ପାଟଣା ୬/୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପଲାଣଘାଟି ପଞ୍ଚାୟତ ପଲାଣ ଘାଟି ଗ୍ରାମର ଶଙ୍କର୍ଷଣ ମହାନ୍ତ (୬୨) ଶନିବାର ସକାଳୁ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ଶନିବାର ଭୋରରୁ ବିଲରୁ କହଣିଆରୁ ମାଛ ଧରିବା ପାଇଁ ଯାଉଥିବା ରାସ୍ତାରେ ଭାଲୁ ହାବୁଡରେ ପଡ଼ିଥିଲେ। ଭାଲୁ ଆକ୍ରମଣରେ ତାଙ୍କ ଛାତି ଓ ଡାହାଣ ହାତକହୁଣିରେ କାମୁଡ଼ି ଦେଇଥିଲା। ସେ ଚିତ୍କାର କରିବାରୁ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଲୋକଙ୍କ ପାଟିରେ ଭାଲୁ ଜଙ୍ଗଲକୁ ଦୌଡ଼ି ପଳାଇଥିଲା। ଶଙ୍କର୍ଷଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।


