ରକ୍ତ ପରୀକ୍ଷାରେ ପ୍ରାରମ୍ଭରୁ ଚିହ୍ନଟ ହେବ ଗର୍ଭାଶୟ କର୍କଟ

ଲଣ୍ଡନ ୧୨ା୧୦: ଗର୍ଭାଶୟ କର୍କଟକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇପାରିବ। ଏଥିପାଇଁ ଏକ ରକ୍ତ ପରୀକ୍ଷା କରିବାକୁ ପଡ଼ିବ। ସେହି ରକ୍ତ ପରୀକ୍ଷା ଗର୍ଭାଶୟ କର୍କଟକୁ ଚିହ୍ନଟ କରିବାରେ ୯୧ପ୍ରତିଶତ ଠିକ୍‌ ହେବ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଅନୁସନ୍ଧାନକାରୀମାନେ ୩୭୦ଟି ରକ୍ତ ନମୁନା ନେଇ ଏହି ଗବେଷଣା କରିଥିଲେ। ଏ ସମ୍ପର୍କରେ କ୍ଲିନିକାଲ କ୍ୟାନ୍‌ସର ରିସର୍ଚ୍ଚ ଜର୍ନାଲରେ ପ୍ରକାଶ ପାଇଛି। ଅନୁସନ୍ଧାନକାରୀମାନେ ଏକ ନୂତନ ରକ୍ତ ପରୀକ୍ଷା ଗବେଷଣା କରିଛନ୍ତି, ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ଗର୍ଭାଶୟ କର୍କଟକୁ ଚିହ୍ନଟ କରିବାକୁ ସକ୍ଷମ ହେଇପାରୁଛି।

ଏହା ପେଲ୍‌ଭିକ୍‌ ମାସ୍‌ ଠିକ୍‌ ଅଛି ନା ତାହା ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇଛି ତାହା ଜଣାପଡ଼ିଯିବ। ଓଭାପ୍ରିଣ୍ଟ ନାମରେ ଜଣାଶୁଣା ଏହି ପରୀକ୍ଷଣ ବିଭିନ୍ନ ପ୍ରକାର ପ୍ରାରମ୍ଭିକ ପର୍ଯ୍ୟାୟ କର୍କଟ ଚିହ୍ନଟ କରିବାର ଏକ ନୂତନ ଉପାୟ। ଓଭା ପ୍ରିଣ୍ଟ ହାଇ-ଗ୍ରେଡ୍‌ ସିରୋସ୍‌ ଓଭାରିଆନ କାର୍‌ସିନୋମା(ଏଚ୍‌ଜିଏସ୍‌ଓସି)କୁ ଚିହ୍ନଟ କରିଥାଏ। କର୍କଟ ଆରମ୍ଭ ହୋଇଥିବା ବେଳେ ଏହା ଚିହ୍ନଟ ହୋଇଥାଏ ଏବଂ ଏହାକୁ ଚିକିତ୍ସା କରିବା ସହଜ ହୋଇପାରିଥାଏ। ଏଚ୍‌ଜିଏସ୍‌ଓସି ହେଉଛି ଗର୍ଭାଶୟ କର୍କଟର ସବୁଠାରୁ ସାଧାରଣ ପ୍ରକାର। ଏହା ମଧ୍ୟ ସବୁଠାରୁ ଘାତକ ରୂପ। କାରଣ କ୍ଲିନିକାଲ୍‌ ବିଶେଷଜ୍ଞମାନେ ଠିକ୍‌ ସମୟରେ ଏହାର ସ୍କ୍ରିନିଂ କରିପାରନ୍ତି ନାହିଁ।

ପେଲ୍‌ଭିକ୍‌ ମାସ୍‌ ଥିବା ରୋଗୀ କ୍ଷେତ୍ରରେ ସେହି ମାଂସଟି ସାଧାରଣ ଭାବେ ବୃଦ୍ଧି ପାଇଛି ନା ତାହା କର୍କଟ ହୋଇଛି ତାହା ଜାଣିବା କଷ୍ଟକର ହୋଇଥାଏ। ଏଭଳି କ୍ଷେତ୍ରରେ ଅନ୍ୟ କର୍କଟ ରୋଗ ଜାଣିବା ପାଇଁ ପରୀକ୍ଷା କରାଯାଉଥିବା ବାୟୋପ୍‌ସି ମଧ୍ୟ ଏକ ବିକଳ୍ପ ପରୀକ୍ଷଣ ହୋଇପାରେନାହିଁ। ଫଳରେ ଡାକ୍ତରଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ପଦ୍ଧତି ବାଛିବା କଷ୍ଟକର ହୋଇଥାଏ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଗର୍ଭାଶୟ କର୍କଟ ଚିହ୍ନଟ ହେଲେ, ରୋଗୀମାନଙ୍କର ୫ବର୍ଷ କିମ୍ବା ତା’ଠାରୁ ଅଧିକ ବଞ୍ଚତ୍ବାର ୯୦ପ୍ରତିଶତରୁ ଅଧିକ ସୁଯୋଗ ଥାଏ। କିନ୍ତୁ ଶେଷ ପର୍ଯ୍ୟାୟରେ କର୍କଟ ଚିହ୍ନଟ ହେଲେ ସେମାନଙ୍କର ଜୀବିତ ରହିବା ସମ୍ଭାବନା ୪୦ ପ୍ରତିଶତରୁ କମ୍‌ ହୋଇଯାଏ। ଏ ସମ୍ପର୍କରେ ଆମେରିକା ସାଉଥ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଜେନୋମିକ ଏବଂ ଏପିଜେନୋମିକ ରେଗୁଲେଶନ ରିସର୍ଚ୍ଚ ପ୍ରୋଗ୍ରାମର ଗବେଷକ ବୋଡୋର ସାଲହିୟା କହିଛନ୍ତି, କର୍କଟ ଶୀଘ୍ର ଚିହ୍ନଟ ହେଲେ ଜୀବନ ରକ୍ଷା ହୋଇପାରିଥାଏ।
ଯଦି ଆମେ ପ୍ରାଥମିକ ସ୍ତରର ଗର୍ଭାଶୟ କର୍କଟକୁ ଠିକ୍‌ ଭାବରେ ଚିହ୍ନଟ କରିପାରିବା, ତେବେ ଆମେ ରୋଗର ଫଳାଫଳକୁ ପରିବର୍ତ୍ତନ କରିପାରିବା ଏବଂ ବଞ୍ଚତ୍ବାର ହାରକୁ ବୃଦ୍ଧି କରିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri