Posted inଜାତୀୟ

ଭିନେଶଙ୍କୁ ଟାର୍ଗେଟ କରିବାର ଗୋଟିଏ ଦିନ ପରେ ପ୍ରଶଂସା କଲେ କଙ୍ଗନା, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ,୮।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଐତିହାସିକ ସଫଳତା ପାଇବା ପରେ ରେସଲର ଭିନେଶ ଫୋଗଟ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି। ତେବେ ସେମି ଫାଇନାଲରେ ସଫଳତା ପାଇବା ପରେ ଭାଜପା ଏମପି କଙ୍ଗନା ରଣାଓ୍ବତ ତାଙ୍କୁ କଟାକ୍ଷ କରିଥିଲେ। କିନ୍ତୁ ଏହାର ଗୋଟିଏ ଦିନ ପରେ ସେ ଭିନେଶଙ୍କୁ ପ୍ରଶଂସା କରିଛନ୍ତି। ଭିନେଶଙ୍କୁ ବ୍ୟଙ୍ଗ କରିବାର ଗୋଟିଏ ଦିନ ପରେ ସେ ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ଫାଇନାଲ ମ୍ୟାଚ ପୂର୍ବରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ପରେ ସେ ଭିନେଶଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭିନେଶଙ୍କୁ ସମର୍ଥନ ଜଣାଇ ସେ ଲେଖିଛନ୍ତି, ଭିନେଶ କାନ୍ଦ ନାହିଁ, ପୁରା ଦେଶ ତୁମ ସହିତ ଛିଡା ହୋଇଛି। କଙ୍ଗନା ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ ମୁଖ୍ୟ ପି.ଟି ଉଷା ଭିନେଶଙ୍କୁ ଭେଟିବାର ଏକ ଫଟୋ ପୋଷ୍ଟ କରି ତାଙ୍କୁ ‘ସିଂହୀ’ ବୋଲି କହିଛନ୍ତି।

ଏହାପୂର୍ବରୁ ମଙ୍ଗଳବାର ଦିନ ଭିନେଶ ଫାଇନାଲରେ ପହଞ୍ଚିବାକୁ ନେଇ କଙ୍ଗନା କହିଥିଲେ, ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ ପାଇଁ ଅଭିନନ୍ଦନ। ଭିନେଶ ଫୋଗାଟ ଏକ ପ୍ରଦର୍ଶନରେ କହିଥିଲେ, ମୋଦୀ, ତୁମର କବର ଖୋଳିବି ଭଳି ସ୍ଲୋଗାନ ଦେଇଥିଲେ। ତଥାପି ତାଙ୍କୁ ଦେଶ ପ୍ରତିନିଧିତ୍ୱ କରିବା ଏବଂ ସର୍ବୋତ୍ତମ ପ୍ରଶିକ୍ଷଣ, ପ୍ରଶିକ୍ଷକ ଏବଂ ସୁବିଧା ପାଇବା ପାଇଁ ସୁଯୋଗ ଦିଆଯାଇଥିଲା। ଏହା ହେଉଛି ଗଣତନ୍ତ୍ରର ସୌନ୍ଦର୍ଯ୍ୟ ଏବଂ ଜଣେ ମହାନ ନେତାଙ୍କ ଚିହ୍ନ। ଏହି ପୋଷ୍ଟକୁ ନେଇ ଅନେକେ ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ୟୁପିଏସ୍‌ସି: କୃତକାର୍ଯ୍ୟଙ୍କୁ ଦ୍ୱିତୀୟ ପରୀକ୍ଷା ମନା, ଚେହେରା ଚିହ୍ନଟ’ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ୨୦୨୬ ବର୍ଷ ପାଇଁ ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମିନେଶନ୍‌ (ସିଏସ୍‌ଇ) ବିଜ୍ଞପ୍ତି ଜାରି କରାଯାଇଛି। ଏବର୍ଷ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଖେମ୍‌ଚନ୍ଦ ସିଂ ମଣିପୁର ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୫।୨: ମଣିପୁରରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ବୁଧବାର ହଟିବା ପରେ ଭାଜପା ନେତୃତ୍ୱାଧୀନ ମେଣ୍ଟ ନେତା ୟୁମନାମ୍‌ ଖେମ୍‌ଚାନ୍ଦ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri