cloudy sky because of super cyclone Amphan over the Bay of Bengal. picture from Kolkata, West Bengal
ଭୁବନେଶ୍ୱର,୯।୫: କାଳବୈଶାଖୀ ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି। ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଏବଂ ମଧ୍ୟ ଭାଗରେ ଝଡବର୍ଷା ହୋଇଥିବା ସମ୍ବାଦ ଆମର ହସ୍ତଗତ ହୋଇଛଇ।
ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଦିନ ତାପମାତ୍ରାରେ ବିଶେଷ ବୃଦ୍ଧି ପାଇବ ନାହିଁ ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ୧୯୦୧ ମସିହା ପରଠାରୁ ଗତ ଏପ୍ରିଲମାସ ସବଠାରୁ ଉତ୍ତପ୍ତ ଥିଲା। ଦକ୍ଷିଣ ଭାରତ ଓ ଦକ୍ଷିଣପୂର୍ବ ଭାରତରେ ଉତ୍ତାପ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା।