Posted inଫୁରସତ

ବିନା କପଡ଼ାରେ ଦମ୍ପତିଙ୍କ ଦେଶ ଭ୍ରମଣ

ଲଣ୍ଡନ: ନିଜ ଲଜ୍ଜା ଲୁଚାଇବା ପାଇଁ ଆମେ ଶରୀରରେ ପୋଷାକ ପରିଧାନ କରିଥାଉ। ନିକଟରେ ଏକ ଦମ୍ପତି ଶରୀରରୁ ସମ୍ପୂର୍ଣ୍ଣ ପୋଷାକ କାଢି ଭ୍ରମଣ କରୁଥିବା ସେମାନେ କହିଛନ୍ତି। ବ୍ରିଟେନର ଏହି ଦମ୍ପତି ମାଇକେଲ ଏବଂ ଫିଓନାଙ୍କୁ ଏବେ ପାଖାପାଖି ୫୦ ବର୍ଷ। ସେମାନେ ଏ ପର୍ଯ୍ୟନ୍ତ ଦେଶ ବୁଲିବାରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ତେବେ ସେମାନେ ବିବାହ ପରେ ପ୍ରଥମ ଥର ପାଇଁ ବୁଲିବାକୁ ଗ୍ରୀସ୍‌ ଯାଇଥିଲେ। ସେଠାରେ ଥିବା ସମୁଦ୍ରରେ ସେମାନେ ଏକ ଦମ୍ପତିଙ୍କୁ ବିନା କପଡ଼ାରେ ପ୍ରଥମ ଥର ପାଇଁ ଦେଖିଥିଲେ। ଏହା ଦେଖି ତାଙ୍କୁ ପ୍ରଥମେ ଅଜବ ଲାଗିଥିଲା। ପରେ ସେମାନେ ନିଜ କପଡ଼ା କାଢି ସମୁଦ୍ରକୂଳରେ ବୁଲିବାକୁ ଲାଗିଲେ। ତାହା ତାଙ୍କୁ ଅନେକ ଶାନ୍ତି ଦେଇଥିଲା। ସେମାନେ ପ୍ରଥମ ଥର ପାଇଁ ଏପରି କରି ଆଜାଦୀ ଭଳି ଅନୁଭବ କଲେ। ସେମାନେ ତା’ର ଏକ ଫଟୋ ଶେୟାର କରି ତାଙ୍କ ଅନୁଭବ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି। ତା’ ପରଠାରୁ ସେମାନେ ଏପରି ସ୍ଥାନ ଖୋଜୁଛନ୍ତି, ଯେଉଁଠାରେ ସେମାନେ ଫୁଙ୍ଗୁଳା ହୋଇ ବୁଲିପାରିବେ। ଦମ୍ପତି କହିଛନ୍ତି, ସେମାନେ ଆଗରୁ ଶରୀରର ଗଢଣକୁ ପୋଷାକ ଦ୍ୱାରା ଘୋଡାଉଥିଲେ। ହେଲେ ପ୍ରଥମ ଥର ପାଇଁ ପୁଙ୍ଗୁଳା ହେବା ପରେ ସେ ତାଙ୍କ ଶରୀରର ଗଢଣକୁ ଗ୍ରହଣ କଲେ ଏବଂ ତା’ ବିଷୟରେ ଚିନ୍ତା କରିବା ବନ୍ଦ କରିଦେଲେ। ତା’ ପରଠାରୁ ସେ ସବୁବେଳେ ନଗ୍ନ ରହିବାକୁ ପ୍ରେରିତ ହେଲେ। ଏଥିରେ ତାଙ୍କୁ ଲୋକେ କ’ଣ କହିବେ ସେଥିରେ ସେମାନଙ୍କୁ କିଛି ଫରକ ପଡେନି। ବର୍ତ୍ତମାନ ସମୟରେ ସେମାନେ ଘରେ ମଧ୍ୟ ନଗ୍ନ ଅବସ୍ଥାରେ ରହୁଥିବା କହିଛନ୍ତି। ଯେତେ ସମ୍ଭବ ପ୍ରାକୃତିକ ସ୍ଥାନ ବୁଲିବାକୁ ଯିବେ। ସେମାନେ ଆଗକୁ ଥାଇଲାଣ୍ଡ ଏବଂ ଗ୍ରୀନ୍‌ଲାଣ୍ଡ ଯିବାକୁ ସ୍ଥିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri