ସ୍ମାର୍ଟ ସ୍କୁଲ୍‌ ପରିସରରେ ବୋମା

ରସୁଲପୁର,୨୩ା୫(ଡି.ଏନ.ଏ.): ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ସ୍ମାର୍ଟ ସ୍କୁଲ୍‌ ହୋଇଥିବା ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କଲଣ ପଞ୍ଚାୟତର ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ରବିବାର ପୂର୍ବାହ୍ନରେ ଏକ ବୋମା ଠାବ କରାଯାଇଛି। ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ବୋମାକୁ ନିଷ୍କ୍ରିୟ କରି ଦିଆଯିବାକୁ ସଫଳ ପ୍ରୟାସ କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୋଲିସ ଅତି ହାଲୁକା ଭାବେ ନେଇଥିବା ମନେ ହେଉଛି। ତେବେ ବିଦ୍ୟାଳୟ ପରିସରକୁ ବୋମା କିପରି ଆସିଲା ତା’ର ତଦନ୍ତ ହେଉ ବୋଲି ଦାବି ହେଉଛି। ଉକ୍ତ ଘଟଣାକୁ ନେଇ ଅଞ୍ଚଳରେ ଆଲୋଚନା ଜୋର୍‌ ଧରିଛି।
ବିଦ୍ୟାଳୟ କ୍ଲାସରୁମ୍‌ ପଛପଟ ଆମ୍ବଗଛ ମୂଳରେ ବୋମା ପଡ଼ିଥିବା ଦେଖିବାକୁ ପାଇଥିଲେ ବଗିଚା ଜଗୁଆଳ। ଏନେଇ ସେ ବିଦ୍ୟାଳୟ ପିଅନ ସୁଶାନ୍ତ ବାରିକଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ପିଅନ ଏହା ଦେଖିବା ସହ ପ୍ରଧାନଶିକ୍ଷକ କୁଶମଣି ପଣ୍ଡାଙ୍କୁ ଫୋନ ଯୋଗେ ଅବଗତ କରିଥିଲେ। ପ୍ରଧାନଶିକ୍ଷକ ମାଟ୍ରିକ ଖାତା ଦେଖା ଦାୟିତ୍ୱରେ ଥିବାରୁ ଏ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମମତା ମହାନ୍ତିଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ପିଅନ ବାରିକ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଫୋନ ଯୋଗେ ଅବଗତ କରାଇବାକୁ ଚେଷ୍ଟାକରି ବିଫଳ ହୋଇଥିଲେ। ତେବେ ଏହି ସମୟ ମଧ୍ୟରେ ଲୋକଙ୍କଠାରୁ ସୂଚନା ପାଇ ପୋଲିସ ପହଞ୍ଚତ୍ଲା ବେଳକୁ ବୋମାଟିକୁ କେତେଜଣ ଲୋକ ପାଣିରେ ପକାଇ ଦେଇଥିଲେ। ଫଳରେ ପୋଲିସ ସେଠାରୁ ଫେରି ଆସିଥିଲା। ତେବେ ପଡ଼ିଥିବା ବୋମାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କେହି ଏହାକୁ ବାହାଘରରେ ବ୍ୟବହୃତ ହେଉଥିବା ନଡ଼ିଆ ବମ୍‌ ବୋଲି କହୁଥିବା ବେଳେ ଅନ୍ୟ କେହି ଏହାକୁ ହାତ ବୋମା ବୋଲି କହୁଛନ୍ତି। ତେବେ ଏହି ବୋମାଟି କି ପ୍ରକାରର ଏବଂ ତାହା କେଉଁଠୁ ଆସିଲା ସେ ଦିଗରେ ତଦନ୍ତ କରାଗଲେ ସ୍ପଷ୍ଟ ହୋଇପାରିବ। ହେଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପୂର୍ବରୁ ବୋମାଟି ପାଣିରେ ପକାଇ ଦିଆଯିବାକୁ ନେଇ ସନ୍ଦେହ ଘନୀଭୂତ ହେଉଛି। ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ଉକ୍ତ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଛି ବୋଲି ଆଲୋଚନା ହେଉଛି।
ପ୍ରକାଶଥାଉ କି, ଗତ କିଛି ବର୍ଷଧରି ବିଭିନ୍ନ ଘଟଣାବଳୀକୁ ନେଇ ଉକ୍ତ ବିଦ୍ୟାଳୟଟି ଚର୍ଚ୍ଚାରେ ରହି ଆସୁଛି। ଶିକ୍ଷକଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଲାଗି ରହିଛି। ଗତ ୧୧ ତାରିଖରେ ବିଦ୍ୟାଳୟରୁ ଚୋରି ହୋଇଥିଲା। ଚୋରି ଘଟଣାରେ ଶିକ୍ଷକଙ୍କ ଗୋଷ୍ଠୀ ବିବାଦ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏନେଇ ତଦନ୍ତ ଚାଲିଥିବା ବେଳେ ବିଦ୍ୟାଳୟପରିସରରୁ ବୋମା ମିଳିବା ଘଟଣାର ଗମ୍ଭୀରତାକୁ ବଢ଼ାଇ ଦେଇଛି। ତେବେ ପୋଲିସ ଏସବୁ ଦିଗପ୍ରତି ଧ୍ୟାନ ଦେଇ ତଦନ୍ତ କଲେ ଘଟଣା ପଛର ଅସଲ ରହସ୍ୟ ଉନ୍ମୋଚିତ ହୋଇପାରନ୍ତା ବୋଲି କୁହାଯାଉଛି। ଏନେଇ ପ୍ରଧାନଶିକ୍ଷକ ପଣ୍ଡାଙ୍କୁ ପଚାରିବାରୁ ସେ ଖାତାଦେଖା ଦାୟିତ୍ୱରେ ଅଛନ୍ତି। ବିଦ୍ୟାଳୟରେ ବୋମା ପଡ଼ିଥିବା ଖବର ତାଙ୍କ ଷ୍ଟାଫ୍‌ଙ୍କଠାରୁ ଜାଣିବାକୁ ପାଇ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଜଣାଇବାକୁ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି। ଘଟଣା ସମ୍ପର୍କରେ କୁଆଖିଆ ଥାନା ଅଧିକାରୀ ଶିବଚରଣ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ବୋମା ଠାବ ହୋଇଥିବା ସମ୍ପର୍କରେ ଅବଗତ ହୋଇ ପୋଲିସ ଘଟଣାସ୍ଥଳକୁ ଯାଇଥିଲା। ମାତ୍ର ପୋଲିସ ପହଞ୍ଚତ୍ଲାବେଳକୁ ବୋମାଟିକୁ କେହି ପାଣିରେ ପକାଇ ଦେଇଥିଲେ। ତେଣୁ ପୋଲିସ ଫେରି ଆସିବାକୁ ବାଧ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri