ସ୍ମାର୍ଟ ସ୍କୁଲ୍‌ ପରିସରରେ ବୋମା

ରସୁଲପୁର,୨୩ା୫(ଡି.ଏନ.ଏ.): ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ସ୍ମାର୍ଟ ସ୍କୁଲ୍‌ ହୋଇଥିବା ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କଲଣ ପଞ୍ଚାୟତର ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ରବିବାର ପୂର୍ବାହ୍ନରେ ଏକ ବୋମା ଠାବ କରାଯାଇଛି। ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ବୋମାକୁ ନିଷ୍କ୍ରିୟ କରି ଦିଆଯିବାକୁ ସଫଳ ପ୍ରୟାସ କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୋଲିସ ଅତି ହାଲୁକା ଭାବେ ନେଇଥିବା ମନେ ହେଉଛି। ତେବେ ବିଦ୍ୟାଳୟ ପରିସରକୁ ବୋମା କିପରି ଆସିଲା ତା’ର ତଦନ୍ତ ହେଉ ବୋଲି ଦାବି ହେଉଛି। ଉକ୍ତ ଘଟଣାକୁ ନେଇ ଅଞ୍ଚଳରେ ଆଲୋଚନା ଜୋର୍‌ ଧରିଛି।
ବିଦ୍ୟାଳୟ କ୍ଲାସରୁମ୍‌ ପଛପଟ ଆମ୍ବଗଛ ମୂଳରେ ବୋମା ପଡ଼ିଥିବା ଦେଖିବାକୁ ପାଇଥିଲେ ବଗିଚା ଜଗୁଆଳ। ଏନେଇ ସେ ବିଦ୍ୟାଳୟ ପିଅନ ସୁଶାନ୍ତ ବାରିକଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ପିଅନ ଏହା ଦେଖିବା ସହ ପ୍ରଧାନଶିକ୍ଷକ କୁଶମଣି ପଣ୍ଡାଙ୍କୁ ଫୋନ ଯୋଗେ ଅବଗତ କରିଥିଲେ। ପ୍ରଧାନଶିକ୍ଷକ ମାଟ୍ରିକ ଖାତା ଦେଖା ଦାୟିତ୍ୱରେ ଥିବାରୁ ଏ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମମତା ମହାନ୍ତିଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ପିଅନ ବାରିକ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଫୋନ ଯୋଗେ ଅବଗତ କରାଇବାକୁ ଚେଷ୍ଟାକରି ବିଫଳ ହୋଇଥିଲେ। ତେବେ ଏହି ସମୟ ମଧ୍ୟରେ ଲୋକଙ୍କଠାରୁ ସୂଚନା ପାଇ ପୋଲିସ ପହଞ୍ଚତ୍ଲା ବେଳକୁ ବୋମାଟିକୁ କେତେଜଣ ଲୋକ ପାଣିରେ ପକାଇ ଦେଇଥିଲେ। ଫଳରେ ପୋଲିସ ସେଠାରୁ ଫେରି ଆସିଥିଲା। ତେବେ ପଡ଼ିଥିବା ବୋମାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କେହି ଏହାକୁ ବାହାଘରରେ ବ୍ୟବହୃତ ହେଉଥିବା ନଡ଼ିଆ ବମ୍‌ ବୋଲି କହୁଥିବା ବେଳେ ଅନ୍ୟ କେହି ଏହାକୁ ହାତ ବୋମା ବୋଲି କହୁଛନ୍ତି। ତେବେ ଏହି ବୋମାଟି କି ପ୍ରକାରର ଏବଂ ତାହା କେଉଁଠୁ ଆସିଲା ସେ ଦିଗରେ ତଦନ୍ତ କରାଗଲେ ସ୍ପଷ୍ଟ ହୋଇପାରିବ। ହେଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପୂର୍ବରୁ ବୋମାଟି ପାଣିରେ ପକାଇ ଦିଆଯିବାକୁ ନେଇ ସନ୍ଦେହ ଘନୀଭୂତ ହେଉଛି। ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ଉକ୍ତ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଛି ବୋଲି ଆଲୋଚନା ହେଉଛି।
ପ୍ରକାଶଥାଉ କି, ଗତ କିଛି ବର୍ଷଧରି ବିଭିନ୍ନ ଘଟଣାବଳୀକୁ ନେଇ ଉକ୍ତ ବିଦ୍ୟାଳୟଟି ଚର୍ଚ୍ଚାରେ ରହି ଆସୁଛି। ଶିକ୍ଷକଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଲାଗି ରହିଛି। ଗତ ୧୧ ତାରିଖରେ ବିଦ୍ୟାଳୟରୁ ଚୋରି ହୋଇଥିଲା। ଚୋରି ଘଟଣାରେ ଶିକ୍ଷକଙ୍କ ଗୋଷ୍ଠୀ ବିବାଦ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏନେଇ ତଦନ୍ତ ଚାଲିଥିବା ବେଳେ ବିଦ୍ୟାଳୟପରିସରରୁ ବୋମା ମିଳିବା ଘଟଣାର ଗମ୍ଭୀରତାକୁ ବଢ଼ାଇ ଦେଇଛି। ତେବେ ପୋଲିସ ଏସବୁ ଦିଗପ୍ରତି ଧ୍ୟାନ ଦେଇ ତଦନ୍ତ କଲେ ଘଟଣା ପଛର ଅସଲ ରହସ୍ୟ ଉନ୍ମୋଚିତ ହୋଇପାରନ୍ତା ବୋଲି କୁହାଯାଉଛି। ଏନେଇ ପ୍ରଧାନଶିକ୍ଷକ ପଣ୍ଡାଙ୍କୁ ପଚାରିବାରୁ ସେ ଖାତାଦେଖା ଦାୟିତ୍ୱରେ ଅଛନ୍ତି। ବିଦ୍ୟାଳୟରେ ବୋମା ପଡ଼ିଥିବା ଖବର ତାଙ୍କ ଷ୍ଟାଫ୍‌ଙ୍କଠାରୁ ଜାଣିବାକୁ ପାଇ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଜଣାଇବାକୁ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି। ଘଟଣା ସମ୍ପର୍କରେ କୁଆଖିଆ ଥାନା ଅଧିକାରୀ ଶିବଚରଣ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ବୋମା ଠାବ ହୋଇଥିବା ସମ୍ପର୍କରେ ଅବଗତ ହୋଇ ପୋଲିସ ଘଟଣାସ୍ଥଳକୁ ଯାଇଥିଲା। ମାତ୍ର ପୋଲିସ ପହଞ୍ଚତ୍ଲାବେଳକୁ ବୋମାଟିକୁ କେହି ପାଣିରେ ପକାଇ ଦେଇଥିଲେ। ତେଣୁ ପୋଲିସ ଫେରି ଆସିବାକୁ ବାଧ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri