Posted inଜାତୀୟ

ଭାଜପାମୁକ୍ତ ଭାରତ ପାଇଁ ଆହ୍ବାନ

ପାଟନା,୧।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ବୁଧବାର ପାଟନାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହୋଇ ଭାଜପାମୁକ୍ତ ଭାରତ ଗଠନ ଲାଗି ଆହ୍ବାନ ଦେଇଛନ୍ତି। ଉଭୟ କଂଗ୍ରେସ ଓ ଭାଜପା ଦେଶର ବିକାଶ କରିବାରେ ବିଫଳ ହୋଇଛନ୍ତି। ତେଣୁ ଉଭୟ ଦଳକୁ କ୍ଷମତାଠାରୁ ଦୂରେଇ ରଖିବାକୁ ହେଲେ ଜାତୀୟ ସ୍ତରରେ ସମସ୍ତ ଅଣଭାଜପା ଏବଂ ଅଣକଂଗ୍ରେସ ଦଳଙ୍କୁ ଏକାଠି କରିବା ଲାଗି କେସିଆର୍‌ କହିଛନ୍ତି। ମଞ୍ଚରେ ଆର୍‌ଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ନୀତୀଶ ଜୋର୍‌ଦାର ବର୍ଷିଛନ୍ତି। ରାଜ୍ୟଗୁଡ଼ିକର ଆବଶ୍ୟକତା ପ୍ରତି କେନ୍ଦ୍ର ସରକାର ସମ୍ବେଦନହୀନ ହୋଇପଡ଼ିଥିବାବେଳେ ଅତ୍ୟଧିକ ପ୍ରଚାର ପ୍ରସାରରେ ମାତିଥିବା ନୀତୀଶ କହିଛନ୍ତି। ଦକ୍ଷିଣ ଭାରତରେ ଭାଜପା ନିଜର ସ୍ଥିତି ମଜଭୂତ କରିବା ଲାଗି ଆକ୍ରମଣାତ୍ମକ ପ୍ରଚାରରେ ଲିପ୍ତ ଥିବା ସେ ଅଭିଯୋଗ କରିଛନ୍ତି। କେସିଆର୍‌ଙ୍କ ଉଦ୍ଦେଶ୍ୟରେ ନୀତୀଶ କହିଥିଲେ, ଜଣେ ମାତ୍ର ନେତା ନିଜର ସଂଗ୍ରାମ ବଳରେ ତେଲଙ୍ଗାନା ସୃଷ୍ଟି କରିଛନ୍ତି। ଲୋକେ କେବେହେଲେ ତାଙ୍କଠାରୁ ଦୂରେଇ ଯିବେନି। ବିରୋଧୀ ଦଳଗୁଡ଼ିକକୁ ଏକାଠି କରିବା ଦିଗରେ କେସିଆର୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ବିହାର ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି।

୨୦୨୦ରେ ଲଦାଖର ଗଲଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ସହ ମୁହାଁମୁହିଁ ବେଳେ ଶହୀଦ ହୋଇଥିବା ୫ ଜଣ ଯବାନଙ୍କ ପରିବାରକୁ କେସିଆର୍‌ ଏହି ଅବସରରେ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତାର ଚେକ୍‌ ପ୍ରଦାନ କରିଥିଲେ। ଏଥିସହିତ ଗତ ମାର୍ଚ୍ଚରେ ହାଇଦ୍ରାବାଦ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବିହାରର ୧୨ ଜଣ ପ୍ରବାସୀ ଶ୍ରମିକଙ୍କ ପରିବାରକୁ କେସିଆର୍‌ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ତେଲଙ୍ଗାନା ରାଷ୍ଟ୍ର ସମିତି ଅଧ୍ୟକ୍ଷ କେସିଆର୍‌ଙ୍କ ଏଭଳି କାର୍ଯ୍ୟକୁ ନୀତୀଶ ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ୟପକ୍ଷରେ କେସିଆର୍‌ ତାଙ୍କ ଉଦ୍‌ବୋଧନରେ ବିହାରକୁ ବିପ୍ଳବର ଭୂମି କହିବା ସହ ତାଙ୍କ ନିଜ ରାଜ୍ୟକୁ ଗୋଦାବରୀ ନଦୀର ରାଜ୍ୟ ଏବଂ ଏହା ଦକ୍ଷିଣ ଭାରତର ଗଙ୍ଗା ବୋଲି କହିଥିଲେ।

ବିହାରକୁ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦିଆଯାଉ ନ ଥିବାରୁ ନୀତୀଶ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଲେ, ଏହାର ବିକାଶ ତ୍ୱରାନ୍ବିତ ହୋଇପାରନ୍ତା। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଅନ୍ୟମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉଥିଲା। ଏବେ ମୋଦି ସରକାର କିଛି କାମ ନ କରି କେବଳ ପ୍ରଚାର ପ୍ରସାର ଚଳାଇଛନ୍ତି। ବିହାର ମେଣ୍ଟ ସରକାରରେ ଥାଇ ଭାଜପା ତାଙ୍କ ଦଳକୁ ବିଭାଜନ କରିବାକୁ ଉଦ୍ୟମ ଚଳାଇଥିଲା ବୋଲି ନୀତୀଶ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ଫସିଗଲା ଆମେରିକା: ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଲା ସଂଘର୍ଷ

ଓ୍ବାଶିଂଟନ୍‌,୨୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ନୂତନ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ପ୍ରାୟ ୨୦ ଦିନ ଧରି ଚାଲିଥିବା…

‘୫ବର୍ଷ ପାଇଁ ଭାରତର ଗ୍ୟାସ ଯୋଗାଣ ଉପରେ ପ୍ରଭାବ…’ LNG ପ୍ଲାଣ୍ଟ ନଷ୍ଟ ହେବା ପରେ କାତାରର ବଡ଼ ବୟାନ

ନୂଆଦିଲ୍ଲୀ,୨୦।୩: କାତାର ଏନର୍ଜିର ସିଇଓ ଏବଂ ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଇରାନ ଆକ୍ରମଣ କାତାରର ପ୍ରାୟ ୧୭ ପ୍ରତିଶତ ଏଲଏନଜି ରପ୍ତାନି…

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି ଟ୍ରମ୍ପ: ଭାରତକୁ ହେବ ବଡ଼ ଫାଇଦା

ଓ୍ବାଶିଂଟନ୍‌,୨୦।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରେ। ରିପୋର୍ଟ ଅନୁଯାୟୀ ଆମେରିକା ବର୍ତ୍ତମାନ ସମୁଦ୍ରରେ ଜାହାଜରେ ଫସି ରହିଥିବା…

ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ…

ଟ୍ରମ୍ପଙ୍କୁ ନେଇ ବଡ଼ ଖୁଲାସା କଲେ ନେତାନ୍ୟାହୁ: ଚାହିଁ ରହିଗଲା ବିଶ୍ୱ, ଆଗକୁ ହେବ…

ଜେରୁଜେଲମ,୨୦।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ଆମେରିକାକୁ ଇରାନ ସହିତ ଯୁଦ୍ଧକୁ ଟାଣି ନେଇଥିବା ଦାବିକୁ ଖାରଜ କରିଦେଇଛନ୍ତି। ସେ ଏହି ରିପୋର୍ଟଗୁଡ଼ିକୁ ‘ମିଥ୍ୟା ଖବର’…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri