ନୂଆପଡ଼ା,୪ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନ ଥାନା ତରବୋଡ ଗାଁରେ ସାପ କାମୁଡ଼ାରେ ଜଣେ ରାଜମିସ୍ତ୍ରିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତରବୋଡ କଲୋନିପଡାର ସହଦେବ ରଣା (୬୦)। ସୂଚନା ମୁତାବକ ଶୁକ୍ରବାର ସକାଳେ ଗାଁର ଜଣଙ୍କ ଘରେ ଏକ ନାଗସାପ ପଶି ଯାଇଥିଲା। ପରିବାର ଲୋକେ ସାପକୁ ଧରି ଅନ୍ୟତ୍ର ଛାଡିବା ପାଇଁ ସହଦେବଙ୍କୁ ଡାକିଥିଲେ। ସହଦେବ ସାପକୁ ଧରି ଛାଡିବା ପାଇଁ ନେଉଥିବା ସମୟରେ ଡାହାଣ ହାତକୁ କାମୁଡି ଦେଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ତରବୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଚିକିତ୍ସଳୟ ଓ ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ା ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ମୃତଦେହ ବ୍ୟବଚ୍ଛେଦ ପରେ ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ଅଣାଯାଇଥିଲା। ଏକ ଶୋକାକୁଳ ପରିବେଶରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଚାଲିଯିବା ପରେ ପରିବାର ଲୋକେ ଅସହାୟ ହୋଇପଡିଛନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି।