ ପାଇଛି ଏବଂ ୧୮.୦୧୪ ବିଲିୟନ ଡଲାର ହୋଇଥିବାବେଳେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରେ ଜମା ହୋଇଥିବା ଭଣ୍ଡାରଗୁଡିକ ୧ ମିଲିୟନ ଡଲାରରୁ ୪.୫୭୩ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ସୂଚନା ଥାଉକି, ଗତ ୬ ସପ୍ତାହ ଧରି କ୍ରମାଗତ ଭାବେ ବୈଦେଶିକ ମୁଦ୍ରା ଭଣ୍ଡାର ୬୫୦ ବିଲିୟନ ଡଲାରରୁ ଅଧିକ ରହିଛି । ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ନିକଟରେ କହିଥିଲେ, ଆର୍‌ବିଆଇ ଏହାର ଭଣ୍ଡାର ବୃଦ୍ଧି ଜାରି ରଖିବ ଯାହାଦ୍ୱାରା ଭବିଷ୍ୟତରେ କୌଣସି ପ୍ରକାର ଉତ୍ତେଜନା କିମ୍ବା ସଙ୍କଟ ସମୟରେ ଏହାକୁ ଘରୋଇ ସ୍ବାର୍ଥ ପାଇଁ ବ୍ୟବହାର କରାଯାଇପାରିବ। ଘରୋଇ ମୁଦ୍ରାକୁ ଦୁର୍ବଳ କିମ୍ବା ହ୍ରାସରୁ ରକ୍ଷା କରିବା ପାଇଁ ଯେତେବେଳେ ଭାରତ ମୁଦ୍ରା ବଜାରରେ ହସ୍ତକ୍ଷେପ କରେ, ବୈଦେଶିକ ମୁଦ୍ରା ଭଣ୍ଡାରରେ ଏକ ପରିବର୍ତ୍ତନ ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri