ବିଦେଶୀ ମୁଦ୍ରାଭଣ୍ଡାରରେ ହ୍ରାସ

ନୂଆଦିଲ୍ଲୀ,୧୮ା୩: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଏବଂ ମାନ୍ଦାବସ୍ଥା ଯୋଗୁ ଦେଶରେ କ୍ରମାଗତ ୩ୟ ମାସ ଲାଗି ବିଦେଶୀ ମୁଦ୍ରାଭଣ୍ଡାର (ଏଫ୍‌ଇଆର)ରେ ହ୍ରାସ ଘଟୁଛି। ଏପରିକି ଚଳିତ ସପ୍ତାହର କାରବାର ଶେଷ ବେଳକୁ ବିଦେଶ ମୁଦ୍ରାଭଣ୍ଡାର ୫୬୦ ବିଲିଅନ ଆମେରିକୀୟ ଡଲାରକୁ ହ୍ରାସ ପାଇଛି ବୋଲି ଶୁକ୍ରବାର ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ଆର୍‌ବିଆଇର ଷ୍ଟାଟିଷ୍ଟିକ୍‌ ସପ୍ଲିମେଣ୍ଟ ତଥ୍ୟରୁ ଏ ନେଇ ବିସ୍ତୃତ ସୂଚନା ମିଳିଥିବା ଜଣାପଡ଼ିଛି। ଅପରପକ୍ଷରେ ମାର୍ଚ୍ଚ ୧୦ରେ ସପ୍ତାହ ଶେଷ ବେଳକୁ ବିଦେଶୀ ମୁଦ୍ରାଭଣ୍ଡାର ୫୬୦ ବିଲିୟନ ଆମେରିକୀୟ ଡଲାରକୁ ହ୍ରାସ ପାଇଛି। ହେଲେ ବିଗତ ୩ ମାସ ମଧ୍ୟରେ ଏହା ସର୍ବାଧିକ ହ୍ରାସ ବୋଲି କୁହାଯାଉଛି। ଏହା ପୂର୍ବରୁ ମାର୍ଚ୍ଚ ୩ରେ ଶେଷ ହୋଇଥିବା ସପ୍ତାହ ଶେଷ ବେଳକୁ ବିଦେଶୀ ମୁଦ୍ରାଭଣ୍ଡାର ୫୬୨.୪୦ ବିଲିୟନ ଆମେରିକୀୟ ଡଲାରରେ ରହିଥିଲା। ଡଲାର ତୁଳନାରେ ମୁଦ୍ରା ମୂଲ୍ୟ ହ୍ରାସକୁ ରୋକିବା ପାଇଁ ଆର୍‌ବିଆଇ ପୁଞ୍ଜିବଜାରରେ ହସ୍ତକ୍ଷେପ କରିଥାଏ। ରିଜର୍ଭରେ ପରିବର୍ତ୍ତନର ମୂଲ୍ୟାୟନରେ ଲାଭ ଓ କ୍ଷତିରୁ ହୋଇଥାଏ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି। ସେହିପରି ଗତ ସପ୍ତାହରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ୦.୧% ହ୍ରାସ ପାଇଥିଲା। ବିଶେଷକରି ଆମେରିକାରେ ବ୍ୟାଙ୍କିଙ୍ଗ୍‌ କ୍ରାଇସିସ୍‌ ପାଇଁ ଏଭଳି ହୋଇଥିଲା। ତେବେ ଶୁକ୍ରବାର ଶେଷ କାରବାର ସୁଦ୍ଧା ଭାରତୀୟ ମୁଦ୍ରା ମୂଲ୍ୟ ୮୨.୫୫୨୫ ରେ ରହିଥିଲା। ଅପରପକ୍ଷରେ ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ନେଇ କୌଣସି ସମସ୍ୟା ନାହିଁ ବୋଲି ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ବିସ୍ତୃତ ଆଲୋକପାତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri