ଭାରତରେ ଜଣେ ସାଧାରଣ ଲୋକଙ୍କୁ ଏକ ନିୟୁତ ଡଲାର ରୋଜଗାର କରିବାକୁ ଲାଗିବ ୧୪୮ ବର୍ଷ: ରିପୋର୍ଟ…

ନୂଆଦିଲ୍ଲୀ,୩୧।୭ : ଭାରତର ଜଣେ ସାଧାରଣ କର୍ମଚାରୀ ଭାବରେ କୋଟିପତି ହେବାକୁ କେତେ ବର୍ଷ ଲାଗିବ? ଯଦି ଏହି ପ୍ରଶ୍ନ ପଚରାଯାଏ, ତେବେ ଉତ୍ତର କ’ଣ ହେବ? ୫ ବର୍ଷ, ୧୦ ବର୍ଷ, କିମ୍ବା ବୋଧହୁଏ ୨୫ ବର୍ଷ ଅବା ୫୦ ବର୍ଷ? ଏହାର ଉତ୍ତର ଦେବାକୁ ଅଧିକାଂଶ ସମର୍ଥ ହୋଇ ନ ପାରନ୍ତି। ଏକ ଅଧ୍ୟୟନରେ ଏକ ଆଶ୍ଚର୍ଯ୍ୟଜନକ ବିଷୟ ସାମ୍ନାକୁ ଆସିଛି। ଭାରତରେ ଜଣେ ସାଧାରଣ କର୍ମଚାରୀଙ୍କ ପାଇଁ ଏତେ ଟଙ୍କା ରୋଜଗାର କରିବାକୁ କେତେ ସମୟ ଲାଗିବ ସେ ବିଷୟରେ କୌଣସି ବ୍ୟକ୍ତି ଅନୁମାନ କରିପାରନ୍ତି ନାହିଁ। ଇ-କମର୍ସ ପ୍ଲାଟଫର୍ମ ପିକୋଡି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଭାରତରେ ଏକ ନିୟୁତ ଡଲାର ରୋଜଗାର କରିବାକୁ ପାଇବାକୁ ଜଣେ ସାଧାରଣ ଲୋକଙ୍କୁ ୧୪୮ ବର୍ଷ ଲାଗିବ। ଯାହାର ପରିମାଣ ଭାରତୀୟ ମୁଦ୍ରାରେ ପ୍ରାୟ ୮.୨୨ କୋଟି ଟଙ୍କା ହେବ।

ଅବଶ୍ୟ ଏହା ଶୁଣି ଭାରତୀୟମାନେ ଆଶ୍ଚର୍ଯ୍ୟ ହୋଇଯିବେ କିନ୍ତୁ ଅଧ୍ୟୟନରେ ଏହା ହିଁ ବାହାରିଛି। ଭାରତର ଜିଡିପି ଦ୍ରୁତ ଗତିରେ ବଢୁଥାଇପାରେ କିନ୍ତୁ ମୁଣ୍ଡପିଛା ଆୟ ପ୍ରାୟ ୧୩୦ ଦେଶ ପଛରେ ରହିଛି। ଏହାର ଫଳାଫଳ ହେଉଛି ଭାରତରେ ୧ ମିଲିୟନ ଡଲାର ରୋଜଗାର କରିବାକୁ ୧୪୮ ବର୍ଷ ୫ ମାସ ଲାଗିବ । ଏହା ଏକ ହାରାହାରି ସମୟ। ଅଧ୍ୟୟନ ଆଧାରରେ ପ୍ରସ୍ତୁତ ଏହି ତାଲିକାରେ ଭାରତ ୬୨ ତମ ସ୍ଥାନରେ ରହିଛି। ଏହି ଅଧ୍ୟୟନ ପାଇଁ, ଭାରତରେ ଜଣେ କର୍ମଚାରୀଙ୍କ ହାରାହାରି ମାସିକ ଦରମା ୪୬,୧୮୮ ଟଙ୍କା ବା ୫୬୨ ଡଲାର ଭାବରେ ନିଆଯାଇଛି ।

ଏହି ସର୍ଭେରେ ୧୦୨ ଦେଶକୁ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ହାରାହାରି ମାସିକ ନିଟ ବେତନ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା। ଏଥିରେ ସ୍ବିଜରଲାଣ୍ଡ ଶୀର୍ଷରେ ରହିଛି। ଅଧ୍ୟୟନ ଅନୁଯାୟୀ, ସ୍ବିଜରଲାଣ୍ଡର ନାଗରିକମାନେ ଏହି ପରିମାଣ ଡଲାର ରୋଜଗାର ପାଇଁ ୧୪ ବର୍ଷ ଏବଂ ତିନି ମାସ ନେବେ। ଏହି ତାଲିକାରେ ଚାଇନା ୪୨ ତମ ସ୍ଥାନରେ ରହିଛି। ସେଠାକାର ନାଗରିକମାନେ ଭାରତର ୭୧ ବର୍ଷ ପୂର୍ବରୁ ଅର୍ଥାତ ୭୮ ବର୍ଷ ଏବଂ ୯ ମାସରେ ୧ ମିଲିୟନ ଡଲାର ରୋଜଗାର କରିବାକୁ ସକ୍ଷମ ହେବେ। ଭାରତ ଏବଂ ବ୍ରିଟେନ ମଧ୍ୟରେ ୧୨୦ ବର୍ଷର ପାର୍ଥକ୍ୟ ଅଛି। ୨୯ ବର୍ଷ ୯ ମାସ ସହିତ ଏହି ତାଲିକାରେ ବ୍ରିଟେନ ୧୭ ତମ ସ୍ଥାନରେ ରହିଛି। ସମାନ ପରିମାଣ ଡଲାର ରୋଜଗାର ପାଇଁ ପାକିସ୍ତାନରେ ୬୨୧ ବର୍ଷ ୩ ମାସ ଲାଗିବ ।

ସେହିପରି ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ସିଙ୍ଗାପୁରରେ ଏଥିପାଇଁ ୧୬ ବର୍ଷ ୧୧ ମାସ, ଲକ୍ସେମବର୍ଗରେ ୧୭ ବର୍ଷ ୪ ମାସ, ଆମେରିକାରେ ୧୯ ବର୍ଷ ୧୦ ମାସ, ଆଇସଲାଣ୍ଡରେ ୨୦ ବର୍ଷ ୧୧ ମାସ, କତାରରେ ୨୧ ବର୍ଷ ୩ ମାସ, ୟୁଏଇରେ ୨୩ ବର୍ଷ ୯ ମାସ, ଅଷ୍ଟ୍ରେଲିଆରେ ୨୪ ବର୍ଷ ୩ ମାସ, ଡେନମାର୍କରେ ୨୪ ବର୍ଷ ୬ ମାସ ଏବଂ ନେଦରଲାଣ୍ଡରେ ୨୪ ବର୍ଷ ୯ ମାସ ସମୟ ଲାଗିବ।

 


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri