ରକ୍ତ ପରୀକ୍ଷାରେ ପ୍ରାରମ୍ଭରୁ ଚିହ୍ନଟ ହେବ ଗର୍ଭାଶୟ କର୍କଟ

ଲଣ୍ଡନ ୧୨ା୧୦: ଗର୍ଭାଶୟ କର୍କଟକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇପାରିବ। ଏଥିପାଇଁ ଏକ ରକ୍ତ ପରୀକ୍ଷା କରିବାକୁ ପଡ଼ିବ। ସେହି ରକ୍ତ ପରୀକ୍ଷା ଗର୍ଭାଶୟ କର୍କଟକୁ ଚିହ୍ନଟ କରିବାରେ ୯୧ପ୍ରତିଶତ ଠିକ୍‌ ହେବ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଅନୁସନ୍ଧାନକାରୀମାନେ ୩୭୦ଟି ରକ୍ତ ନମୁନା ନେଇ ଏହି ଗବେଷଣା କରିଥିଲେ। ଏ ସମ୍ପର୍କରେ କ୍ଲିନିକାଲ କ୍ୟାନ୍‌ସର ରିସର୍ଚ୍ଚ ଜର୍ନାଲରେ ପ୍ରକାଶ ପାଇଛି। ଅନୁସନ୍ଧାନକାରୀମାନେ ଏକ ନୂତନ ରକ୍ତ ପରୀକ୍ଷା ଗବେଷଣା କରିଛନ୍ତି, ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ଗର୍ଭାଶୟ କର୍କଟକୁ ଚିହ୍ନଟ କରିବାକୁ ସକ୍ଷମ ହେଇପାରୁଛି।

ଏହା ପେଲ୍‌ଭିକ୍‌ ମାସ୍‌ ଠିକ୍‌ ଅଛି ନା ତାହା ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇଛି ତାହା ଜଣାପଡ଼ିଯିବ। ଓଭାପ୍ରିଣ୍ଟ ନାମରେ ଜଣାଶୁଣା ଏହି ପରୀକ୍ଷଣ ବିଭିନ୍ନ ପ୍ରକାର ପ୍ରାରମ୍ଭିକ ପର୍ଯ୍ୟାୟ କର୍କଟ ଚିହ୍ନଟ କରିବାର ଏକ ନୂତନ ଉପାୟ। ଓଭା ପ୍ରିଣ୍ଟ ହାଇ-ଗ୍ରେଡ୍‌ ସିରୋସ୍‌ ଓଭାରିଆନ କାର୍‌ସିନୋମା(ଏଚ୍‌ଜିଏସ୍‌ଓସି)କୁ ଚିହ୍ନଟ କରିଥାଏ। କର୍କଟ ଆରମ୍ଭ ହୋଇଥିବା ବେଳେ ଏହା ଚିହ୍ନଟ ହୋଇଥାଏ ଏବଂ ଏହାକୁ ଚିକିତ୍ସା କରିବା ସହଜ ହୋଇପାରିଥାଏ। ଏଚ୍‌ଜିଏସ୍‌ଓସି ହେଉଛି ଗର୍ଭାଶୟ କର୍କଟର ସବୁଠାରୁ ସାଧାରଣ ପ୍ରକାର। ଏହା ମଧ୍ୟ ସବୁଠାରୁ ଘାତକ ରୂପ। କାରଣ କ୍ଲିନିକାଲ୍‌ ବିଶେଷଜ୍ଞମାନେ ଠିକ୍‌ ସମୟରେ ଏହାର ସ୍କ୍ରିନିଂ କରିପାରନ୍ତି ନାହିଁ।

ପେଲ୍‌ଭିକ୍‌ ମାସ୍‌ ଥିବା ରୋଗୀ କ୍ଷେତ୍ରରେ ସେହି ମାଂସଟି ସାଧାରଣ ଭାବେ ବୃଦ୍ଧି ପାଇଛି ନା ତାହା କର୍କଟ ହୋଇଛି ତାହା ଜାଣିବା କଷ୍ଟକର ହୋଇଥାଏ। ଏଭଳି କ୍ଷେତ୍ରରେ ଅନ୍ୟ କର୍କଟ ରୋଗ ଜାଣିବା ପାଇଁ ପରୀକ୍ଷା କରାଯାଉଥିବା ବାୟୋପ୍‌ସି ମଧ୍ୟ ଏକ ବିକଳ୍ପ ପରୀକ୍ଷଣ ହୋଇପାରେନାହିଁ। ଫଳରେ ଡାକ୍ତରଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ପଦ୍ଧତି ବାଛିବା କଷ୍ଟକର ହୋଇଥାଏ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଗର୍ଭାଶୟ କର୍କଟ ଚିହ୍ନଟ ହେଲେ, ରୋଗୀମାନଙ୍କର ୫ବର୍ଷ କିମ୍ବା ତା’ଠାରୁ ଅଧିକ ବଞ୍ଚତ୍ବାର ୯୦ପ୍ରତିଶତରୁ ଅଧିକ ସୁଯୋଗ ଥାଏ। କିନ୍ତୁ ଶେଷ ପର୍ଯ୍ୟାୟରେ କର୍କଟ ଚିହ୍ନଟ ହେଲେ ସେମାନଙ୍କର ଜୀବିତ ରହିବା ସମ୍ଭାବନା ୪୦ ପ୍ରତିଶତରୁ କମ୍‌ ହୋଇଯାଏ। ଏ ସମ୍ପର୍କରେ ଆମେରିକା ସାଉଥ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଜେନୋମିକ ଏବଂ ଏପିଜେନୋମିକ ରେଗୁଲେଶନ ରିସର୍ଚ୍ଚ ପ୍ରୋଗ୍ରାମର ଗବେଷକ ବୋଡୋର ସାଲହିୟା କହିଛନ୍ତି, କର୍କଟ ଶୀଘ୍ର ଚିହ୍ନଟ ହେଲେ ଜୀବନ ରକ୍ଷା ହୋଇପାରିଥାଏ।
ଯଦି ଆମେ ପ୍ରାଥମିକ ସ୍ତରର ଗର୍ଭାଶୟ କର୍କଟକୁ ଠିକ୍‌ ଭାବରେ ଚିହ୍ନଟ କରିପାରିବା, ତେବେ ଆମେ ରୋଗର ଫଳାଫଳକୁ ପରିବର୍ତ୍ତନ କରିପାରିବା ଏବଂ ବଞ୍ଚତ୍ବାର ହାରକୁ ବୃଦ୍ଧି କରିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri