ବିଦେଶୀ ମୁଦ୍ରାଭଣ୍ଡାରରେ ହ୍ରାସ

ନୂଆଦିଲ୍ଲୀ,୧୮ା୩: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଏବଂ ମାନ୍ଦାବସ୍ଥା ଯୋଗୁ ଦେଶରେ କ୍ରମାଗତ ୩ୟ ମାସ ଲାଗି ବିଦେଶୀ ମୁଦ୍ରାଭଣ୍ଡାର (ଏଫ୍‌ଇଆର)ରେ ହ୍ରାସ ଘଟୁଛି। ଏପରିକି ଚଳିତ ସପ୍ତାହର କାରବାର ଶେଷ ବେଳକୁ ବିଦେଶ ମୁଦ୍ରାଭଣ୍ଡାର ୫୬୦ ବିଲିଅନ ଆମେରିକୀୟ ଡଲାରକୁ ହ୍ରାସ ପାଇଛି ବୋଲି ଶୁକ୍ରବାର ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ଆର୍‌ବିଆଇର ଷ୍ଟାଟିଷ୍ଟିକ୍‌ ସପ୍ଲିମେଣ୍ଟ ତଥ୍ୟରୁ ଏ ନେଇ ବିସ୍ତୃତ ସୂଚନା ମିଳିଥିବା ଜଣାପଡ଼ିଛି। ଅପରପକ୍ଷରେ ମାର୍ଚ୍ଚ ୧୦ରେ ସପ୍ତାହ ଶେଷ ବେଳକୁ ବିଦେଶୀ ମୁଦ୍ରାଭଣ୍ଡାର ୫୬୦ ବିଲିୟନ ଆମେରିକୀୟ ଡଲାରକୁ ହ୍ରାସ ପାଇଛି। ହେଲେ ବିଗତ ୩ ମାସ ମଧ୍ୟରେ ଏହା ସର୍ବାଧିକ ହ୍ରାସ ବୋଲି କୁହାଯାଉଛି। ଏହା ପୂର୍ବରୁ ମାର୍ଚ୍ଚ ୩ରେ ଶେଷ ହୋଇଥିବା ସପ୍ତାହ ଶେଷ ବେଳକୁ ବିଦେଶୀ ମୁଦ୍ରାଭଣ୍ଡାର ୫୬୨.୪୦ ବିଲିୟନ ଆମେରିକୀୟ ଡଲାରରେ ରହିଥିଲା। ଡଲାର ତୁଳନାରେ ମୁଦ୍ରା ମୂଲ୍ୟ ହ୍ରାସକୁ ରୋକିବା ପାଇଁ ଆର୍‌ବିଆଇ ପୁଞ୍ଜିବଜାରରେ ହସ୍ତକ୍ଷେପ କରିଥାଏ। ରିଜର୍ଭରେ ପରିବର୍ତ୍ତନର ମୂଲ୍ୟାୟନରେ ଲାଭ ଓ କ୍ଷତିରୁ ହୋଇଥାଏ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି। ସେହିପରି ଗତ ସପ୍ତାହରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ୦.୧% ହ୍ରାସ ପାଇଥିଲା। ବିଶେଷକରି ଆମେରିକାରେ ବ୍ୟାଙ୍କିଙ୍ଗ୍‌ କ୍ରାଇସିସ୍‌ ପାଇଁ ଏଭଳି ହୋଇଥିଲା। ତେବେ ଶୁକ୍ରବାର ଶେଷ କାରବାର ସୁଦ୍ଧା ଭାରତୀୟ ମୁଦ୍ରା ମୂଲ୍ୟ ୮୨.୫୫୨୫ ରେ ରହିଥିଲା। ଅପରପକ୍ଷରେ ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ନେଇ କୌଣସି ସମସ୍ୟା ନାହିଁ ବୋଲି ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ବିସ୍ତୃତ ଆଲୋକପାତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪.୨%କୁ ଖସିପାରେ ଜିଡିପି

ନୂଆଦିଲ୍ଲୀ,୧୩-୧୧: ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡ଼ିପି ଅଭିବୃଦ୍ଧି ୪.୨%କୁ ହ୍ରାସ ଘଟିପାରେ। ଅଟୋମୋବାଇଲ କ୍ଷେତ୍ରରେ ବିକ୍ରି ହ୍ରାସ, ଏୟାର ଟ୍ରାଫିକ ମନ୍ଥରତା,...

ଗୌତମଙ୍କ ଦୈନିକ ଆୟ ୧୬୧୨ କୋଟି

ନୂଆଦିଲ୍ଲୀ,୨୨।୯: ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ୨୦୨୧-୨୨ ମଧ୍ୟରେ ତାଙ୍କ ସମ୍ପତ୍ତି ପରିମାଣରେ ପ୍ରାୟ ୧୦.୯୪ ଟ୍ରିଲିୟନ ଡଲାର ବା ୧୫ ପ୍ରତିଶତରୁ ଅଧିକ...

ଜୁନ୍‌ରୁ ଗଡିବ ୨୦୦ ଅଣଏସି ଟ୍ରେନ

ନୂଆଦିଲ୍ଲୀ,୨୦।୫ – ଜୁନ୍‌ ପହିଲାରୁ ସାରା ଦେଶରେ ୨୦୦ ସ୍ବତନ୍ତ୍ର ଅଣ ଏସି ପାସେଞ୍ଜର ଟ୍ରେନ ଚଳାଚଳ କରିବ। କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ...

ଅଭିଯୋଗ ଦାଖଲ ପାଇଁ ଆୟକର ବିଭାଗର ୩ ମେଲ୍‌

ନୂଆଦିଲ୍ଲୀ, ୯।୮: ଆୟକର ବିଭାଗ ପକ୍ଷରୁ ଫେସ୍‌ଲେସ୍‌ ଆସେସ୍‌ମେଣ୍ଟ ସ୍କିମ ଅଧିନରେ ଅଭିଯୋଗ ଦାଖଲ ପାଇଁ ୩ଟି ଇମେଲ ଠିକଣା ଜାରି କରାଯାଇଛି। ଏହି ମେଲ୍‌...

୨୬ କମ୍ପାନୀର ଘରୋଇକରଣ ହେବ

ନୂଆଦିଲ୍ଲୀ,୭।୯ : ପ୍ରାୟ ୨୩ ରାଷ୍ଟ୍ରାୟତ୍ତ କମ୍ପାନୀର ଘରୋଇକରଣ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଜୁଲାଇ ୨୭ରେ ଘୋଷଣା କରିଥିଲେ। ଏ ନେଇ ସରକାର...

ଦେଶରେ ଦାରିଦ୍ର୍ୟତା ୧୨.୩ ପ୍ରତିଶତ ହ୍ରାସ ପାଇଛି, ବିଶ୍ୱବ୍ୟାଙ୍କ ରିପୋର୍ଟ…

ନୂଆଦିଲ୍ଲୀ, ୧୭।୪ : ଦେଶରେ ଦାରିଦ୍ର୍ୟତା ୧୨.୩ ପ୍ରତିଶତ ହ୍ରାସ ପାଇଛି। ବିଶ୍ୱବ୍ୟାଙ୍କର ନୀତି ଅନୁସନ୍ଧାନର ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି...

୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ; ହାସଲ ହୋଇପାରେ ସରକାରଙ୍କ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬-୮: ଭାରତକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଏନ୍‌ଡିଏ ସରକାର ଧାର୍ଯ୍ୟ କରିଥିବା ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ...

ପିଏମ୍‌ କିଷାନ ଯୋଜନାର ୧୩ତମ କିସ୍ତି ପାଇନାହାନ୍ତି କି? ତୁରନ୍ତ ଏହି ନମ୍ବରକୁ କଲ୍‌ କରି…

ନୂଆଦିଲ୍ଲୀ,୨୮।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୩ ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି। ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟରେ ଏହି...

Advertisement
Archives

Model This Week