Posted inଜାତୀୟ

‘ଦଳାଚକଟା ପଛରେ ଷଡ଼ଯନ୍ତ୍ର’

ଚେନ୍ନାଇ,୨୯ା୯(ପି.ଟି.): ତାମିଲନାଡୁର କରୁରଠାରେ ଶନିବାର ତାମିଲାଗା ଭେଟ୍ରି କାଝାଗାମ (ଟିଭିକେ) ମୁଖ୍ୟ ବିଜୟଙ୍କ ରାଲିରେ ଦଳାଚକଟାଜନିତ ମୃତ୍ୟୁସଂଖ୍ୟା ୪୦ରେ ପହଞ୍ଚତ୍ଥିବାବେଳେ ଶତାଧିକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦଳାଚକଟା ପଛରେ ଷଡ଼ଯନ୍ତ୍ର ଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଟିଭିକେ ରବିବାର ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ କରାଯାଇଛି। ଦଳାଚକଟାଜନିତ ମୃତ୍ୟୁ ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କିମ୍ବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଦ୍ୱାରା କରାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଟିଭିକେ ପକ୍ଷରୁ ହାଇକୋର୍ଟ ବିଚାରପତି ଏମ୍‌. ଧଣ୍ଡପାନିଙ୍କୁ ନିବେଦନ କରାଯାଇଛି। ୪୦ ଜଣଙ୍କ ମୃତ୍ୟୁ ଘଟଣାର ବିଚାର ଅଦାଲତ ନିଜଆଡ଼ୁ କରିବାକୁ ଟିଭିକେର ଓକିଲମାନେ ନିବେଦନ କରିଛନ୍ତି। ହାଇକୋର୍ଟଙ୍କ ମଦୁରାଇ ଶାଖାରେ ପିଟିଶନ ଦାଏର କରିବାକୁ ବିଚାରପତି କହିବା ସହ ସୋମବାର ଶୁଣାଣି ହେବ ବୋଲି କହିଛନ୍ତି। ଅନ୍ୟପକ୍ଷରେ କରୁର ଦଳାଚକଟା ଘଟଣାର ତଦନ୍ତ ନ ସରିବା ପର୍ଯ୍ୟନ୍ତ ବିଜୟଙ୍କ ଜନସମାବେଶ ଉପରେ ନିଷେଧାଦେଶ ଲଗାଇବାକୁ ହୋଇଥିବା ଆବେଦନର ଜରୁରୀ ଶୁଣାଣି ଜଷ୍ଟିସ୍‌ ଏନ୍‌. ସେନ୍ଥିଲ କୁମାରଙ୍କ ଖଣ୍ଡପୀଠରେ ହେବ।
ଦଳାଚକଟା ଘଟଣାର ତଦନ୍ତ ପାଇଁ ତାମିଲନାଡୁ ସରକାରଙ୍କ ପକ୍ଷରୁ ଅବସରପ୍ରାପ୍ତ ବିଚାରପତି ଅରୁଣା ଜଗଦୀଶନଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରାଯାଇଛି। ତଦନ୍ତ ରିପୋର୍ଟ ଆଧାରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ କହିଛନ୍ତି। ବିଜୟଙ୍କ ପ୍ରତି ଲୋକଙ୍କ କ୍ରୋଧ ବଢ଼ିଥିବାରୁ ତାଙ୍କ ଚେନ୍ନାଇ ବାସଭବନ ନିକଟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ବିଜୟଙ୍କ ରାଲିରେ ଗାଇଡ୍‌ଲାଇନ୍ସର ଉଲ୍ଲଂଘନରୁ ଦଳାଚକଟା ଘଟିଥିବା କହି ରାଜ୍ୟ ସରକାର ତାଙ୍କୁ ସମାଲୋଚନା କରିଛନ୍ତି। ରାଲିର ଆୟୋଜକମାନେ ଲୋକଙ୍କ ପାଇଁ ପାନୀୟ ଜଳ ଓ ଖାଦ୍ୟର ଉପଯୁକ୍ତ ବ୍ୟବସ୍ଥା କରି ନ ଥିଲେ। ବିଜୟ ରାଲିସ୍ଥଳରେ ପହଞ୍ଚତ୍ବାରେ ୭ ଘଣ୍ଟା ବିଳମ୍ବ ହୋଇଥିଲା। ମଧ୍ୟାହ୍ନଠାରୁ ରାତି ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଅନେକେ ମୂର୍ଚ୍ଛା ଯାଇଥିଲେ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି। ରାଲିସ୍ଥଳ ସଂକୀର୍ଣ୍ଣ ଥିବାରୁ ଠେଲାପେଲାରୁ ଦଳାଚକଟା ହୋଇଥିଲା। ଏପରିକି ବିଜୟ ଭାଷଣ ଆରମ୍ଭ କରିବା ସମୟରେ କେତେଜଣ ଚେତା ହରାଇଥିଲେ ମଧ୍ୟ ଭିଡ଼ ମଧ୍ୟକୁ ଆମ୍ବୁଲାନ୍ସକୁ ପୂରାଇ ଦିଆଯାଇ ନ ଥିଲା। ଏତେ ଲୋକଙ୍କ ମୃତ୍ୟୁ ଘଟିବା ସତ୍ତ୍ୱେ ବିଜୟ ଘଟଣାସ୍ଥଳରୁ ତ୍ରିଚି ଏୟାରପୋର୍ଟ ପଳାଇଯାଇ ସେଠାରୁ ଏକ ଘରୋଇ ବିମାନରେ ଚେନ୍ନାଇ ଯାଇଥିଲେ। ଗାଇଡ୍‌ଲାଇନ୍ସର ଉଲ୍ଲଂଘନ ଓ ଆୟୋଜନରେ ତ୍ରୁଟି ପାଇଁ ବିଜୟଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଇତିମଧ୍ୟରେ ଟିଭିକେ ମୁଖ୍ୟ ବିଜୟ ମୃତକଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କା ଲେଖାଏ ଆର୍ଥତ୍କ ସହାୟତା ଘୋଷଣା କରିଥିବାବେଳେ ଆହତମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଭି. ରମେଶଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୩୧।୧(ଦିଲ୍ଲୀପ ସାମଲ): ଭିନ୍ନକ୍ଷମ ହେଲେବି ସେ ସକ୍ଷମ । କ୍ରୀଡା କ୍ଷେତ୍ରରେ ବେଶ ସଫଳତା ହାସଲ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଅନ୍ତର୍ଜାତୀୟ…

ପାନୀୟ ପ୍ରକଳ୍ପ ଗ୍ୟାଲେରି ସୀମାରୁ ବାଲି ଉଠାଣ ନେଇ ଅସନ୍ତୋଷ: ୩ ଶହ ବଦଳରେ ୬ ଶହ ଟଙ୍କା ରୟାଲ୍‌ଟି

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲସ୍ଥିତ ସୁକତେଲ ନଦୀ ବାଲିଘାଟ ନେଇଥିବା ଲିଜଧାରୀଙ୍କ ମନମାନୀ ଦେଖିବାକୁ ମିଳିଛି। ଗତ ବୁଧବାର ଠାରୁ ହଠାତ୍‌ ବାଲିଉଠାଣ…

ଧୂଳିରେ ରୁନ୍ଧି ହେଉଛି ସହର

ସହରୀ ସଭ୍ୟତାର ଅଭିବୃଦ୍ଧି ସହ ତାଳ ଦେଇ ବଢ଼ୁଛି ବାୟୁ ପ୍ରଦୂଷଣ। ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ଏହାର ପ୍ରମୁଖ କାରଣ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri