Posted inଖେଳ

ଗମ୍ଭୀରଙ୍କ ଗୋଟିଏ ନିଷ୍ପତ୍ତି ଭାରତକୁ ଦେଲା ପ୍ରଥମ କ୍ଲିନ୍‌ ସୁଇପ୍‌ ସିରିଜ୍‌ ବିଜୟ

ନୂଆଦିଲ୍ଲୀ, ୩୧।୦୭: ନୂଆକରି ଭାରତୀୟ କ୍ରିକେଟ୍‌ ଟିମ୍‌ର କୋଚ୍‌ ହୋଇଥିବା ଗୌତମ ଗମ୍ଭୀର ପ୍ରଥମ ଅନ୍ତର୍ଜାତୀୟ ସିରିଜ୍‌ ବିଜୟରେ ସଫଳ ହୋଇଛନ୍ତି । ସିରିଜ୍‌ର ଶେଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଏକ ନିଶ୍ଚିତ ପରଜାୟରୁ ଅଳ୍ପକେ ବର୍ତ୍ତି ରୋମାଞ୍ଚକର ବିଜୟ ହାସଲ କରିଛି । କୁହାଯାଉଛି ଏହା ପଛରେ ଗମ୍ଭୀରଙ୍କ ରଣନୀତି କାମ କରିଛି । ମ୍ୟାଚ୍‌ର ଶେଷ ଦୁଇ ଓଭର ସେ ସୂର୍ଯ୍ୟକୁମାର ଯାଦବ ଏବଂ ରିଙ୍କୁ ସିଂଙ୍କୁ ଦେଇ ମ୍ୟାଚ୍‌କୁ ପଲଟାଇ ଦେଇଛନ୍ତି ।

ଶେଷ ମ୍ୟାଚ୍‌ର ଶେଷ ଦୁଇ ଓଭର ଅର୍ଥାତ ୧୨ ବଲ୍‌ରେ ଶ୍ରୀଲଙ୍କାକୁ ମାତ୍ର ୯ ରନ୍‌ର ଆବଶ୍ୟକତା ଥିଲା । ଏହି ସମୟରେ ଗମ୍ଭୀର ୧୯ ତମ ଓଭର ରିଙ୍କୁ ସିଂ ଦେବାକୁ ନିଷ୍ପତ୍ତି ନେଇଥିଲେ । ରିଙ୍କୁ ୩ ରନ୍‌ ଦେଇ ୨ ୱିକେଟ୍‌ ନେଇ ମ୍ୟାଚ୍‌କୁ ଭାରତ ପକ୍ଷକୁ ଆଣିଥିଲେ । ଶେଷ ଓଭରରେ ୬ ବଲ୍‌ରେ ମାତ୍ର ୬ରନ୍‌ ଜିତିବା ପାଇଁ ଥିବା ବେଳେ ଶେଷ ଓଭର ସୂର୍ଯ୍ୟକୁମାର ଯାଦବଙ୍କୁ ବୋଲିଂ ଭାର ଦିଆଯାଇଥିଲା । ସୂର୍ଯ୍ୟ ମଧ୍ୟ ଚମତ୍କାର ବୋଲିଂକରି ୫ ରନ୍‌ ଦେଇ ୨ ୱିକେଟ୍‌ ନେଇଥିଲେ ।

ସୂଚନା ଥାଉକି, ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିଛି ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌ରୁ ଶାନ୍‌ଦାର ପ୍ରଦର୍ଶନ କରିଆସିଥିବା ଭାରତୀୟ ଟିମ୍‌ ଶେଷ ମ୍ୟାଚ୍‌ରେ ମଧ୍ୟ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି କ୍ଲିନ୍‌ ସୁଇପ୍‌ରେ ଭାରତୀୟ ଟିମ୍‌ର କ୍ୟାପ୍ଟେନ୍‌ ସୂର୍ଯ୍ୟକୁମାର ଯାଦବ ଟ୍ରଫି ରିୟାନ ପରାଗ ଏବଂ ରିଙ୍କୁ ସିଂକୁ ଦେଇ ଦେଇଥିଲେ । କାରଣ ଏହି ଦୁଇ ଖେଳାଳି ବୋଲିଂରେ ନିଜର ଜଲୱା ଦେଖାଇଥିଲେ ।
ଶ୍ରୀଲଙ୍କା ବିପକ୍ଷରେ କ୍ରମାଗତ ତୃତୀୟ ବିଜୟ ହାସଲ କରି ଭାରତ ଟି-୨୦ ସିରିଜ କବ୍‌ଜା କରିଛି। ଶେଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୧୩୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଆୟୋଜକ ଦଳ ମଧ୍ୟ ୨୦ ଓଭରରେ ୮ ୱିକେଟ ହରାଇ ୧୩୭ ରନ କରି ମ୍ୟାଚ୍‌ ଡ୍ର କରିଥିଲା। ଫଳରେ ମ୍ୟାଚ ସୁପର ଓଭରରେ ପହଞ୍ଚିଥିଲା । ଯେଉଁଥିରେ ଭାରତ ଜିତିଥିଲା। କ୍ୟାପ୍‌ଟେନ ସୂର୍ଯ୍ୟକୁମାର ଯାଦବ ୱାଶିଂଟନ ସୁନ୍ଦରଙ୍କୁ ସୁପର ଓଭର ବୋଲିଂ କରିବାର ପାଇଁ ଦେଇଥିଲେ ଏବଂ ସେ କୁସାଲ ପେରେରା ଏବଂ ପୃଥ଼୍ବ ନିଶଙ୍କାଙ୍କୁ ଆଉଟ୍‌ କରି ଭାରତ ପାଇଁ ମାତ୍ର ୩ ରନ୍‌ର ଲକ୍ଷ୍ୟ ରଖିଥିଲେ। ଯାହାକି ଭାରତ ସୁପର ଓଭରର ପ୍ରଥମ ବଲ୍‌ରେ ହିଁ ଚୌକା ମାରି ଜିତି ନେଇଥିଲା ।

 

 


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri