ପୁରୁଷୋତ୍ତମପୁର,୨୫ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଉପଖଣ୍ଡ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନୁକୂଲ୍ୟରେ ରଥସାହି ଜଗନ୍ନାଥମନ୍ଦିର ପରିସରରେ ବିଶାଳ ହିନ୍ଦୁ ସମ୍ମିଳନୀ ରାଜ୍ୟ ସାଗରପୁତ୍ର ଜାଗରଣ ପୂର୍ବପ୍ରାନ୍ତ ସମ୍ପାଦକ ପ୍ରତାପ ଚନ୍ଦ୍ର ଦାମଲଙ୍କ ସଂଯୋଜନାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆରଏସ୍ଏସ୍ର ବିଭାଗ ସଂଘ ଚାଳକ ଡ.ଭଗବାନ ତ୍ରିପାଠୀ, ଜିଲା ପ୍ରଚାରକ ରଶ୍ମୀରଞ୍ଜନ ମହାଙ୍କୁଡ଼, ଜୟଗୁରୁ ବ୍ରଜକିଶୋର ଦାଶ, ଇସ୍କନର ବ୍ରଜଗୋବିନ୍ଦ ଦାଶ, ଓମ୍ ଶାନ୍ତି ପକ୍ଷରୁ ଶାନ୍ତିଲତା ପଣ୍ଡା ପ୍ରମୁଖ ଯୋଗଦେଇ ହିନ୍ଦୁମାନେ ଏକାଠି ଜାଗ୍ରତ ହୋଇ ସଂଗଠିତ ହେବାକୁ ଆହ୍ବାନ ଦେଇଥିଲେ। ହିନ୍ଦୁମାନଙ୍କୁ ଏକାଠି କରି ଭାରତୀୟ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରିବା ସହ ହିନ୍ଦୁ ସମାଜର ଏକତା, ସନାତନ ଧର୍ମୀୟ ଓ ସଂସ୍କୃତି ମୂଲ୍ୟବୋଧର ସୁରକ୍ଷା ହିଁ ସମ୍ମିଳନୀର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଏଥିରେ ଆସିକା ଏମ୍ପି ଅନିତା ଶୁଭଦର୍ଶନୀ, ପୂର୍ବତନ ଏମ୍ପି କୁମୁଦିନୀ ପଟ୍ଟନାୟକ, ଏମ୍ପି ପ୍ରତିନିଧି ଜୟନାରାୟଣ ଦାଶ, ସୀତାରାମ ପାଣିଗ୍ରାହୀ ଯୋଗଦେଇଥିଲେ। ଏହାକୁ ପୁରୁଷୋତ୍ତମପୁର ଉପଖଣ୍ଡ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସଦସ୍ୟ ନିତ୍ୟାନନ୍ଦ ମହାପାତ୍ର, ଜୟନାରାୟଣ ପାତ୍ର,ଦୀନବନ୍ଧୁ ବେହେରା ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନା କରିଥିବାବେଳେ ଶହଶହ ସଂଖ୍ୟାରେ ହିନ୍ଦୁ ସମ୍ପ୍ରଦାୟର ବ୍ୟକ୍ତି ଯୋଗ ଦେଇଥିଲେ।

