ଭୁବନେଶ୍ୱର,୫।୩: ଛାତ୍ରୀଛାତ୍ରଙ୍କ ଜୀବନ ସହ ଖେଳ। ମେଡିକାଲ କଲେଜ ସିଟ୍ ବିକ୍ରି ବେଳେ ଦଲାଲ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ଭୁବନେଶ୍ବର ପାତ୍ରପଡ଼ା ଅଞ୍ଚଳରୁ ୨ ଦଲାଲ ଗିରଫ ହୋଇଛନ୍ତି। ଏ ନେଇ ଏକ ବାରରେ ଡିଲ ଚାଲିଥିବା ବେଳେ ମାଡ଼ି ବସିଲା ପୋଲିସ। ଲକ୍ଷାଧିକ ଟଙ୍କା ନେଇ ମେଡିକାଲ ସିଟ୍ ପାଇଁ ଡିଲ ଚାଲିଥିଲା ଖବରପାଇ ପୋଲିସ ପହଞ୍ଚିଥିଲା। ଅନ୍ୟପକ୍ଷେ ଏକାଧିକ ଘରୋଇ ମେଡିକାଲ କଲେଜ ସହ ଗ୍ୟାଙ୍ଗର ସମ୍ପୃକ୍ତି ଅଭିଯୋଗ ହୋଇଛି।


