Bear: ମହୁ ଖାଇବାକୁ ଆସି ଗଛରେ ଚଢ଼ିଗଲା ଭାଲୁ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ…

ନୀଳଗିରି,୧୭ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ମିତ୍ରପୁର ଅଯୋଧ୍ୟା ରାସ୍ତା
ସିନ୍ଦୁରଗଉରା ପାଖରେ ମହୁ ଖାଇବା ଆଶାରେ ଯାଇ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ଭାଲୁର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ରବିବାର ରାତିରେ ସ୍ବର୍ଣ୍ଣଚୂଡ଼ ସଂରକ୍ଷିତ ଜଙ୍ଗଲରୁ ଏକ ମା’ ଭାଲୁ ଛୁଆଙ୍କୁ ଧରି ଖାଦ୍ୟ ଅନ୍ବେଷଣରେ ଭାଲୁ ମିତ୍ରପୁର ଅଞ୍ଚଳକୁ ଆସିଥିଲା। ମିତ୍ରପୁର ସିନ୍ଦୁରଗଉରା ଅଯୋଧ୍ୟା ରାସ୍ତାକଡ଼ରେ ଥିବା ଏକ ବରଗଛରେ କିଛି ବାଘୁଆ ମହୁ ଥିବାବେଳେ ଏହାକୁ ଖାଇବା ପାଇଁ ଭାଲୁଟି ଚଢ଼ି ମହୁ ମଧ୍ୟ ଖାଇଥିଲା। ମହୁ ଖାଇ ବରଗଛରୁ ପାଖରେ ଥିବା ଟ୍ରାନ୍ସଫର୍ମର ଖୁଣ୍ଟ ଧରି ତଳକୁ ଓହ୍ଲାଉ ଥିବା ସମୟରେ ବିଦ୍ୟୁତ ଟ୍ରାନ୍ସଫର୍ମର ତାର ସଂସ୍ପର୍ଶରେ ଆସି ଭାଲୁର ମୃତ୍ୟୁବରଣ ହୋଇଛି। ସୋମବାର ସକାଳୁ ଅଞ୍ଚଳବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ କର୍ମଚାରୀ ପହଞ୍ଚି ତଦନ୍ତ କରିବା ସହ ଭାଲୁଟିର ମୃତଦେହ ତଳକୁ ଆଣି ବ୍ୟବଚ୍ଛେଦ ପାଇଁ ପଠାଇଛି।

Share
Tags: bear