Posted inଜାତୀୟ

ଲାଲୁଙ୍କ ପରିବାରକୁ ଜୋରଦାର ଝଟ୍‌କା: IRCTC ଦୁର୍ନୀତି ମାମଲାରେ କୋର୍ଟ ଦେଲେ ବଡ଼ ରାୟ

ପାଟନା,୧୩।୧୦: ବିହାର ବିଧାନସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟରେ, IRCTC ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ପରିବାରର ସମସ୍ୟା ବୃଦ୍ଧି ପାଇଛି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହାରର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ କରିଛି। ଅର୍ଥାତ୍‌ ସେମାନେ ଏବେ ଏହି ମାମଲାରେ ବିଚାରର ସମ୍ମୁଖୀନ ହେବେ।

ଯେଉଁ ଧାରା ଅନୁଯାୟୀ ଚାର୍ଜ ଫ୍ରେମ କରାଯାଇଛି ସେଥିରେ IPC 420, IPC 120B, ଏବଂ ଦୁର୍ନୀତି ନିବାରଣ ଆଇନର ଧାରା 13(2) ଏବଂ 13(1)(d) ଅନ୍ତର୍ଭୁକ୍ତ। ଦୁର୍ନୀତି ନିବାରଣ ଆଇନର ଧାରା 13(2) ଏବଂ 13(1)(d) କେବଳ ଲାଲୁ ଯାଦବଙ୍କ ପାଇଁ ପ୍ରଯୁଜ୍ୟ। କାରଣ ସେ ସରକାରୀ ପଦବୀରେ ରହି ତାଙ୍କ ପଦବୀର ଅପବ୍ୟବହାର କରିଥିଲେ।

ଏହି ମାମଲାରେ ଲାଲୁ ଯାଦବ, ରାବ୍ରୀ ଦେବୀ ଏବଂ ତେଜସ୍ବୀ ଯାଦବ ସେମାନଙ୍କର ଦୋଷ ସ୍ବୀକାର କରିବାକୁ ମନା କରିଦେଲେ। ଲାଲୁ ପରିବାର କୋର୍ଟରେ କହିଛନ୍ତି, ସେମାନେ ମାମଲାର ସମ୍ମୁଖୀନ ହେବେ। ରାବ୍ରୀ ଯାଦବ କହିଛନ୍ତି, ଏହା ଏକ ମିଥ୍ୟା ମାମଲା।

କୋର୍ଟ କହିଛନ୍ତି, ଏହି ଠକେଇ ଲାଲୁ ଯାଦବଙ୍କ ଜ୍ଞାତସାରରେ ଷଡ଼ଯନ୍ତ୍ର କରାଯାଇଥିଲା। ଏହି ମାମଲାର ଅଭିଯୁକ୍ତମାନେ ଏକ ବୃହତ ଷଡ଼ଯନ୍ତ୍ରରେ ସାମିଲ ଥିଲେ। ଲାଲୁ ପରିବାର ଏହି ମାମଲାରୁ ଲାଭ ପାଇଛି। ଚୁକ୍ତିନାମା ବଦଳରେ, ରାବ୍ରୀ ଏବଂ ତେଜସ୍ବୀ ବହୁତ କମ ମୂଲ୍ୟରେ ଜମି ପାଇଥିଲେ।

ଆରଜେଡି ସୁପ୍ରିମୋ ଲାଲୁ ଯାଦବ ହ୍ବିଲ ଚେୟାରରେ କୋର୍ଟରେ ପହଞ୍ଚିଥିଲେ। ତାଙ୍କ ସହିତ ରାବ୍ରୀ ଦେବୀ, ତେଜସ୍ବୀ ଯାଦବ ଏବଂ ପ୍ରେମଚାନ୍ଦ ଗୁପ୍ତା ମଧ୍ୟ ଥିଲେ।

ସିବିଆଇ ଏହାର ଚାର୍ଜସିଟରେ ଅଭିଯୋଗ କରିଛି ଯେ, ୨୦୦୪ ରୁ ୨୦୧୪ ମଧ୍ୟରେ, ଏକ ଷଡ଼ଯନ୍ତ୍ରର ଅଂଶସ୍‌ସ୍ବରୂପ, ପୁରୀ ଏବଂ ରାଞ୍ଚିରେ ଥିବା ଭାରତୀୟ ରେଳବାଇର BNR ହୋଟେଲଗୁଡ଼ିକୁ ପ୍ରଥମେ IRCTCକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ପରେ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ବିହାରର ସୁଜାତା ହୋଟେଲ ପ୍ରାଇଭେଟ ଲିମିଟେଡକୁ ଲିଜ ଦିଆଯାଇଥିଲା। ଏଜେନ୍ସି ଅଭିଯୋଗ କରିଛି ଯେ, ଟେଣ୍ଡର ପ୍ରକ୍ରିୟାରେ ଜାଲିଆତି ଏବଂ ହେରଫେର କରାଯାଇଥିଲା। ସୁଜାତା ହୋଟେଲକୁ ସପକ୍ଷରେ ଆଣିବା ପାଇଁ ସର୍ତ୍ତାବଳୀକୁ ପରିବର୍ତ୍ତନ କରାଯାଇଥିଲା। ଚାର୍ଜସିଟରେ ତତ୍କାଳୀନ IRCTC ମହାପ୍ରବନ୍ଧକ ଭିକେ ଆସ୍ଥାନା ଏବଂ ଆରକେ ଗୋୟଲଙ୍କ ସହିତ ସୁଜାତା ହୋଟେଲ ନିର୍ଦ୍ଦେଶକ ବିଜୟ କୋଚ୍ଚର ଏବଂ ବିନୟ କୋଚ୍ଚର, ଚାଣକ୍ୟ ହୋଟେଲର ମାଲିକଙ୍କ ନାମ ମଧ୍ୟ ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri